୫୦୦୦ ପୁରୁଷଙ୍କ ସହ ଡେଟ କରିଛନ୍ତି ଏହି ମହିଳା,ଏବେ ଶିକ୍ଷା ଦେଉଛନ୍ତି…..

ଥାଇଲାଣ୍ଡର ପ୍ରିୟା ସୁରିଆ ଗୋଟିଏ ନୁହେଁ ବରଂ ୫୦୦୦ ଲୋକଙ୍କ ସହିତ ଡେଟ କରିସାରିଲେଣି। ବର୍ତ୍ତମାନ ସେ ମହିଳା ମାନଙ୍କ ପାଇଁ ଡେଟିଙ୍ଗ ଗୁରୁ ହୋଇଗଲେଣି। ସେ ନିଜର ଫେସବୁକ ପେଜ ଜରିଆରେ ମହିଳା ମାନଙ୍କୁ ପୁରୁଷଙ୍କୁ ଆକର୍ଷିତ କରିବାର କଳା ଶିଖାଉଛନ୍ତି। ତାଙ୍କୁ ଲୋକମାନେ ମ୍ୟାଡମ ରାୟା ନାମରେ ମଧ୍ୟ ଜାଣିଛନ୍ତି। ଲୋକମାନେ ସୁରିଆଙ୍କ ଉପରେ ବେସ୍ୟାବୃତ୍ତିକୁ ବଢ଼ାଉଥିବା ନେଇ ଅଭିଯୋଗ କରିସାରିଛନ୍ତି।
୨୪ ବର୍ଷିୟା ସୁରିଆଙ୍କର କେତେକ ଅନଲାଇନ କୋର୍ସର ସୀରୀଜ ଅଛି। ଯେଉଁଥିରେ ପରଫେକ୍ଟ ଶୁଗର ଡେଡି (ଯୁବ ପିଢ଼ିଙ୍କୁ ଟଙ୍କା ଯୋଗାଇବା) ରେ ଶତ ପ୍ରତିଶତ ଗ୍ୟାରେଣ୍ଟି ଦିଆଯାଏ। ଏହି କୋର୍ସରେ ଏହା ମଧ୍ୟ ଶିକ୍ଷା ଦିଆଯାଏଯେ କିପରି ସୁଗର ଡେଡିରୁ ମୋଟା ଅଙ୍କର ଟଙ୍କା ଏବଂ ଦାମୀ ଗିଫ୍ଟ ହାସଲ କରାଯାଇପାରିବ। ଏଥିମଧ୍ୟରୁ ସବୁଠାରୁ ଦାମୀ ଟ୍ରେନିଙ୍ଗ କୋର୍ସ ହେଉଛି ଭିଆପି ପ୍ରୋଗ୍ରାମ। ସୁରିଆଙ୍କର ଏହି ଯୋଜନା ପାଇଁ ଏକ୍ସୁକ୍ଲୁସିଭ କ୍ଲବର ମେମ୍ବର ହେବା ପାଇଁ ଗୋଟେଥର ୨୬ ହଜାର ଟଙ୍କା ଦେବାକୁ ପଡିଥାଏ।
ଭିଆପି ପ୍ଲାନର ସବୁଠୁ ଖାସ କଥା ହେଉଛି ଏକ୍ସପର୍ଟଙ୍କ ଦ୍ବାରା ଟ୍ରେନିଙ୍ଗ ଦିଆଯାଏ ଏବଂ ମହିଳାଙ୍କୁ ଧନୀ ଗ୍ରାହକଙ୍କ ସହିତ ମଧ୍ୟ ଭେଟ କରାଯାଇଥାଏ। ଯେଉଁ ମହିଳା ଏହି ଯୋଜନାକୁ ଗ୍ରହଣ କରିପାରିବେ ନାହିଁ, ସେମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ପ୍ଲାନ ମଧ୍ୟ ରହିଛି ଯାହାର ମୂଲ୍ୟ ୧୨ ହଜାର ଟଙ୍କା। ଏଥିରେ ଧନୀ ପୁରୁଷଙ୍କୁ ଆକର୍ଷିତ କରିବା ପାଇଁ ଟ୍ରେନିଙ୍ଗ ଦିଆ ଯାଇଥାଏ।
ସୁରିଆ ଥାଇ ସରକାରଙ୍କ ବୃତ୍ତିରେ ୟୁରୋପରେ ପାଠ ପଢ଼ିଥିଲେ। ସେଠାରେ ତାଙ୍କୁ କେତେକ ସଫଳତା ପୁର୍ଣ୍ଣ ବ୍ୟକ୍ତିଙ୍କ ସହିତ ଡେଟ କରିବାର ସୁଯୋଗ ମିଳିଥିଲା ଏବଂ ସେବେଠାରୁ ଏହି କଳା ସିଖିଥିଲେ। ସେ ୟୁରୋପରୁ ଥାଇଲାଣ୍ଡକୁ ଫେରିବା ପରେ ଥାଇ ମହିଳାଙ୍କ ସାହାଯ୍ୟ ପାଇଁ ନିଜର ଅନଲାଇନ ପୋଜେକ୍ଟ ଆରମ୍ଭ କଲେ।