ମାତା ପାର୍ବତୀ ଶିବଙ୍କୁ ପାଇବା ପାଇଁ କରିଥିଲେ ୧୪ ହଜାର ବର୍ଷର କଠୋର ତପସ୍ୟା, ଜାଣନ୍ତୁ ଏହି ସ୍ଥାନ ସମ୍ପର୍କରେ..

ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ ନାଥ ଶିବ ଶଙ୍କରଙ୍କ ପୂଜା-ଅର୍ଚ୍ଚନା ପ୍ରତ୍ୟେକ ସ୍ଥାନରେ ବଡ଼ ଧୂମଧାମର ସହ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଭଗବାନ ଶଙ୍କରଙ୍କର ଅନେକ ବିଚିତ୍ର ଏବଂ ସ୍ୱତନ୍ତ୍ର ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଶଙ୍କର ବିଭିନ୍ନ ରୂପେ ବିଦ୍ୟମାନ। ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ ।

ଭଗବାନ ଶଙ୍କରଙ୍କୁ ଭୋଳାନାଥ ମଧ୍ୟ କୁହାଯାଇଥାଏ। ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଘୋର ତପସ୍ୟା କରିଥିଲେ। ଯାହାପରେ ମାତା ପାର୍ବତୀ ଏବଂ ଭଗବାନ ଶିବଙ୍କ ମହାଶିବରାତ୍ରୀ ଦିନ ବିବାହ ହୋଇଥିଲା। ଏହିକାରଣରୁ ପ୍ରତ୍ୟେକ ବର୍ଷ ମହାଶିବରାତ୍ରୀ ଦିନ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ପାଇବା ପାଇଁ କେଉଁ ସ୍ଥାନ ରେ ଘୋର ତପସ୍ୟା କରିଥିଲେ।

ବାସ୍ତବରେ ଭଗବାନ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଯେଉଁଠାରେ ତପସ୍ୟା କରିଥିଲେ ସେହି ସ୍ଥାନ ହେଉଛି କେଦାରନାଥ ନିକଟରେ ଅବସ୍ଥିତ ଗୌରୀ କୁଣ୍ଡ। ଗୌରୀ କୁଣ୍ଡ ପ୍ରସିଦ୍ଧ ଏବଂ ପ୍ରଭାବୀ ସ୍ଥାନ ରୂପେ ପରିଚିତ। ଏଠାର ସବୁଠାରୁ ଖାସ୍‌ କଥା ହେଉଛି ଏଠାର ପାଣି ଥଣ୍ଡା ସମୟରେ ମଧ୍ୟ ଗରମ ରହିଥାଏ। ଉଲ୍ଲେଖ ରହିଛି ଯେତେବେଳେ ମାତା ଗୌରୀ ନିଜ ତପସ୍ୟା ପୁରା କରିବା ପରେ ସେ ଗୁପ୍ତକାଶୀରେ ଭଗବାନ ଶିବଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଥିଲେ, ଯାହା ଭଗବାନ ଶଙ୍କର ସ୍ୱିକାର କରିଥିଲେ। ଏହାପରେ ଦେବୀ ପାର୍ବତୀଙ୍କ ପତି ହିମାଳୟରୁ ପ୍ରସ୍ତାବ ରଖିଥିଲେ ଏବଂ ବିବାହର ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହାପରେ ରୁଦ୍ରପ୍ରୟାଗ ଜିଲ୍ଲାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହୋଇଥିଲା।

ରୁଦ୍ରପ୍ରୟାଗ ଜିଲ୍ଲାର ଏକ ଗ୍ରାମର ନାମ ହେଉଛି ତ୍ରିଯୁଗୀ ନାରାୟଣ। ମାନ୍ୟତା ଅନୁଯାୟୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ହିମାଳୟର ମନ୍ଦାକିନୀ ଅଞ୍ଚଳରେ ଅବସ୍ଥିତ ତ୍ରିଯୁଗୀନାରାୟଣ ଗାଁରେ ସଂପନ୍ନ ହୋଇଥିଲା। ଏଠାରେ ଏକ ପବିତ୍ର ଅଗ୍ନି ମଧ୍ୟ ଜଳି ରହିଥାଏ। ଏହି ବିଷୟରେ ଉଲ୍ଲେଖ ରହିଛି ଏହା ତ୍ରେତୟା ଯୁଗରୁ ଲାଗି ରହିଛି ଏବଂ ଏହା ସାମ୍ନାରେ ଭଗବାନ ଶିବ ଏବଂ ମାତା ପାର୍ବତୀ ମଧ୍ୟ ବିବାହ କରିଥିଲେ। ଏହି ବିବାହରେ ଭାଇର ଦାୟିତ୍ୱ ଭଗବାନ ବିଷ୍ଣୁ ଏବଂ ପଣ୍ଡିତଙ୍କ କାର୍ଯ୍ୟ ଭଗବାନ ବ୍ରହ୍ମା ପୂରଣ କରିଥିଲେ। ଏହି ବିବାହରେ ମହାନ ତପସ୍ୱି, ଋଷି-ମହର୍ଷି ମଧ୍ୟ ଯୋଗ ଦେଇଥିଲେ।

Leave A Reply

Your email address will not be published.