ଭବିଷ୍ୟତର ପୃଥିବୀରେ ଖୁବ ଶିଘ୍ର ବଦଳିବାକୁ ଯାଉଛି ପୃଥିବୀ ଓ ମଣିଷଙ୍କ ରୂପରେଖ

ଆପଣ କେବେ ଟାଇମ ଟ୍ରାଭେଲ ମେସିନ ବିଷୟରେ ଶୁଣିଛନ୍ତି କି । ହୁଏତ ଆପଣ ହଲିଉଡ ଫିଲ୍ମରେ ଏହା ବିଷୟରେ ଜାଣିଥିବେ ତେବେ ଜଣେ ଟିକଟକ ୟୁଜର ଯାହାଙ୍କର ଇଷ୍ଟାଗ୍ରାମ ଓ ଟିକଟକ ଆଇଡି ହେଉଛି ଆସଥେଟିକ ଟାଇମ ଓ୍ଵାପର , ସେ କହିଛନ୍ତି କି ଆସନ୍ତା କିଛି ବର୍ଷ ମଧ୍ୟରେ ପୃଥିବୀରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ବଦଳିଯିବ ପୁରା ପୃଥିବୀ । ଖାଲି ସେତିକି ନୁହେଁ ଆସନ୍ତା ବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରେ ମଣିଷଙ୍କ ପରି ଖତରନାକ ମାଛ ମଧ୍ୟ ସମୁଦ୍ର ମଧ୍ୟରେ ଦେଖାଦେବେ ଓ ଏହା ସହିତ ଏଲିଏନ୍ସମାନେ ମଧ୍ୟ ଏହି ଧରା ପୃଷ୍ଟକୁ ଆସିସାରିଥିବେ ।

ତେବେ ଆପଣ ଲୋକଙ୍କଙ୍କୁ କହୁଥିବାର ଶୁଣିଥିବେ ଯେ ଆଉ କିଛି ବର୍ଷ ମଧ୍ୟରେ ଏଲିଏନ୍ସମାନେ ଏହି ଧରାପୃଷ୍ଠକୁ ଆସିବେ । ଏମିତିକି ଆପଣ ବର୍ତ୍ତମାନ ହଲିଉଡ ଫିଲ୍ମରେ ଦେଖୁଥିବା ଏଲିଏନ୍ସ ଆଉ କିଛି ବର୍ଷ ପରେ ମଣିଷଙ୍କ ମଧ୍ୟରେ ରହିବେ ବୋଲି କଳ୍ପନା ଜଳ୍ପନା କରାଯାଉଛି । ଅବଶ ବୈଜ୍ଞାନିକମାନେ ଏହି କଥାକୁ ସ୍ୱୀକାର କରୁନାହାନ୍ତି । ହେଲେ ଲୋକମାନେ ମଧ୍ୟ ଏହି ଖବର ବିଷୟରେ ଅନୁସନ୍ଧାନ କରିବାକୁ ପଛଉ ନାହାନ୍ତି ।

ଡେଲି ଷ୍ଟାର ଖବର ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ରେ ଆସଥେଟିକ ଟାଇମ ଓ୍ଵାରପର ନାମକ ଏକ ଆଇଡି କିଛି ଭିଡିଓ ଓ ଫଟୋ ପୋଷ୍ଟ କରିଛନ୍ତି , ଯେଉଁଥିରେ ଭବିଷ୍ୟବାଣୀ ହୋଇଛି ଯେ ପୃଥିବୀରେ ଉଲ୍କା ପିଣ୍ଡ ପଡିବ । ଓ ପୃଥିବୀ ସହିତ ମାଡ ହେବ । ଖାଲି ଏତିକି ନୁହେଁ ଏହା ପରେ ପୃଥିବୀକୁ ଏଲିଏନ୍ସମାନେ ମଧ୍ୟ ଆସିବେ ।

ତେବେ ଏମିତି ପ୍ରଥମ ଥର ପାଇଁ ହୋଇ ନାହିଁ ଯେ ଟିକଟକ ରେ ଆଇଡି ଥିବା ଏହି ବ୍ୟକ୍ତିଙ୍କ ଆକାଉଣ୍ଚ ଏଲିଏନ୍ସ ଓ ଟାଇମ ଟ୍ରାଭେଲିଙ୍ଗ ବିଷୟରେ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଏହି ବ୍ୟକ୍ତି ଯୁକ୍ତି କରିଥିଲେ ଯେ ସେ ମଣିଷ ସମାଜର ରକ୍ଷା କରିବା ପାଇଁ ଟାଇମ ଟ୍ରାଭେଲ କରିସାରି ଭବିଷ୍ୟତର ଦୁନିଆରୁ ଫେରିଛନ୍ତି ।

ଗତ ଜୁଲାଇ ମାସରେ ସେ ୨୦୨୧ ଓ ୨୦୨୨ ର ଶେଷରେ ପାଞ୍ଚୋଟି ଗୁରୁତ୍ୱପୂର୍ଣ୍ଣ ତାରିଖ ନୋଟ କରିବା ପାଇଁ କହିଥିଲେ । ତେବେ ଏହି ଟାଇମ ଟ୍ରାଭେଲରଙ୍କ କହିବା କଥା ହେଉଛି ତିନି ଜଣ ଯୁବକ ଡିସେମ୍ବର ମାସରେ ଟି ରେକ୍ସ ଡାଇନେସୋର ଅଣ୍ଡାକୁ ବ୍ୟବହାର କରି ଏକ ବିକଳ୍ପ ବ୍ରହ୍ମାଣ୍ଡ କରିବା ପାଇଁ ଏକ ପୋର୍ଟାଲ ଖୋଲିବେ ।

ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୨ ରେ ଆଣ୍ଟ୍ଲାଟିସ ର ର ମିଥିକାଲ ସନକେନ ସିଟି, ଆଣ୍ଟଲାଟିକ ମହାସାଗରରେ ମିଳିବ । ଯେଉଁଥିରେ ମଣିଷ ଭଳି ଶରୀର ଥିବା ମାଛମାନେ ଦେଖାଯିବେ । ଯେଉଁମାନେ କି ଅତ୍ୟନ୍ତ ଖତରନାକ ମଧ୍ୟ । ଏହି ଟିକଟକ ୟୁଜର ଏହା ମଧ୍ୟ କହିଛନ୍ତି ଯେ ନାସା ଆସନ୍ତା ବର୍ଷ ଅଗଷ୍ଟ ମାସରେ ଏକ ପ୍ରତିବିମ୍ବ ପୃଥିବୀ ଖୋଜିବ ଓ ଆଠ ଜଣ ମଣିଷଙ୍କୁ ଅକ୍ଟୋବର ମାସରେ ସୂର୍ଯ୍ୟଙ୍କର ଆଧ୍ୟାତ୍ମିକ ଉର୍ଜାରୁ ମହାଶକ୍ତି ମିଳିବ ।

କିନ୍ତୁ ଏହି ଆକାଉଣ୍ଟର ଭିଡିଓ ଓ ଫଟୋକୁ ଦିଆ ଯାଉଥିବା ତଥ୍ୟକୁ ୟୁଜର୍ସମାନେ ବିଶ୍ୱାସ କରୁନାହାନ୍ତି । କିଛି ଲୋକେ ଏହାର ମଜାକ ଉଡାଉଛନ୍ତି । କିନ୍ତୁ ଏହି ଆସଥେଟିକଟାଇମ ଓ୍ଵାରପର ନାମରେ କରିଥିବା ବ୍ୟକ୍ତି ମଧ୍ୟ ନିଜ କଥାକୁ ସତ ବୋଲି କହି କହୁଛନ୍ତି ଯେ ମୁଁ କହିଥିବା ସେହି ପାଞ୍ଚୋଟି ତାରିଖ ଓ ସବୁ ଘଟଣାକୁ ନିଶ୍ଚୟ ମନେ ରଖନ୍ତୁ । ଖାଲି ଏତିକି ନୁହେଁ ସେ ମଣିଷ ଭବିଷ୍ୟତ ବିଷୟରେ ମଧ୍ୟ ସବୁ ତଥ୍ୟ ନିଜ ଆଇଡିରେ ପୋଷ୍ଟ କରି କହିଛନ୍ତି କାରଣ ସେ ଜଣେ ଟାଇମ ଟ୍ରାଭେଲର । କିଛି ବର୍ଷ ପରେ କିପରି ଏକ ନୂଆ ପୃଥିବୀ ସୃଷ୍ଟି ହେବ , ମଣିଷମାନେ ମୃତ ବ୍ୟକ୍ତିଙ୍କ ସହିତ କେମିତି ମେସିନ ମାଧ୍ୟମରେ ଭର୍ଚୁଆଲି କଥା ହେବେ ଓ ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ସାବା ବିଶ୍ୱକୁ ଘାଇଲା କରିଥିବା କରୋନା ଭାଇରସ ଆଉ କେତେ ବର୍ଷ ପର୍ଯ୍ୟନ୍ତ ଏହି ପୃଥିବୀରେ ରହିବ ତାହା ମଧ୍ୟ ସେ କହିଛନ୍ତି । ମଣିଷ ସମାଜକୁ ଆହୁରି ୨୦୩୩ ମସିହା ପର୍ଯ୍ୟନ୍ତ ମାସ ପିନ୍ଦି ରହିବା ପାଇଁ ପଡିବ ବୋଲି ସେ ଟ୍ରାଇମ ଟ୍ରାଭେଲ କରି ଏହି ଯୁକ୍ତି ବାଢିଛନ୍ତି ।

ତେବେ  ସେ ଯେଉଁ ସହର ବିଷୟରେ କହିଛନ୍ତି ତାହା ସତ ଯେ ଆଣ୍ଟ୍ଲାଟିସ ହେଉଛି ଏକ ପୁରୁଣା ସଭ୍ୟତା ଥିବା ସହର । ଯାହାକି ବହୁ ବର୍ଷ ପୂର୍ବରୁ ସମୁଦ୍ରରେ ଲୀନ ହୋଇଯାଇଛି । କାରଣ ଅନେକ ପ୍ରକୃତିକ ବିପର୍ଯ୍ୟ ସହି ସହି ଶେଷରେ ସେହି ସହର ମାଟିରେ ମିସିଗଲା । ବର୍ତ୍ତମାନ ଯେଉଭଳି ଭାବେ ଟେକ୍ନୋଲୋଜି ଆଗେଇଲାଣି ଓ ବୈଜ୍ଞାନିକ ମାନେ ନୂଆ ନୂଆ ଗବେଷଣା କରୁଛନ୍ତି ହୁଏତ ଏହା ସତ ମଧ୍ୟ ହୋଇପାରେ । ଭବିଷ୍ୟତ କଥା ଜାଣିବା ଏତେ ସହଜ ବି ନୁହେଁ । ତେବେ ଦେଖିବାକୁ ବାକି ରହିଲା ଏହା କେତେ ସତ ହେବ କି କେତେ ମିଛ ହେବ ।

Leave A Reply

Your email address will not be published.