ଏଥରକ ଦୁର୍ଗାପୂଜାରେ ପଡ଼ୁଛି ଅତ୍ୟନ୍ତ ଶୁଭ ସଂଯୋଗ, ଦେବୀଙ୍କ ପୂଜା ତିଥି ଓ ତାରିଖ ଭିତରେ ରହିଛି ନିଆରା ସଂଯୋଗ

ଆସିଛି ଶରତ। ଶରତରେ ମା’ ଦୁର୍ଗା ପୃଥିବୀପୃଷ୍ଠରେ ଅବତରଣ କରିଥାନ୍ତି। ଏଣୁ ଏ ଅବସରରେ ଚଳଚଞ୍ଚଳ ହୋଇଉଠେ ସବୁ ଦେବୀ ପୀଠ। ବିଭିନ୍ନ ପେଣ୍ଡାଲମାନଙ୍କରେ ମଧ୍ୟ ଦଶହରାରେ ଅସ୍ଥାୟୀ ଦେବୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ମା’ଙ୍କ ଆରାଧନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ ମା’ ଧରାପୃଷ୍ଠକୁ ଅନ୍ୟାୟ ଅନୀତିକୁ ବିନାଶ କରି ଶାନ୍ତି ତଥା ନ୍ୟାୟ ପ୍ରତିଷ୍ଠା ପାଇଁ ଆସିଥାନ୍ତି। ଯୁଗେ ଯୁଗେ ଯେତେବେଳେ ବି ଧରାପୃଷ୍ଠରେ ଅନ୍ୟାୟ ଅନୀତି ଓ ଖରାପ ଶକ୍ତିଙ୍କ ପ୍ରଭାବ ବଢ଼େ। ମା’ ବିଭିନ୍ନ ରୂପରେ ଆସି ତାହାକୁ ନାଶ କରିଥାନ୍ତି।

ତେବେ ଦଶହରାରେ ଦେବୀଙ୍କ ଆରାଧନା ବିଶେଷ କରି ଷଷ୍ଠୀ ଠାରୁ ଆରମ୍ଭ ହୋଇଥାଏ। ମହାଷଷ୍ଠୀ, ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀ ଓ ଶେଷରେ ଦଶମୀ ଦିନ ଦଶହରା ପାଳିତ ହୁଏ। ତିଥି ଅନୁସାରେ ହିଁ ଏହି ସବୁ ପୂଜା ବିଧି ମୁତାବକ ହୋଇଥାଏ। କିନ୍ତୁ ଚଳିତବର୍ଷର ଦଶହରାରେ ରହିଛି କିଛି ସ୍ୱତନ୍ତ୍ରତା। ଏଥରକ ତାରିଖର ସମୀକରଣ ମଧ୍ୟ ତିଥିକୁ ସୂଚାଉଛି। ଦେବୀ ମା’ଙ୍କ ପୂଜାର ତିଥି ଯେଉଁ ଅନୁସାରେ ରହିଛି, ତାରିଖର ସମୀକରଣ ମଧ୍ୟ ସେଇୟା ହିଁ ଦର୍ଶାଉଛି; ଯାହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ଓ ନୂଆ। ତେବେ ଆସନ୍ତୁ ଜାଣିବା ଏଥରକ ଦଶହରା କାହିଁକି ଖାସ୍‌…

durga
Image Credit: Quint

ଚଳିତ ବର୍ଷ ମହାଷଷ୍ଠୀ ଅକ୍ଟୋବର ୧ରେ ପଡ଼ୁଛି। ଏହି ତାରିଖକୁ ମିଶାଇଲେ ତାହା ୬ ଦର୍ଶାଉଛି। ଅର୍ଥାତ୍‌ ୧/୧୦/୨୨- ୧+୧+୦+୨+୨=୬। ଏହି ଦିନ ପଡ଼ୁଛି ମା’ଙ୍କ ମହାଷଷ୍ଠୀ।
ସେହିପରି ମହାସପ୍ତମୀ ଅକ୍ଟୋବର ୨ରେ ପଡ଼ୁଛି। ଏହି ତାରିଖର ଅଙ୍କକୁ ମିଶାଇଲେ ୭ ହିଁ ଦର୍ଶାଉଛି। ଅର୍ଥାତ୍‌ ୨/୧୦/୨୨- ୨+୧+୦+୨+୨=୭। ଏହି ଦିନ ପଡ଼ୁଛି ମା’ଙ୍କ ମହାସପ୍ତମୀ।
ସେହିପରି ମହାଅଷ୍ଟମୀ ଅକ୍ଟୋବର ୩ରେ ପଡ଼ୁଛି। ଏହି ତାରିଖର ଅଙ୍କକୁ ମିଶାଇଲେ ୮ ହିଁ ଦର୍ଶାଉଛି। ଅର୍ଥାତ୍‌ ୩/୧୦/୨୨- ୩+୧+୦+୨+୨=୮। ଏହି ଦିନ ପଡ଼ୁଛି ମା’ଙ୍କ ମହାଅଷ୍ଟମୀ।
ସେହିପରି ମହାନବମୀ ଅକ୍ଟୋବର ୪ରେ ପଡ଼ୁଛି। ଏହି ତାରିଖର ଅଙ୍କକୁ ମିଶାଇଲେ ୯ ହିଁ ଦର୍ଶାଉଛି। ଅର୍ଥାତ୍‌ ୪/୧୦/୨୨- ୪+୧+୦+୨+୨=୯। ଏହି ଦିନ ପଡ଼ୁଛି ମା’ଙ୍କ ମହାନବମୀ।
ସେହିପରି ବିଜୟା ଦଶମୀ ଅକ୍ଟୋବର ୫ରେ ପଡ଼ୁଛି। ଏହି ତାରିଖର ଅଙ୍କକୁ ମିଶାଇଲେ ୧୦ ହିଁ ଦର୍ଶାଉଛି। ଅର୍ଥାତ୍‌ ୫/୧୦/୨୨- ୫+୧+୦+୨+୨=୧୦। ଏହି ଦିନ ପଡ଼ୁଛି ମା’ଙ୍କ ବିଜୟା ଦଶମୀ ବା ଦଶହରା।

ଏହି ଅଙ୍କମାନଙ୍କ ସମଷ୍ଟି ଯୋଗୁ ଯେଉଁ ଦିନ ଯାହା ତିଥି ପଡ଼ୁଛି, ସେହି ସଂଖ୍ୟା ତିଆରି ହେଉଛି। ଏହା ଏକ ଶୁଭ ସଂଯୋଗ। ଏଭଳି ସଂଯୋଗ ନିକଟରେ କେବେ ବି ପଡ଼ିନଥିଲା। ଅନେକ ବର୍ଷ ପରେ ମା’ ଙ୍କର ଏଭଳି ତିଥି ପଡ଼ୁଥିବାରୁ ଜ୍ୟୋତିଷବିତ୍‌ମାନେ ବି ଏହାକୁ ସମସ୍ତଙ୍କ ପାଇଁ ମଙ୍ଗଳମୟ ବୋଲି କହିଛନ୍ତି।

Also Read: କେତେ ଅଛି ସୁନା ଓ ରୁପା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

Leave A Reply

Your email address will not be published.