ଦୀର୍ଘ ୩୦ ବର୍ଷ ଧରି ବସି ପାରୁନାହାନ୍ତି ଏହି ଯୁବତୀ, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଯେଉଁ ମାନେ ଅଧିକ ଚଲାଚଲି କରନ୍ତି କିମ୍ବା ଅଧିକ ଦୌଡ ଧାପଡ଼ କାମ କରନ୍ତି ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡା ହୋଇପାରନ୍ତି ।  କିନ୍ତୁ ଯେଉଁମାନଙ୍କର ସାଧାରଣତଃ ବାସବସି କାମ ହୋଇଥାଏ ।  ସେମାନେ ବେଶୀ ସମୟ ପର୍ଯ୍ୟନ୍ତ ଛିଡା ହୋଇପାରନ୍ତି ନାହିଁ ।  ଅଧିକ ସମୟ ଠିଆହେଲେ ସେମାନଙ୍କ ପାଦ କାଟିଥାଏ ।  ଏବେ ଏକ ଅଜବ ଘଟଣା କୁ ଚର୍ଚ୍ଚା ବେଶ ଜୋର ଧରିଛି ।  ଜାଣଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଝିଅ ଅଛି ଯିଏ ଦୀର୍ଘ ୩୦ ବର୍ଷ ଧରି ବସିନାହିଁ ।  ସେ ଛିଡା ହୋଇପାରେ ଅଥବା ବିଛଣାରେ ସୋଇପାରେ ।  ଏହି ଝିଅଟିର ବୟସ ପାଖାପାଖି ୩୨ ବର୍ଷ ହେବ ।  ଆଉ ତାର ମନେ ବି ନାହିଁ ଗତ ଥର ସେ କେବେ ବସିଥିଲା ।  ଯେବେ ବି କେବେ ସେ ବସିବାକୁ ଚେଷ୍ଟା କରେ ସେସମୟରେ ଅସହନୀୟ ଯନ୍ତ୍ରଣା ହୋଇଥାଏ ।  ଆଉ ଏହି କାରଣରୁ ସେ ବସିବାକୁ ଭୟରେ ବି ଚେଷ୍ଟା କରେ ନାହିଁ ।  ଏହା ପଛର ପ୍ରକୃତ କାରଣ ବାବଦରେ ଆସନ୍ତୁ ଜାଣି ରଖିବା ।  ଦୀର୍ଘ ୩ ଦଶନ୍ଧି ଧରି ବସି ପାରୁନଥିବା ଏହି ଝିଅଟିର ନାଁ ହେଉଛି ଜୋଆନ କ୍ଳିଚ ।  ସେ ହେଉଛନ୍ତି ପୋଲାଣ୍ଡର ମୂଳ ବାସିନ୍ଦା ।

୩୨ ବର୍ଷୀୟା ଜୋଆନ ଏକ ପ୍ରକାର ଦୁର୍ଲଭ ରୋଗରେ ପୀଡିତ ଅଛନ୍ତି ।  ଆଉ ଏହି କାରଣରୁ ଦୀର୍ଘ ବର୍ଷ ହେବ ସେ ବସି ପାରୁନାହାନ୍ତି ।  ଏହା ବାଦ ସେ ସ୍ପାଇନାଲ ମାଷ୍କ୍ୟୁଲାର ଏନ୍ତ୍ରପି ରୋଗରେ ପୀଡିତ ଅଛନ୍ତି ।  ଏକ ସାକ୍ଷାତକାର ସମୟରେ ସେ କହିଛନ୍ତିକି ତାଙ୍କୁ ଯେତେବେଳେ ୧ କିମ୍ବା ୨ ବର୍ଷ ବୟସ ହୋଇଥିଲା ।  ତାଙ୍କ ମା’ ତାଙ୍କୁ ବସେଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ପରେ ସେ କେବେ ଆଉ ବସିଛନ୍ତି ସେ ବାବଦରେ ତାଙ୍କର ଆଉ ମନେ ନାହିଁ ।  ଏମିତି ଏକ ଅବସ୍ଥା ପଛରେ ଡର ବି ରହିଛିଯେ କେବେ ବି ତାଙ୍କ ଗୋଡ ଖରାପ ହୋଇପାରେ ।  ଡାକ୍ତରଙ୍କ କହିବା ଅନୁଯାୟୀ ଜୋଆନ କ୍ଳୀଚଙ୍କୁ ଯେଉଁ ରୋଗ ହୋଇଛି ସେହି ରୋଗ ଖୁବ କମ ଲୋକଙ୍କୁ ହୋଇଥାଏ ।  ଏହି ରୋଗ କାରଣରୁ ତାଙ୍କ ଜଙ୍ଘ ଓ ଗୋଡ ଏକ ପ୍ରକାର ଜଏଣ୍ଟ ହୋଇଯାଇଛି ।  ଆଉ ଏହି କାରଣରୁ ସେ ଛିଡା ବି ହୋଇପାରୁନାହାନ୍ତି ।  ଆଉ ଏମିତି ସ୍ଥିତିରେ ତାଙ୍କ ମେରୁଦଣ୍ଡର ହାଡ ଦୁର୍ବଳ ହେବାରେ ଲାଗିଛି ।  ଆଉ ସେଥିପାଇଁ ସେ ଛିଡା ହୋଇପାରୁନାହାନ୍ତିକି ଚାଲି ପାରୁନାହାନ୍ତି ।

ଛିଡା ହେବା ପାଇଁ କିମ୍ବା ଶୋଇବା ପାଇଁ ତାଙ୍କୁ ହ୍ୱିଲ ଚେୟାରର ସାହାରା ନେବାକୁ ପଡିଥାଏ ।  ଦୈନନ୍ଦିନର କାମ ପାଇଁ ତାଙ୍କୁ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ପଡିଥାଏ ।  ଏମିତିକି ଗାଧୋଇବା ପାଇଁ କିମ୍ବା ଟଏଲେଟ ଯିବା ପାଇଁ ତାଙ୍କୁ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ପଡିଥାଏ ।  କିନ୍ତୁ ସାନ ଥିବା ସମୟରେ ସେ ନିଜ କାମ କରିପାରୁଥିବା ବେଳେ ଏବେ କିନ୍ତୁ ସେ କରିପାରୁନାହାନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.