ଯେଉଁ ଲୋକଙ୍କ ହାତରେ ଥାଏ ଏପରି ରେଖା, ଏମାନଙ୍କ ଉପରେ ରହିଥାଏ ଇଶ୍ୱରଙ୍କ ଖାସ କୃପା

ମଣିଷର ହାତରେ ଅନେକ ପ୍ରକାରର ରେଖା ରହିଥାଏ ଏବଂ ଏହି ସବୁ ରେଖାର ମହତ୍ତ୍ୱ ମଧ୍ୟ ଅଲଗା ଅଲଗା ହୋଇଥାଏ । ରେଖା ଗୁଡିକର ସଂଯୋଗ ମଣିଷ ଜୀବନରେ ନୂତନ ଆଶା ସଂଚାର କରିଥାଏ । ପଣ୍ଡିତ ଅଭି ଭରଦ୍ୱାଜଙ୍କ ଅନୁଯାୟୀ ହସ୍ତରେଖାରେ ଏପରି ଅନେକ ଯୋଗ ରହିଛି ଯାହା ଜୀବନକୁ ସିଦ୍ଧ ପ୍ରଭାବିତ କରିଥାଏ । ଏଥିମଧ୍ୟରେ ରହିଥିବା କିଛି ଯୋଗ ବ୍ୟକ୍ତିକୁ ଧନଵାନ ହେବାରେ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି ହସ୍ତ ରେଖା ବିଷୟରେ କହିବୁ ଯାହା ହାତରେ ଏହି ରେଖା ଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ହାତରେ ବିଷ୍ଣୁ ରେଖା କେଉଁଠି ଥାଏ

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ହୃଦୟ ରେଖାରୁ ବାହାରି ଗୁରୁ ପର୍ବତ ଉପରକୁ ଯାଉଥିବା କୌଣସି ରେଖା ହୃଦୟ ରେଖାକୁ ଦୁଇ ଭାଗରେ ବିଭକ୍ତ କରୁଥିବ ତେବେ ଏହାକୁ ବିଷ୍ଣୁ ରେଖା କୁହାଯାଏ ।

ଏମାନଙ୍କ ଉପରେ ଥାଏ ଇଶ୍ୱରଙ୍କ କୃପା-

୧.  ହସ୍ତରେଖା ଶାସ୍ତ୍ର ଅନୁସାରେ ସୌଭାଗ୍ୟଶାଳୀ ଲୋକଙ୍କ ହାତରେ ବିଷ୍ଣୁ ରେଖା ମିଳିଥାଏ । ଏମାନଙ୍କ ଉପରେ ଇଶ୍ୱରଙ୍କ ଖାସ ଆଶିର୍ବାଦ ଥାଏ । ଏମିତି ଲୋକଙ୍କ ଜୀବନରେ ବହୁତ କମ ମୁସ୍କିଲର ସାମନା କରିବାକୁ ପଡ଼ିଥାଏ । ସବୁ କାମରେ ଭାଗ୍ୟ ସାଥ ଦେଇଥାଏ ।

୨.  ବିଷ୍ଣୁ ରେଖା ବାଲା ଲୋକ ଯେଉଁ କାମରେ ହାତ ଦିଅନ୍ତି ସେଥିରେ ଖୁବ୍‌ ପ୍ରତିଷ୍ଠା ପାଆନ୍ତି । ଏମାନଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

୩.  ଯେଉଁ ଲୋକଙ୍କ ହାତରେ ବିଷ୍ଣୁ ରେଖା ଥାଏ,ସେମାନେ ସାହସୀ ହୋଇଥାନ୍ତି । ଜୀବନରେ ସବୁ ଚ୍ୟାଲେଞ୍ଜକୁ ଦୃଢ଼ ଭାବେ ସାମନା କରିଥାନ୍ତି । ଏହି ଲୋକ ସମାଜରେ ଖୁବ ମାନ ସମ୍ମାନ ଲାଭ କରିଥାନ୍ତି ।

୪.  ହସ୍ତରେଖା ଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତିଙ୍କର ଧର୍ମ କର୍ମ ପ୍ରତି ବହୁତ ଆକର୍ଷଣ ଥାଏ । ଏହି ଲୋକ ସବୁ କାମକୁ ବହୁତ ଇମାନଦାର ଭାବେ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.