କରଜରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଯଦି ଶୁକ୍ରବାର ରାତିରେ କରନ୍ତୁ ଏହି ଛୋଟ ଉପାୟ, ଶୀଘ୍ର ପାଇବେ କରଜରୁ ମୁକ୍ତି

ସପ୍ତାହର ସବୁ ଦିନ କୌଣସି ନା କୌଣସି ଦେବତାଙ୍କ ନାମରେ ସମର୍ପିତ । ଶାସ୍ତ୍ରରେ ପ୍ରତିଦିନ କିଛି ନିୟମ ସମ୍ପର୍କରେ କୁହାଯାଇଛି । ଶୁକ୍ରାବାର ଦିନ ମା’ ଲକ୍ଷ୍ମୀଙ୍କୁ ସମର୍ପିତ । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ସେମାନଙ୍କ ଜୀବନରେ କେବେ ବି ଧନ ରତ୍ନର ଅଭାବ ନଉ । ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ମନୁଷ୍ୟ ବିଭିନ୍ନ ପ୍ରକାର ପୂଜା ପାଠ ଓ ଉପାୟ କରିଥାଏ ।

ବହୁବାର ପରିଶ୍ରମ ଓ ନିଷ୍ଠା ସତ୍ତ୍ୱେ ଅର୍ଥର ସମସ୍ୟା ଲାଗି ରହିଥାଏ । ଯେଉଁଥିପାଇଁ ବ୍ୟକ୍ତି କରଜ ନେବା ପାଇଁ ବାଧ୍ୟ ହୋଇଥାଏ । ଶୁକ୍ରବାର କିଛି ଉପାୟ କରି ଆପଣ କରଜ ମୁକ୍ତ ହେବା ସହ ଧନ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେଣୁ ଶୁକ୍ରବାର ରାତି ୯ ଟାରୁ ୧୦ ମଧ୍ୟରେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ପାଆନ୍ତୁ ମା’ଙ୍କ ଆଶିର୍ବାଦ । 

ଶୁକ୍ରବାର ଏହି ଉପାୟ ଦେବ କରଜରୁ ମୁକ୍ତି :

ପ୍ରତି ଶୁକ୍ରବାର ନିୟମ ପୂର୍ବକ ଗୋପାଳ ସହସ୍ରନାମ ଜପ କରନ୍ତୁ । ମାନ୍ୟତା ରହିଛି କି ଏହାଦ୍ୱାରା ଶୀଘ୍ର କରଜରୁ ମୁକ୍ତ ହେବେ ଓ ଘରେ ସମୃଦ୍ଧି ହେବ ।

ଶୁକ୍ରବାର ରାତିରେ ସ୍ୱଚ୍ଛ ବସ୍ତ୍ର ପିନ୍ଧନ୍ତୁ । ଏବେ ପଦ୍ମ ଉପରେ ବିରାଜିତ ମା’ ଲକ୍ଷ୍ମୀଙ୍କୁ ଧ୍ୟାନ କରି ମାନସିକ ଭାବେ ୧୦୮ ପଦ୍ମ ଫୁଲ ଅର୍ପଣ କରନ୍ତୁ । ମନରେ ୧୦୮ ଥର ଅଷ୍ଟ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ମାନ୍ୟତା ଯେ ଏହାଦ୍ୱାରା ମା’ ଲକ୍ଷ୍ମୀ ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଥାନ୍ତି ।

ଶୁକ୍ରାବାର ଦିନରେ ଗୋମତି ଚକ୍ରକୁ ‘ଓଁ ଲକ୍ଷ୍ମୀ ନମଃହେ’ ମନ୍ତ୍ରରେ ଅଭିମନ୍ତ୍ରିତ କରି ଏକ ଲାଲ କପଡ଼ାରେ ବାନ୍ଧନ୍ତୁ । ଏହାକୁ ଦୋକାନରେ କିଛି ବି ଗୁପ୍ତ ସ୍ଥାନରେ ରଖନ୍ତୁ । ମାନ୍ୟତା ରହିଛି ଏହାଦ୍ୱାରା ଦୋକାନରେ ବୃଦ୍ଧି ଘଟିବ ଓ କେବେ ଲୋନ ନେବାକୁ ଆବଶ୍ୟକ ପଡିବ ନାହିଁ ।

  ଶୁକ୍ରବାର ରାତିରେ ଅଷ୍ଟ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଆର୍ଥିକ ଅସୁବିଧା ଆସିନଥାଏ । ମା’ ଅଷ୍ଟ ଲକ୍ଷ୍ମୀଙ୍କୁ ଲାଲ ଫୁଲର ମାଲା ଜରୁର ଚଡ଼ାନ୍ତୁ । ଏହାଦ୍ୱାରା ଧନ ଆଗମନର ପଥ ସୁଗମ ହୁଏ ଓ ଉନ୍ନତିର ରାସ୍ତା ଖୋଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.