ସାଢ଼େ ସାତ ବର୍ଷ ପରେ ଏହି ରାଶିର ବ୍ୟକ୍ତିଙ୍କୁ ଶନିଙ୍କ ପ୍ରକୋପରୁ ମିଳିବ ମୁକ୍ତି, ଜାଣନ୍ତୁ ଆପଣଙ୍କ ରାଶି ଏଥିରେ ଅଛି କି ?

ଶନି ଗ୍ରହଙ୍କ କଥା ଶୁଣିଲେ ମନରେ ଡର ଆସିଯାଏ । ଶନି ଦେବ ଲୋକଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । ତେଣୁ ଶନି ଗ୍ରହଙ୍କୁ ନ ଡରି କର୍ମକୁ ସୁଧାରିବା କଥା । ଯଦି ବ୍ୟକ୍ତି ଭଲ କର୍ମ କରେ,ତେବେ ତାଙ୍କୁ ଶନିଙ୍କୁ ଡରିବାର କିଛି ନାହିଁ । ଏହାଛଡ଼ା ଶନିଙ୍କ ସ୍ଥିତି ଅନୁଯାୟୀ ମଧ୍ୟ ଶନିଙ୍କ ସାଢ଼େ ସାତି ଫଳ ନିର୍ଭର କରିଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଜୀବନକାଳ ମଧ୍ୟରେ ଶନି ଦଶାକୁ ସାମନା କରିବାକୁ ପଡ଼ିଥାଏ । ଜାଣନ୍ତୁ କେଉଁ ରାଶିର ଜାତକଙ୍କୁ ଶନି ସାଢ଼େ ସାତିରୁ ମୁକ୍ତି ମିଳିବାକୁ ଯାଉଛି ।

ଏହି ରାଶି ବାଲାଙ୍କୁ ମିଳିବ ଶନି ସାଢ଼େ ସାତିରୁ ମୁକ୍ତି :

ଏବେ ଶନି ମକର ରାଶିରେ ଗୋଚର କରୁଛନ୍ତି ଓ ୨୦୨୨ ଅପ୍ରେଲ ୨୯ ତାରିଖରୁ କୁମ୍ଭ ରାଶିରେ ଗୋଚର କରିବେ । କୁମ୍ଭ ରାଶିରେ ଶନିଙ୍କ ଗୋଚର ଆରମ୍ଭ କରିବା ମାତ୍ରେ ଧନୁ ରାଶିଙ୍କର ସାଢ଼େ ସାତିରୁ ମୁକ୍ତି ମିଳିବ । ଧନୁ ରାଶିରେ ସାଢ଼େ ସାତି ୨୦୧୪ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିଲା । ଏବେ ସାଢ଼େ ସାତ ବର୍ଷ ପରେ ଏହି ରାଶିର ଲୋକଙ୍କୁ ମୁକ୍ତି ମିଳିବ ଶନି କୋପରୁ । ହେଲେ ପୂର୍ଣ୍ଣ ଭାବେ ଏମାନଙ୍କୁ ୧୭ ଜାନୁଆରୀ ୨୦୨୩ରୁ ମୁକ୍ତି ମିଳିବ । କାରଣ ୧୨ ଜୁଲାଇ ୨୦୨୨ ରୁ ୧୭ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଶନି ପୁଣି ଥରେ ମକର ରାଶିକୁ ଗୋଚର କରିବେ । ଫଳରେ ଧନୁ ରାଶି ବାଲା ପୁଣି ଥରେ ଶନିଙ୍କ କୋପକୁ ଆସିଯିବେ ।

୨୦୨୨ ରେ ଏହି ରାଶିଙ୍କ ଉପରେ ରହିବ ଶନି ସାଢ଼େ ସାତି

ଶନି କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ମୀନ ରାଶି ବାଲାଙ୍କ ଉପର ଶନି ସାଢ଼େ ସାତିର ପ୍ରଥମ ଚରଣ ଆରମ୍ଭ ହେବ । ଏହାଛଡ଼ା କୁମ୍ଭ ବାଲାଙ୍କ ଉପରେ ଶନିଙ୍କ ଦ୍ୱିତୀୟ ଚରଣ ଆରମ୍ଭ ହେବ ଓ ମକର ରାଶି ବାଲାଙ୍କ ଉପରେ ଶନିଙ୍କ ପ୍ରଥମ ଚରଣ ଆରମ୍ଭ ହେବ । ମୋଟରେ ୩ ଟି ରାଶି ଶନିଙ୍କ ସାଢ଼େ ସାତିରେ ଆସିବେ । ଶନି ସାଢ଼େ ସାତିର ୩ ଚରଣ ହୋଇଥାଏ । ପ୍ରଥମ ଚରଣକୁ ଉଦୟ ଚରଣ, ଦ୍ୱିତୀୟ ଚରଣକୁ ଶିଖର ଚରଣ ଓ ତୃତୀୟ ଚରଣକୁ ଅସ୍ତ ଚରଣ କୁହାଯାଏ ।

ଏହି ରାଶିଙ୍କ ଉପରେ ରହିବେ ଶନି ଦେଢ଼୍ୟା

ଶନି କୁମ୍ଭ ରାଶିରେ ପ୍ରବେଶ କରିବା ମାତ୍ରେ ହିଁ କର୍କଟ ଓ ବିଚ୍ଛା ରାଶି ବାଲାଙ୍କ ଉପରେ ଶନି ଦେଢ଼୍ୟା ଆରମ୍ଭ ହୋଇଯିବେ । ମିଥୁନ ଓ ତୁଳା ରାଶି ବାଲାଙ୍କୁ ଏଥିରୁ ମୁକ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.