ଆର୍ଥିକ ସମସ୍ୟା ଏବଂ ଦୁଃଖ କଷ୍ଟ ହେବ ଦୂର, ନବରାତ୍ରି ୯ ଦିନରେ ମଧ୍ୟରେ ଲଗାନ୍ତୁ ଏସବୁ ଗଛ

ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ନବରାତ୍ରିର ୯ ଦିନ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି କୁହାଯାଏ। ଏହି ୯ ଦିନରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପକୁ ପୂଜା କରାଯାଏ। ନବରାତ୍ରି ଆଜିଠାରୁ ଅର୍ଥାତ୍ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରିରେ ମା’ ଦୁର୍ଗା ହାତୀ ଉପରେ ବିରାଜ ହୋଇ ଆସିବେ। ୯ ଦିନ ପର୍ଯ୍ୟନ୍ତ ମା’ ନିଜ ଭକ୍ତଙ୍କୁ ଘଣ୍ଟ ଘୋଡାଇ ରଖନ୍ତି। ଭକ୍ତଙ୍କ ଉପରେ ଅଶେଷ କୃପା ପ୍ରଦାନ କରନ୍ତି । ଏମିତିରେ ମା’ଙ୍କ କୃପା ପାଇଁ ନବରାତ୍ରିରେ ଅନେକ ଲୋକ ବିଭିନ୍ନ ପ୍ରକାର ପୂଜାର୍ଚ୍ଚଦା କରନ୍ତି । କିନ୍ତୁ ମା’ଙ୍କ କୃପା ପାଇଁ ପାଇଁ ଆପଣ ୯ ଦିନ ଭିତରେ ଏମିତି କିଛି ଗଛ ଅଛି, ଯାହାକୁ ଲଗାଇବା ବହୁତ ଶୁଭ ବୋଲି କୁହାଯାଏ। ଏହାକୁ ଲଗାଇବା ଦ୍ୱାରା ମା’ ଦୁର୍ଗାଙ୍କ କୃପା ମିଳିଥାଏ। ଏହାସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ।
ନବରାତ୍ରିରେ କେଉଁ ଗଛ ଲଗାଇବେ :
ଅପରାଜିତା ଗଛ : ଅପରାଜିତା ଗଛ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅନେକ ଶୁଭ ବୋଲି କୁହାଯାଏ। ମାନ୍ୟତା ଅନୁସାରେ ଏହି ଗଛକୁ ନବରାତ୍ରି ସମୟରେ ଘରେ ଲଗାଇବା ଉଚିତ। ଏହାଦ୍ୱାରା ମା’ ଦୁର୍ଗାଙ୍କ କୃପା ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଏ। ଏହାଛଡା ଚ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଚେରକୁ ରୁପା ବାକ୍ସ ଭିତରେ ରଖିଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଯଦି ଆପଣ ଏହାକୁ ନବରାତ୍ରିର ୯ ଦିନରେ କୌଣସି ଦିନ ମଧ୍ୟ ଲଗାନ୍ତି, ତେବେ ମା’ ଦୁର୍ଗା ପ୍ରସନ୍ନ ହୋଇ ଆପଣଙ୍କ ଘରେ ବାସ କରନ୍ତି।
କଦଳୀ ଗଛ : ହିନ୍ଦୁ ଧର୍ମରେ କଦଳୀ ଗଛର ଖାସ୍ ମହତ୍ତ୍ୱ ରହିଥାଏ। ମାନ୍ୟତା ଅନୁସାରେ କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କ ରହିଥାନ୍ତି। ଭଗବାନ ବିଷ୍ଣୁ ପ୍ରସନ୍ନ ହେବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଜ୍ୟୋତିଷ ଅନୁସାରେ ଯଦି ଆପଣ ନବରାତ୍ରି ସମୟରେ ଘରେ କଦଳୀ ଗଛ ଲଗାନ୍ତି, ତେବେ ହରି ଆପଣଙ୍କ ଘରେ ବାସ କରିବେ। ପ୍ରତି ଗୁରୁବାର ଦିନ ପାଣିରେ କ୍ଷୀର ମିଶାଇ ଅର୍ପଣ କରନ୍ତୁ, ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ଆର୍ଥିକ ସମସ୍ୟା ଦୂର ହୁଏ।

ଗଙ୍ଗଶିଉଳି ଗଛ : ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଗଛର ବିଶେଷ ମହତ୍ତ୍ୱ ରହିଥାଏ। ନବରାତ୍ରିରେ ଗଙ୍ଗଶିଉଳି ଗଛ ଲଗାଇବା ବହୁତ ଶୁଭ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗାଧୋଇ ସାରିବା ପରେ ସଫା ପୋଷାକ ପିନ୍ଧି ଗଙ୍ଗଶିଉଳି ଗଛ ଲଗାଇବା ଜରୁରୀ। ଏମିତି କଲେ ବ୍ୟକ୍ତିର ଆର୍ଥିକ ସ୍ଥିତି ମଜବୁତ ହୁଏ।
ତୁଳସୀ ଗଛ : ତୁଳସୀ ଗଛରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି। ଏହାକୁ ଶୁଭ ଦିନରେ ଲଗାଇଲେ ଶୁଭ ଫଳ ମିଳିଥାଏ। ହିନ୍ଦୁ ଧର୍ମରେ ନବରାତ୍ରି ବହୁତ ପବିତ୍ର ହୋଇଥାଏ। ତେଣୁ ତୁଳସୀ ଗଛ ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ । ଘରେ ସମୃଦ୍ଧି ଆସିଥାଏ। ଆର୍ଥିକ ସମସ୍ୟା ଦୂର ହୁଏ।
Also Read : ଧନତେରାସରୁ ଶନିଦେବ ପରିବର୍ତ୍ତନ କରିବେ ଚଳନ, ଏହିସବୁ ରାଶିରେ ରହିଛି ପ୍ରବଳ ଧନ ଯୋଗ