ଏହି ସପ୍ତାହରେ ୩ ମୂଳାଙ୍କ ଥିବା ବ୍ୟକ୍ତିଙ୍କୁ ରହିଛି ଧନ ଲାଭର ପ୍ରବଳ ଯୋଗ, ସବୁ କାମରେ ମିଳିବ ସଫଳତା

ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଭବିଷ୍ୟବାଣୀ କରାଯାଇଥାଏ । ୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ମୂଳାଙ୍କ ର କୌଣସି ବି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ । ଅଙ୍କ ଜ୍ୟୋତିଷ ଅଙ୍କ ଉପରେ ଆଧାରିତ | ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ ,ବର୍ତମାନ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ | ଅଙ୍କ ବ୍ୟକ୍ତିର ସ୍ୱଭାବ ବିଷୟରେ ମଧ୍ୟ କହିଥାଏ |

ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅଙ୍କ ଜନ୍ମ ମାସର ୩,୧୨,୨୧ ଓ ୩୦ ତାରିଖରେ ହୋଇଥାଏ, ସେହି ଝିଅଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରଭାବୀ ହୋଇଥାଏ । ଏହି ତାରିଖରେ ଜନ୍ମ ହୋଇଥିବା ଝିଅଙ୍କର ମୂଳାଙ୍କ ୩ ହୋଇଥାଏ । ଆସନ୍ତୁ ଜାଣିବା ମୂଳାଙ୍କ ୩ ର ଝିଅମାନଙ୍କ ଜୀବନ ସହ ଜଡିତ କିଛି ଖାସ କଥା ।

ମୂଳାଙ୍କ ୩ :
ଏହି ସପ୍ତାହରେ ଆପଣ ଜରୁରୀ ନିଷ୍ପତ୍ତି ନେଇ ପାରନ୍ତି । ଚାକିରି ଜୀବନରେ ସୁବର୍ଣ୍ଣ ସଫଳତା ମିଳିବ । ଯଦି ଆପଣ ଶିକ୍ଷଣ କିମ୍ବା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଛନ୍ତି ଆପଣଙ୍କୁ ସୁନ୍ଦର ସଫଳତା ପ୍ରାପ୍ତ ହେବାର ପ୍ରବଳ ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ । ବେପାରରେ ବୃଦ୍ଧି ଘଟିବ । ମୋଟାମୋଟି ଆପଣଙ୍କୁ ଏହି ସପ୍ତାହ ମଧ୍ୟରେ ପ୍ରବଳ ଧନ ଲାଭର ଯୋଗ ରହିଛି ।
ମା’ ଲକ୍ଷ୍ମୀଙ୍କର ରହିଥାଏ ଆଶିର୍ବାଦ

କୁହାଯାଏ ଏହି ମୂଳାଙ୍କର ଝିଅମାନେ ଯୁଆଡେ ଯାଆନ୍ତି ସେଠାରେ ନିଜର କାମ ଓ ସ୍ୱଭାବ ଯୋଗୁ ସମସ୍ତଙ୍କୁ ପ୍ରଭାବିତ କରିଥାନ୍ତି । ଏହି ତାରିଖରେ ଜନ୍ମିତ ଝିଅଙ୍କ ଉପରେ ମା’ଲକ୍ଷ୍ମୀଙ୍କିର ବିଶେଷ ଆଶିର୍ବାଦ ରହିଥାଏ । ଫଳରେ ସେମାନଙ୍କ ଘରେ କେବେ ସୁଖ ସମୃଦ୍ଧି କମ ହୋଇନଥାଏ । ଏହି ଝିଅମାନେ ଏକ ସ୍ୱତନ୍ତ୍ର ପରିଚୟ ବନାଇଥାନ୍ତି ।

Leave A Reply

Your email address will not be published.