ପ୍ରେମ ଭରା ମେସେଜ ପଠାଇ ମହିଳା ମାସକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମେସେଜ ପଠାଇ ବେଲି ହଣ୍ଟର ନାମକ ଜଣେ ମହିଳା ଦିନକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆପଣଙ୍କୁ ହୁଏତ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ହିଁ ସତ, ଏକ ଖବର ଅନୁଯାୟୀ ଏପରି ଦେଖିବାକୁ ମିଳିଛି ଆମେରିକାରେ । ନିଜେ ମେସେଜ କରି ଟଙ୍କା ରୋଜଗାର କରିବା କଥା ବେଲି ନିଜେ ତାଙ୍କର ଟିକଟକ୍ ରେ ଏକ ଭିଡ଼ିଓ ପୋଷ୍ଟ କରି ଜଣାଇଛନ୍ତି।

ତେବେ ଲଭ୍ ଚାଟ୍ ବା ପ୍ରେମ ଭରା SMS ପଠାଇ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ବେଲି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ଯେତେବେଳେ ବି ସେ ତାଙ୍କୁ ଲଭ୍ ମେସେଜ୍ କରିବେ, ତା ବଦଳରେ ବେଲିଙ୍କୁ ସେ ଟଙ୍କା ଦେବେ । କିନ୍ତୁ ସେ ଦୁହେଁ ପରସ୍ପର ଭଲ ବନ୍ଧୁ ପରି ରହିବେ ଓ କଥା ହେବେ।ସେବେଠାରୁ ଟେକ୍ସଟ୍ ମେସେଜ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ବୋଲି ବେଲି କହିଛନ୍ତି। ସେ ତାଙ୍କ ଟିକଟକରେ ଅପଲୋଡ଼ କରିଥିବା ଭିଡ଼ିଓରେ ସବୁ କହିଛନ୍ତି । ସେ ପ୍ରାୟ ୩ ବର୍ଷ ଜଣେ ବ୍ୟକ୍ତିଙ୍କୁ ମେସେଜ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ପୁଣି ପ୍ରତି ମାସରେ ପ୍ରାୟ ୧.୩ ଲକ୍ଷ ଟଙ୍କା ତାଙ୍କୁ ମିଳେ ।

ବେଲିଙ୍କ ଟିକଟକ୍ ଆକାଉଣ୍ଟ ହେଉଛି @Xbaileyhunter, ଏହି ଆକାଉଣ୍ଟରେ ସେ ତାଙ୍କର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି । ବେଲି କହିଛନ୍ତି ଯେ ଯେତେବେଳେ ସେ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବରେ କାମ କରୁଥିଲେ, ଜଣେ ବ୍ୟକ୍ତି ସେହି ରେଷ୍ଟୁରାଣ୍ଟକୁ ଜଣେ କମ୍ ବୟସର ଝିଅ ସହ ଡିନର କରିବାକୁ ଆସିଥିଲେ । ଏହାପରେ ତାଙ୍କ ବିଲ ଦେବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ୨,୯୦୦ ଟଙ୍କା ବିଲ୍ ବଦଳରେ ୭,୪୦୦ ଟଙ୍କା ଦେଇଥିଲେ।

ସେହି ବ୍ୟକ୍ତି ଜଣକ ସେହି ସମୟରେ ବେଲିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ତେବେ ବେଲି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ ଓ ସେ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ତେବେ ବ୍ୟକ୍ତି ଜଣକ ତାଙ୍କୁ ଟେକ୍ସଟ୍ ମେସେଜ୍ କରି ଅଧିକ ଟଙ୍କା ରୋଜଗାର କରିବା କଥା କହିଥିଲେ । ଏହା ପରେ ବେଲି ବ୍ୟକ୍ତି ଜଣଙ୍କୁ ମେସେଜ କରିଥିଲେ । ତାଙ୍କର ଆର୍ଥିକ ସ୍ଥିତି ବିଷୟରେ ଜଣାଇଥିଲ।ପରେ ଭ୍ୟକ୍ତି ଜଣକ ତାଙ୍କୁ ଲଭ୍ ମେସେଜ କରିବା କଥା କହିଥିଲେ । ଏହା ବଦଳରେ ସେ ତାଙ୍କୁ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ। ତେବେ ବେଲି ଏହା ମଧ୍ୟ କହିଛନ୍ତି ଯେ ସେ ମେସେଜ କରୁଥିବା ବ୍ୟକ୍ତି ତାଙ୍କୁ କେବେ ହେଲେ ଅସଭ୍ୟ କଥା କହିନାହାନ୍ତି। ତେବେ ଆଜିକୁ ପ୍ରାୟ ୩ ବର୍ଷ ହେଲାଣି ସେ ଏପରି ମେସେଜ କରି ଟଙ୍କା ରୋଜଗାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.