ଟପଲେସ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଏହି ମହିଳା, ବିନା କପଡ଼ାରେ ଚଳେଇବେ ଦେଶ !

ବିଶ୍ୱ ଇତିହାସରେ ଶକ୍ତି କିମ୍ବା ପ୍ରଶାସନକୁ ନେଇ ବିରୋଧ ପ୍ରଦର୍ଶନ କରାଯିବା କିଛି ନୂଆ କଥା ନୁହେଁ । ଭିନ୍ନ ଭିନ୍ନ ଦେଶର ଲୋକେ ଭିନ୍ନ ଭିନ୍ନ ତରିକାରେ ବିରୋଧ କରିଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଜଣ ବିରୋଧ କରିବା ନେଇ ଅଜବ ଅଜବ ତରିକା ମାନ ଖୋଜି ବାହାର କରିଥାନ୍ତି । ବେଳେ ବେଳେ ଏହି ତରିକା ଗୁଡିକ ଏତେ ଅଜବ ହୋଇଥାଏ ଯେ ଏନେଇ ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥାଏ । ବ୍ରିଟେନର ଜଣେ ମହିଳା “କ୍ଳାଇମେଟ ଚେଞ୍ଜ”କୁ ନେଇ ବିରୋଧ କରି ଆସୁଛନ୍ତି । କିନ୍ତୁ ୟାଙ୍କ ତରିକା ସମସ୍ତଙ୍କ ଠାରୁ ଟିକିଏ ଅଲଗା । ପ୍ରକୃତରେ ସେ ଟପଲେସ ହୋଇ ବିରୋଧ କରିଆସୁଛନ୍ତି । କିନ୍ତୁ ଏଇ ନିକଟରେ ସେ ଏମିତି ଏକ ଘୋଷଣା କରିଛନ୍ତି ଯାହା ସମସ୍ତଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟ କରି ଦେଇଛି । ବ୍ରିଟେନରେ ଏକ୍ସଟିନ ସନ ରିବେଲିୟନ ଏକ ଏନଭାଇରନମେଣ୍ଟାଲ ଗ୍ରୁପ ଅଛି । ଏହି ଗ୍ରୁପ ଅହିଂସା ପ୍ରଦର୍ଶନ କରୁଥିବା ବେଳେ ସରକାରଙ୍କ ଧ୍ୟାନ ଜଳବାୟୁ ପରିବର୍ତ୍ତନ ଆଡକୁ ଆକର୍ଷିତ କରିଥାଏ ।

ଏହି ଗ୍ରୁପ ସହ ଜଡିତ ୩୧ ବର୍ଷୀୟ ମହିଳା ଲୋରା ଏମହର୍ଷ ଗଲା କିଛି ଦିନ ହେବ ଖୁବ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ତଳେ ହିଁ ଲୋରା ଇଂଲଣ୍ଡର ସଡ଼କରେ ବିନା କୌଣସି ବସ୍ତ୍ରରେ ଜଳବାୟୁ ପରିବର୍ତ୍ତନ ନେଇ ସ୍ଲୋଗାନ ଦେଉଥିବା ନଜର ଆସିଥିଲେ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ସେ ନିଜକୁ ବ୍ରିଟେନର ପ୍ରଥମ ଟପଲେସ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା ନେଇ କହିଥିଲେ । ଥରେ ପିଏମ ହେବା ପରେ ସେ ବିନା କୌଣସି ବସ୍ତ୍ର କିମ୍ବା ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଦେଶ ଚଳେଇବେ ବୋଲି କହିଥିଲେ । ଆଉ ଏହା ମଧ୍ୟ କହିଛନ୍ତିଯେ, ସେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଗାଦିରୁ ହଟେଇବାକୁ ଚାହୁଁଛନ୍ତି ।

ଏକ ସମ୍ବାଦପତ୍ରକୁ ସାକ୍ଷାତ୍କାର ଦେବା ସମୟରେ ଲୋରା କହିଛନ୍ତିଯେ, ଜଳବାୟୁ ପରିବର୍ତ୍ତନ ନେଇ ସରକାର ଯେଉଁସବୁ ପଦକ୍ଷେପ ମାନ ନେଉଛନ୍ତି ସେନେଇ ସେ ଖୁବ ଚିନ୍ତିତ ଅଛନ୍ତି । ଆଉ ସେଥିପାଇଁ ହିଁ ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । କିଛି ଦିନ ତଳେ ଲୋରା ଏକ ଆଡଲ୍ଟ ସବସ୍କ୍ରିପସନ ସାଇଟ ଖୋଲି “ଓନଲି ଫ୍ୟାନ୍ସ” ଉପରେ ନିଜର ଏକ ଆକାଉଣ୍ଟ ବି ଖୋଲିଥିଲେ । ଲୋରା ଏବେ କଲେଜରେ ପଢ଼ୁଥିବା ବେଳେ ରାଜନୀତି ବିଭାଗରେ ପଢୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.