ନୀରିହଙ୍କ ହତ୍ୟା କରି ସେମାନଙ୍କ ଅଙ୍ଗରେ ଆଚାର ବନାଇ ଖାଉଥିଲେ ମହିଳା, କାରଣ ଜାଣିଲେ ଥରି ଉଠିବ ଆପଣଙ୍କ ଛାତି
ନିରାଠି ଘଟଣା ଯାହା କେବଳ ଭାରତକୁ ନୁହେଁ ବରଂ ସାରା ଦୁନିଆକୁ ସ୍ତବ୍ଧ କରି ରଖିଦେଇଥିଲା । ନିରୀହ ମାନଙ୍କର ହତ୍ୟା ଏବଂ ନରଭକ୍ଷୀ ମାନଙ୍କର ଖୁଲାସା, ଛାତି ଥରାଇ ଦେବା ଭଳି ଏହି ଘଟଣାରେ ପୋଲିସ ସମେତ ସାଧାରଣ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନରଭକ୍ଷୀ ଥିଲେ । ସେ ଲୋକମାନଙ୍କୁ ହତ୍ୟା କରି ତାଙ୍କର ମାଂସ ଖାଉଥିଲେ ଏବଂ ଏହି ମାଂସରେ ଆଚାର ମଧ୍ୟ ବନାଉଥିଲେ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।
ସୂଚନା ଅନୁଯାୟୀ ଏହି ମହିଳାଙ୍କ ନାମ ଥିଲା ନତାଲିୟା ଏବଂ ତାଙ୍କ ପତିଙ୍କ ନାମ ଦମିତ୍ରି ବାକସାଏବ । ସେମାନେ ରୁଷିଆର କ୍ରସନୋଦରରେ ବାସ କରୁଥିଲେ । ତେବେ ଏମାନେ ଦୁଇଜଣ ଥିଲେ ନରଭକ୍ଷୀ । ନତାଲିୟା ପ୍ରଥମେ ଲୋକଙ୍କର ହତ୍ୟା କରୁଥିଲେ ଏବଂ ତାପରେ ତାଙ୍କର ମାଂସକୁ ଫ୍ରିଜରେ ଷ୍ଟୋର କରି ରଖୁଥିଲେ । ଆଉ ସେ ମାଂସ ଗୁଡିକର ଆଚାର ବନାଇ ଅତି ଆଗ୍ରହର ସହ ଖାଉଥିଲେ । ତେବେ ସ୍ଥାନୀୟ ଲୋକମାନେ ପୋଲିସରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ହେପାଜତରେ ନେଇ ଘରର ତଲାସୀ କରିଥିଲା ।
ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଘରୁ ଆଠ ଜଣ ଲୋକଙ୍କ ଭିନ୍ନ ଭିନ୍ନ ଅଙ୍ଗ ସହିତ ମଣିଷ ମାଂସର ଆଚାର ମଧ୍ୟ ମିଳିଥିଲା ।
ସୂଚନା ଅନୁଯାୟୀ ମହିଳା ଜଣକ ପେସାରେ ଜଣେ ନର୍ସ ଥିଲେ । ଯେଉଁ କାରଣରୁ ସେ ଅତି ସହଜରେ ଲୋକମାନଙ୍କୁ ନିଜର ଶିକାର ବନାଇ ଦେଉଥିଲେ । ମହିଳା ଜଣକ ପୋଲିସକୁ କହିଥିଲେ ଯେ ସେ ନିଜ ସ୍ୱାମୀଙ୍କ ସାହାଯ୍ୟରେ ଶବ ଗୁଡିକୁ ନିଜ ଘରକୁ ଆଣୁଥିଲେ । ଯାହାଦ୍ୱାରା ସେ ଏହା ଉପରେ ନିଜର ଅଭ୍ୟାସ ଜାରି ରଖିପାରିବେ । ପୋଲିସ ଏହି ଦୁଇଜଣଙ୍କୁ ନରଭକ୍ଷୀ ବୋଲି ଘୋଷଣା କରିବା ସହ କୋର୍ଟ ଚାଲାଣ କରିଥିଲା ଏବଂ କୋର୍ଟରେ ସେମାନେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଥିଲେ । ମହିଳାଙ୍କ କହିବା ଅନୁଯାୟୀ ସେ ପାଖାପାଖି ୩୦ ଜଣ ମହିଳାଙ୍କ ହତ୍ୟା କରିଥିଲେ । ତେବେ କୋର୍ଟ ଦୁହିଁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।