ଆଜିଠାରୁ ଏହି ରାଶି ଉପରେ ରହିବ ଲକ୍ଷ୍ମୀ-ଗଣେଶଙ୍କ ଅତ୍ୟନ୍ତ ଶୁଭଦୃଷ୍ଟି, ବର୍ଷସାରା ହେବ ଧନର ବର୍ଷା

ଆଜିଠୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଖୁବ ଉନ୍ନତି ଘଟିବ। ସୁରକ୍ଷିତ ଇନଭେଷ୍ଟମେଣ୍ଟ ପାଇଁ ଏହି ବର୍ଷ ସବୁଠୁ ଶୁଭ ହେବ। ଚାକିରୀରେ ପଦୋନ୍ନତି ଘଟିବ। ଏହାସହିତ ଜୀବନରେ ଅନେକ ଲାଭ ମିଳିବ। ଯେଉଁ କାମକୁ କରିବା ପାଇଁ ସଙ୍କଳ୍ପ ନେବେ ସେଥିରେ ସଫଳତା ମିଳିବ।

ବର୍ଷ ୨୦୨୨ ମକର ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। କାର୍ଯ୍ୟସ୍ଥଳରେ କାମ କରିଲେ ମଧ୍ୟ ଭଲ ପରିଣାମ ମିଳିବ ନାହିଁ। ଏହାସହ ଚାକିରୀ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବ । ଅନ୍ୟପକ୍ଷରେ ଆଇନ କାନୁନ ଜଡ଼ିତ କାମରେ ଅନେକ ସମସ୍ୟା ଆସିପାରେ। ନୂଆବର୍ଷ କିପରି ରହିବ ମକର ରାଶିଙ୍କ ପାଇଁ ଜାଣନ୍ତୁ..

– କଷ୍ଟ କରିଥିବା ଯୋଗୁଁ ନୂଆବର୍ଷରେ ଭାଗ୍ୟରେ ଉନ୍ନତି ଘଟିବ । ଇନଭେଷ୍ଟମେଣ୍ଟ ପାଇଁ ଏହି ବର୍ଷ ଖୁବ ଶୁଭ ହେବ। ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ ସହ ସମସ୍ତ କାମ ସଫଳତାପୂର୍ବକ ଶେଷ ହେବ। ଏହାସହ ରୋଜଗାରରେ ବୃଦ୍ଧି ହେବ। ଆର୍ଥିକ ସମସ୍ୟା ଘରେ ଦୂର ହେବ।

sign
pc: clickastro

– ଏହି ବର୍ଷ ନିଜ କାମରେ କିଛି ପରିବର୍ତ୍ତନ କରିବାକୁ ହେବ। ନିଶା ଆଦିରୁ ନିଜକୁ ବିରତ ରଖନ୍ତୁ। ନଚେତ ଅସୁସ୍ଥ ହେବାର ସମ୍ଭାବନା ରହିଛି। ଏହାସହ ଡାଏଟରେ କିଛି ପରିବର୍ତ୍ତନ କରନ୍ତୁ। ମଝିରେ ମଝିରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଖିକୁ ନେଇ ସମସ୍ୟା ଆସିପାରେ।

– ଏହିବର୍ଷ ସବୁ ଇଚ୍ଛା ପୂରଣ ହେବ। ପାର୍ଟନର ସହିତ ସମ୍ପର୍କ ସୁଦୃଢ଼ ହେବ। ତେବେ ବିବାହିତା ଲୋକ ଏହି ବର୍ଷ ଟିକେ ସଚେତନ ରୁହନ୍ତୁ। ଜୀବନ ସାଥିଙ୍କ ସହିତ ପୁରୁଣା ଭୁଲ ବୁଝାମଣା ଦୂର ହେବ।

– ଏହିବର୍ଷ କେତୁ ଏକାଦଶ ଘରେ ସ୍ଥିର ରହିଥିବା କାରଣରୁ ଅଚାନକ ଧନ ପ୍ରାପ୍ତି ହେବ। କାମକୁ ନେଇ ଟିକେ ଚିନ୍ତା ବଢ଼ିପାରେ। କାରଣ ଶନି ଜାତକରେ ଗୋଚର ପ୍ରକାରେ ଗତି କରିବେ। ଆଜି ଶନିବାର ନୂଆବର୍ଷରେ ଶନିଦେବଙ୍କୁ ସୋରିଷ ଅଥବା ରାଶି ତେଲରେ ଦୀପ ଜଳାନ୍ତୁ। ଶନିଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ। ଦେଖିବେ ଶନିଦେବ ଆପଣଙ୍କ ସବୁ ସମସ୍ୟାର ଖୁବ ଶୀଘ୍ର ସମାଧାନ କରିଦେବେ।