ଏହି ମହିଳାଙ୍କର ରହିଛି ବହୁତ ନବାବୀ ସଉକ, ଗାଧୋଇବାରେ ଖର୍ଚ୍ଚ କରି ଦିଅନ୍ତି କୋଟି କୋଟି ଟଙ୍କା !

ଦୁନିଆରେ ଆଜି ମଧ୍ୟ ବହୁତ ଲୋକ ଦାରିଦ୍ର୍ୟତାରେ ଜୀବନ ବିତାଉଛନ୍ତି। କିଛି ଲୋକ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନ ଥିବା ବେଳେ ଆଉ କିଛି ଲୋକ ମୂଲ ଲାଗି, ଭିକ୍ଷା ବୃତ୍ତି କରି ନିଜ ପେଟ ଭରୁଛନ୍ତି। ଅନ୍ୟପଟେ ଧନୀ ଲୋକ ନିଜ ପଇସାକୁ ଦମ୍ଭର ସହ ଖର୍ଚ୍ଚ କରି ନିଜର ସମସ୍ତ ସଉକକୁ ପୂରଣ କରୁଛନ୍ତି। ଏଥିପାଇଁ ସେମାନେ ପଇସାକୁ ପାଣି ଭଳି ବୁହାଉଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଧନୀ ମହିଳାଙ୍କ ବିଷୟରେ କହିବୁ, ଯିଏ ଗାଧୋଇବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ମହିଳାଙ୍କ ନାଁ କମାଲିଆ ଜହୁର, ସେ ୟୁକ୍ରେନ୍‌ର ବାସିନ୍ଦା। ଏହାଛଡ଼ା ତାଙ୍କର ଆଉ ବି କେତେକ ମହଙ୍ଗା ସଉକ ଅଛି, ଯାହାକୁ ପୂରଣ କରିବା ପାଇଁ ସେ କୋଟି କୋଟି ଟଙ୍କା ଉଡ଼ାଇ ଦିଅନ୍ତି।

୩୯ ବର୍ଷୀୟା କମାଲିଆ ପେସାରେ ଜଣେ ଅଭିନେତ୍ରୀ, ଗାୟିକା ଏବଂ ମେଡଲ୍‌। ତାଙ୍କ ସଉକଗୁଡ଼ିକ ବହୁତ ନବାବୀ। ସେ ପାକିସ୍ତାନୀ ମୂଳ ବାସିନ୍ଦା ତଥା ବ୍ରିଟିଶ ଅରବପତି ମହମ୍ମଦ ଜହୁରଙ୍କ ସ୍ତ୍ରୀ। କମାଲିଆ ହୀରାର ଘଣ୍ଟା ପିନ୍ଧିବାର ସଉକ ରଖିଥାଆନ୍ତି। କୁହାଯାଏ କି, ଏହି ମହିଳାଙ୍କ ପାଖରେ ପ୍ରାଇଭେଟ୍‌ ଜେଟ୍‌, ୧୦ଟି ଘର ଏବଂ ୫ ମିଲିୟନ ୟୁରୋର ଏକ ସ୍ପୋର୍ଟସ୍‌ ବାଇକ୍‌ ଅଛି।

ଏହାଛଡ଼ା କମାଲିଆ ଯେଉଁ ଚଷମା କ୍ୟାରୀ କରନ୍ତି, ତାହା ମଧ୍ୟ ବହୁତ ମହଙ୍ଗା। ଚଷମାର ଦାମ୍‌ ପାଖାପାଖି ୪ ଲକ୍ଷ ଟଙ୍କା। ସେ ଯେଉଁ ହ୍ୟାଣ୍ଡବ୍ୟାଗ୍‌ ବି ବ୍ୟବହାର କରନ୍ତି, ତାହାର ଦାମ୍‌ ୯୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ସେ କେବଳ ଗାଧୋଇବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ପ୍ରତିଦିନ ସେ ଶ୍ୟାମ୍ପେନ୍‌ରେ ଗାଧୋଇ ଥାଆନ୍ତି। ଦିନକୁ ପାଖାପାଖି ୩୦ଟି ବୋତଲ ବ୍ୟବହାର କରନ୍ତି। ଆଶ୍ଚର୍ଯ୍ୟର କଥା, କମାଲିଆଙ୍କୁ ଗୋଧାଇ ଦେବା ପାଇଁ ଏକ ୨୦ଜଣିଆ ଟିମ୍‌ ଉପସ୍ଥିତ ଥାଆନ୍ତି। ତାଙ୍କ ସ୍ୱାମୀ ଏହି ସହାୟକମାନଙ୍କ ଦରମାରେ ବାର୍ଷିକ ୧.୯୪ କୋଟି ଟଙ୍କା ଖର୍ଚ୍ଚ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.