ମୃତ୍ୟୁ ସମୟରେ ଲକ୍ଷ୍ମଣଙ୍କୁ ଏହି ତିନି ଶିକ୍ଷା ଦେଇଥିଲା ରାବଣ, ଆପଣ ବି ନିଜ ଜୀବନରେ ଏହାକୁ ଆପଣାନ୍ତୁ

ମହାଭାରତ ଏବଂ ରାମାୟଣ । ହିନ୍ଦୁ ଧର୍ମ ଅନୁସାରେ ଏହି ଦୁଇ ଯୁଦ୍ଧ ବହୁତ ଲୋକପ୍ରିୟ । ଆଉ ଏହି ଦୁଇ ଯୁଦ୍ଧରେ ଧର୍ମର ହିଁ ଜୟ ହୋଇଛି । କେବଳ ରାମାୟଣ ଏବଂ ମହାଭାରତରେ ନୁହେଁ ବରଂ ସବୁସ୍ଥାନରେ ଅଧର୍ମ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସମୟ ଆସିଲେ ଧର୍ମ ଆଗରେ ମୁଣ୍ଡ ନୁଆଁଇଥାଏ । ରାବଣ ବହୁତ ଶକ୍ତିଶାଳୀ ଥିଲା ହେଲେ ଅଧର୍ମ ସହ ରହିବା ହିଁ ତାର ସବୁଠାରୁ ବଡ଼ ଭୁଲ୍ ଥିଲା ।

ତେବେ ଅଧର୍ମୀ ଥିଲେ ମଧ୍ୟ ରାବଣ ଥିଲା ବହୁତ ବଡ ଜ୍ଞାନୀ । ସେଥିପାଇଁ ଅନ୍ତିମ ସମୟରେ ଭଗବାନ୍ ଶ୍ରୀରାମ ସାନ ଭାଇ ଲକ୍ଷ୍ମଣଙ୍କୁ ରାବଣ ନିକଟକୁ ଜ୍ଞାନ ପାଇଁ ପଠାଇଥିଲେ । ମୃତ୍ୟୁ ସମୟରେ ଲକ୍ଷ୍ମଣଙ୍କୁ ରାବଣ ତିନିଟି ଶିକ୍ଷା ଦେଇଥିଲେ । ଆଉ ଏହି ଶିକ୍ଷାକୁ ଯିଏ ବି ନିଜ ଜୀବନରେ ପ୍ରୟୋଗ କରିବ ତାର ବଂଚିବା ସାର୍ଥକ ହୋଇ ହୋଇଯିବ । ଏହା ସହ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ ।

– ଜୀବନରେ ଆପଣ ଯେଉଁ ବି ଶୁଭ କାମ କରିବାକୁ ଚାହୁଁଛନ୍ତି ଯେତେ ଶୀଘ୍ର ସମ୍ଭବ କରନ୍ତୁ । ଆଉ ଅଶୁଭ କାମକୁ ଯେତେ ବିଳମ୍ବ କରିବାକୁ ଚାହୁଁଛନ୍ତି କରନ୍ତୁ । ନଚେତ୍ ଜୀବନରେ ହଇରାଣ ହେବାକୁ ପଡିପାରେ । ଯେମିତି ଶ୍ରୀରାମଙ୍କୁ ଚିହ୍ନିବାରେ ଭୁଲ୍ କରି ରାବଣର ଅବସ୍ଥା ହୋଇଥିଲା ।

– ସେହିପରି ଦ୍ବିତୀୟ ଶିକ୍ଷା ହେଉଛି ଆପଣ ଯେତେ ବି ବଳବାନ୍ ହୁଅନ୍ତୁ ନା କାହିଁକି ଶତ୍ରୁକୁ କେବେ ଦୁର୍ବଳ ଭାବିବେ ନାହିଁ । ଯେମିତି ହନୁମାନଙ୍କୁ ଗୋଟିଏ ମାଙ୍କଡ ଭାବି ଭୁଲ୍ କରିଥିଲା ରାବଣ ।

– ତୃତୀୟ ଶିକ୍ଷା ହେଉଛି ଜୀବନରେ କେବେ କାହାକୁ ନିଜ ଗୁପ୍ତ କଥା କହିବନି । କାରଣ ଏପରି କଲେ ଆପଣଙ୍କ ନିଜର ହିଁ କ୍ଷତି ହେବ । କେହି କେତେ ବି ଭଲ ହେଉ ନା କାହିଁକି ଏହି ଭୁଲ୍ କେବେ ବି କରନ୍ତୁ ନାହିଁ । ଭାଇ ବିଭିଷଣକୁ ନିଜ ମୃତ୍ୟୁ ରହସ୍ୟ କହି ମୃତ୍ୟୁବରଣ କରିଥିଲା ରାବଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.