ପ୍ରତିଦିନ ୭୦୦ କୁକୁରଙ୍କୁ ଖାଇବାକୁ ଦିଅନ୍ତି ଏହି ଯୁବକ, କିନ୍ତୁ ସବୁଦିନ ମେନ୍ୟୁ ଥାଏ ଅଲଗା ଅଲଗା

କରୋନା ଯୋଗୁଁ ଲକଡାଉନ, ଆଉ ଲକଡାଉନ ଯୋଗୁଁ ସବୁ କିଛି ବନ୍ଦ। ଏହା ଭିତରେ ଲୋକେ କରୋନା ଭାଇରସ ଠାରୁ ବଞ୍ଚିବା ପାଇଁ ଘରେ ରହିଗଲେ। କିନ୍ତୁ ରାସ୍ତାରେ ବୁଲୁଥିବା ପଶୁପକ୍ଷୀଙ୍କ କଥା କେହି ଟିକେ ଭାବିଲେନି। ହୋଟେଲ, ରାସ୍ତାକଡ ଦୋକାନର ଖାଦ୍ୟ ଉପରେ ନିର୍ଭର କରୁଥିବା ଜୀବମାନେ ବଞ୍ଚିବେ କେମିତି ? ଏମାନଙ୍କ ଭୋକ ହେଲେ ମଧ୍ୟ କାହାକୁ ଟିକେ କହି ଖାଦ୍ୟ ମାଗିପାରିବେନି। ସେମିତି ଭୋକ ଉପାସରେ ରହି ଛଟପଟ ହୋଇ ମରିବେ।

kukura 1

ଏମିତି ସମୟରେ କିନ୍ତୁ ଅନେକ ଲୋକ ରାସ୍ତାରେ ବୁଲୁଥିବା ଏହି ଜନ୍ତୁଙ୍କ ପାଇଁ ଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଠିକ୍‌ ଏମିତି ଏକ ଖବର ନୋଏଡାରେ ଦେଖିବାକୁ ମିଳିଛି। ନୋଏଡାରେ ରହୁଥିବା ବିଦିତ ଶର୍ମା ଲକଡାଉନରେ ଘରେ ବସି କ’ଣ କରିଥାନ୍ତେ, ଏହି ସମୟରେ ସେ ରାସ୍ତାରେ ବୁଲୁଥିବା କୁକୁରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ରିପୋର୍ଟ ମୁତାବକ, ବିଦିତ ପ୍ରତିଦିନ ୭୦୦ କୁକୁର ଏବଂ ୪୫ଟି କୁକୁର ଛୁଆଙ୍କୁ ଖାଇବାକୁ ଦେଇଥାନ୍ତି। ଏବେ ନୁହେଁ ଗତ ଚାରିବର୍ଷ ହେଲାଣି ବିଦିତ ସଡକରେ ବୁଲୁଥିବା ବେସାହାର କୁକରକୁ ଖାଇବାକୁ ଦିଅନ୍ତି। କିନ୍ତୁ ଲକଡାଉନ ଯୋଗୁଁ ବିଦିତଙ୍କ ଅଫିସ ବନ୍ଦ ହୋଇଯିବାରୁ ଏହି କାମ ଉପରେ ବେଶୀ ଧ୍ୟାନ ଦେଉଛନ୍ତି।

କ’ଣ ରହିଥାଏ ଖାଦ୍ୟ :

ବିଦିତ ପ୍ରତିଦିନ ୧୦୦ କେଜି ଚାଉଳ ଭାତରେ ସୋୟାବିନ ଏବଂ ଅଣ୍ଡା ମିଶାଇ ଦିଅନ୍ତି। ଏହାସହିତ ଦଲିଆ ଏବଂ କ୍ଷୀର, ରୁଟି ମଧ୍ୟ ଖାଇବାକୁ ଦିଅନ୍ତି। ଭିନ୍ନ ଭିନ୍ନ ଦିନରେ ଅଲଗା ଅଲଗା ଖାଦ୍ୟ କୁକୁରମାନଙ୍କୁ ଦିଆଯାଏ।

ଲକଡାଉନ ଯୋଗୁଁ ଅଫିସ ବନ୍ଦ ଥିବାରୁ ଏପରି କାମ କରୁଥିଲେ। କିନ୍ତୁ ଏବେ ଅଫିସ ଖୋଲିବା ପରେ ମଧ୍ୟ ବିଦିତ ନିଜର କାମ ଚାଲୁ ରଖିଛନ୍ତି। ରାତିରେ ଅଫିସରୁ ଫେରି ବିଦିତ ନିଜ ହାତରେ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି। ବିଦିତ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସାହାଯ୍ୟ ମାଗୁଛନ୍ତି। କିଛି ଲୋକ ଏହି କାମରେ ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି। କିଏ ଆର୍ଥିକ ସହାୟତା ଦେଇଥିବା ବେଳେ ଆଉ କିଏ ଚାଉଳ, କିଏ କ୍ଷୀର ଦେଉଛି। ଏହାଛଡା କୁକୁରକୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ତାକ ବେକରେ ରେଡିଅମ କଲର ଲଗାଇଛନ୍ତି। ଏପର୍ଯ୍ୟନ୍ତ ସେ ୬୦ଟି ରେଡିୟମ କିଣିଛନ୍ତି। ଯାହାର ଗୋଟିକର ଦାମ ୩୬୦ ଟଙ୍କା। ଭବିଷ୍ୟତରେ ସେ ୧୦୦୦ ରେଡିଅମ କିଣିବେ ବୋଲି କହିଛନ୍ତି। ବିଦିତିଙ୍କ ଏପରି କାର୍ଯ୍ୟକୁ ସମସ୍ତେ ବେଶ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.