ଶେଷ ଯାତ୍ରାରେ ସାମିଲ ହେଲା ୨୦୦୦ ସ୍ପୋର୍ଟ୍ସ କାର, ଜାଣନ୍ତୁ କେଉଁଠି

କ୍ୟାନ୍ସର ଗୋଟେ ଏପରି ରୋଗ ଯାହା ସାମ୍ନାରେ ପରିଶେଷରେ ସମସ୍ତଙ୍କୁ ହାରିବାକୁ ହିଁ ପଡିଥାଏ । ଚିକିତ୍ସା ବାବଦରେ ଯେତେ ଟଙ୍କା ଖର୍ଚ୍ଚ କଲେ କି ରୋଗୀର ଯେତେ ଯତ୍ନ ନେଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନଥାଏ । ଯଦିବା ମିଳିଥାଏ ତାହା ଖୁବ କ୍ଵଚିତ ହୋଇଥାଏ । ହୁଏତ ରୋଗର ପ୍ରଥମ ଅବସ୍ଥାରେ ରୋଗ ବାବଦରେ ଜଣା ପଡିଲେ କିଛିଟା ହୁଏତ ରକ୍ଷା ମିଳିପାରିଥାଏ । ଏମିତି ହିଁ ଏକ ଦୁଖଦ ଘଟଣା ଆମେରିକାର ୱାସିଂ ଟନ ନିବାସୀ ମାତ୍ର ୧୪ ବର୍ଷର ବାଳକ ଇଲେକ ୱିଙ୍ଗ୍ରାମୀଙ୍କ ସହ ଘଟିଛି । ପ୍ରକୃତରେ ବିଶେଷ ଭାବେ ବିଭିନ୍ନ ପ୍ରକାର କାର ଗୁଡିକରେ ସଉକ ରଖୁଥିବା ଏହି ବାଳକ ଟିର ଦୁଃଖଦ ମୃତ୍ୟୁ ଗତ ସପ୍ତାହରେ ହିଁ ହୋଇଥିଲା । କିନ୍ତୁ ଏହି ବାଳକ ଟିର ଶେଷ ଇଚ୍ଛା ଥିଲା କି ତାଙ୍କର ଶେଷ ଯାତ୍ରାରେ କେବଳ ସ୍ପୋର୍ଟ୍ସ କାର ଗୁଡିକୁ ହିଁ ଚଲାଯିବ ।

sports car

ନିଜର ଏହି ବିଚାରକୁ ସେ ଅନେକ ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ତେଣୁ ଇଲେକଙ୍କ ଏହି ଇଚ୍ଛାକୁ ପୂରଣ କରିବା ପାଇଁ “ସିଜେନି ସଲଜର୍ସ ଅଲବଏଜ” ନାମକ ଏକ ସଂସ୍ଥା ପ୍ରୟାସ କରିଥିଲେ । ତେଣୁ କରି ଇଲେକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ଶେଷ ଯାତ୍ରା ସମୟରେ ୨୧୦୦ ସ୍ପୋର୍ଟ୍ସ କାର ଓ ୭୦ ମୋଟର ସାଇକଲର ମାଲିକ ନିଜ ନିଜ ଗାଡି ନେଇ ବାହାରି ଯାଇଥିଲେ । ଏମିତିକି ଏହି ଶବ ଯାତ୍ରାରେ ସାମିଲ ହେବା ପାଇଁ ପୁରା ଆମେରିକାର ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ସାମିଲ ହୋଇଥିଲେ । କାର୍ଲିଫର୍ନିଆ, ମିଚିଗାନ, ଇଣ୍ଡିଆନ, ନ୍ୟୁୟର୍କ ଓ ଫ୍ଲୋରିଡ଼ା ଭଳି ସ୍ଥାନ ମାନଙ୍କରୁ ଲୋକେ ନିଜ ନିଜ ଗାଡି ନେଇ ସ୍ଥଳରେ ପହଞ୍ଚି ଥିଲେ । କେତେକ ଗାଡି ମାଲିକ ନିଜେ ଗାଡି ଚଳାଇ ଯାଇଥିବା ବେଳେ କେତେକ ନିଜ ଡ୍ରାଇଭର ମାନଙ୍କୁ ପଠାଇଥିଲେ ।

sports car

ଏହା ସହ ପଢନ୍ତୁ: ଏହି କ୍ରିକେଟ୍‌ର ଉଭୟ ହାତରେ କରୁଛନ୍ତି ବୋଲିଂ ଓ ନେଉଛନ୍ତି ଓ୍ଵିକେଟ୍‌, ଦେଖନ୍ତୁ କେମିତି ଲଗାତାର ପାଭିଲିୟନ୍‌ଙ୍କୁ ପଠାଉଛନ୍ତି ବ୍ୟାଟ୍ସମ୍ୟାନ୍‌ଙ୍କୁ

ଏହି ଯାତ୍ରାର ନାଁ ରଖାଯାଇଥିଲା “ସ୍ପୋର୍ଟ୍ସ କାର ଫର ଇଲେକ” । ଏହି ଯାତ୍ରା ପାଇଁ ହିଁ କେବଳ ୱାସିଂ ଟନର ମିସୌରି ସହରକୁ ପ୍ରାୟ ୨ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଆଉ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ଯାତ୍ରାରେ ସାମିଲ ହୋଇଥିବା କାର ମାଲିକ ମାନଙ୍କୁ ଇଲେକ ହୁଏତ କେବେ ଦେଖି ନଥିବେ କି ଜାଣି ନ ଥିବେ । ସୂଚନା ଦେବା ଯୋଗ୍ୟ କି ଏହି ଯାତ୍ରା ଟିର ମୁଖ୍ୟ ଆୟୋଜକ ମାଇନାଲିଙ୍କ ଏକ ୮ ବର୍ଷୀୟ ଝିଅର ମୃତ୍ୟୁ ମଧ୍ୟ କିଛି ଦିନ ତଳେ କ୍ୟାନ୍ସର କାରଣରୁ ହିଁ ହୋଇଥିଲା । ମାଇନାଲିଙ୍କ ଅନୁଯାୟୀ ତାଙ୍କ ସଂସ୍ଥା ନିକଟରେ ଆଖପାଖ ଅଞ୍ଚଳରେ ଏହି ମାରାତ୍ମକ ରୋଗରେ ପୀଡିତ ଥିବା ଶିଶୁ ମାନଙ୍କର ଏକ ଲିଷ୍ଟ ଅଛି । ସେହି ଲିଷ୍ଟ ଅନୁଯାୟୀ ହିଁ ସେ ଯେତେବେଳେ ଇଲେକଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଇଲେକଙ୍କ ଶେଷ ଇଚ୍ଛା ବାବଦରେ ପଚାରି ଥିଲେ । ତାଙ୍କୁ ଇଲେକଙ୍କ ଅନ୍ତିମ ଇଚ୍ଛା ବିଷୟରେ ସେହି ସମୟରେ ହିଁ ଜଣା ପଡିଥିଲା । ତେଣୁ ହିଁ ସେ ଏପରି ଏକ ସମାରୋହର ଆୟୋଜନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.