ଜାନୁଆରୀରେ ଏହି ୩ଟି ଗ୍ରହ କରିବେ ରାଶି ପରିବର୍ତ୍ତନ, ମିଳିବ ଏମାନଙ୍କୁ ବର୍ଷସାରା ଶୁଭଫଳ

ବର୍ଷର ପ୍ରଥମ ମାସରେ ମାନେ ଜାନୁଆରୀରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଏହି ୪ ଗ୍ରହଙ୍କର ରାଶି ପରିବର୍ତ୍ତନ ହେବ। ଏହାସହିତ କର୍ମଫଳ ଦାତା ଶନିଦେବ ମଧ୍ୟ ୩୦ ବର୍ଷ ପରେ ନିଜ ରାଶିରେ ପ୍ରବେଶ କରିବେ। ମାନେ କୁୁମ୍ଭ ରାଶିକୁ ଗୋଚର ପ୍ରାକାରେ ଗତି କରିବେ । ତେବେ ଏହାପାଇଁ କେଉଁ ରାଶିଙ୍କ ଉପରେ କେମିତି ପ୍ରଭାବ ରହିବ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

Picture Credit – Science

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଗ୍ରହ ରାଜା କୁହାଯାଉଥିବା ବେଳେ ମଙ୍ଗଳ ଗ୍ରହଙ୍କୁ ସେନାପତି କୁହାଯାଏ। ସେହିପରି ଚନ୍ଦ୍ରଦେବଙ୍କୁ ମନ କାରକ ଗ୍ରହ କୁହାଯାଏ। ତେବେ ୨୦୨୨ ମସିହା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା ବହୁତ ଶୁଭ । ବର୍ଷର ପ୍ରଥମ ମାସରେ ସୂର୍ଯ୍ୟଦେବ, ମଙ୍ଗଳ ଏବଂ ବୁଧ ଦେବ ରାଶି ପରିବର୍ତ୍ତ କରିବେ। ଏହାପରେ କର୍ମଫଳ ଦାତା ଶନିଦେବ ମଧ୍ୟ ୩୦ ବର୍ଷ ପରେ ନିଜ ରାଶିକୁ ଗୋଚର ପ୍ରକାରେ ଗତି କରିବେ। ତେଣୁ ନୂଆବର୍ଷରେ ଏହି ଗ୍ରହଙ୍କୁ ଖୁସି କରିବା ପାଇଁ କିଛି ଉପାୟ ରହିଛି। ଯାହାକୁ କରିବା ଦ୍ୱାରା ଆପଣଙ୍କ ବର୍ଷ ବହୁତ ଶୁଭମୟ କଟିବ।

horo3-1

ସୂର୍ଯ୍ୟ ଗ୍ରହ:
ଜାତକରେ ସୂର୍ଯ୍ୟଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର ରହିଛି। ସୂର୍ଯ୍ୟ ଯଦି ଶୁଭ ସ୍ଥାନରେ ଥିବେ ତେବେ ଜୀବନରେ ସ୍ୱାସ୍ଥ୍ୟ, କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ। ଆଉ ଯଦି ସୂର୍ଯ୍ୟଦେବ କୁଣ୍ଡଳୀରେ ଦୁର୍ବଳ ଥିବେ ତେବେ କର୍ମକ୍ଷେତ୍ରରେ କିଛି ସମସ୍ୟା ଦେଖାଯାଏ । ତେଣୁ ତାଙ୍କୁ ଶକ୍ତି ଶାଳୀ କରିବା ପାଇଁ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରନ୍ତୁ। ଏହାସହିତ ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପଢ଼ିପାରିବେ। ରବିବାର ଦିନ ଏହାର ମହତ୍ୱ ଅଧିକ ରହିଥାଏ।

ଚନ୍ଦ୍ର ଦେବ:
ଚନ୍ଦ୍ର ଦେବଙ୍କୁ ମନକାରକ ଗ୍ରହ କୁହାଯାଏ। ମନ ଅଶାନ୍ତ ରହୁଥିଲେ ନିୟମିତ ରୂପେ ଚନ୍ଦ୍ର ଦେବଙ୍କୁ ପୂଜା କରନ୍ତୁ। ଜାତକରେ ଚନ୍ଦ୍ରଦେବ ଦୁର୍ବଳ ଥିଲେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯାଏ। ଏଥିପାଇଁ ଲୋକମାନେ ଡିପ୍ରେସନକୁ ଚାଲିଯାନ୍ତି। ତେଣୁୁ ଏଥିପାଇଁ ଆପଣ ମୋତି ଧାରଣ କରିପାରିବେ। ଅଥବା ମୁନ୍‌ ଷ୍ଟୋନ ମଧ୍ୟ ପିନ୍ଧି ପାରିବେ। ଏହାସହ ଆପଣ ଶିବଲିଙ୍ଗଉପରେ କ୍ଷୀର ମଧ୍ୟ ଢ଼ାଳିପାରିବେ। ଭଗବାନଙ୍କ କୃପାରୁ ଆପଣଙ୍କ ମନ ଓ ଜୀବନ ଶାନ୍ତିମୟରେ ଅତିବାହିତ ହେବ।

horo
pc: the daily californian

 

ମଙ୍ଗଳ ଦେବ:
ମଙ୍ଗଳ ଦେବଙ୍କ କୃପାରୁ ବ୍ୟକ୍ତି ଜୀବନରେ ସାହସ ଓ ପରାକ୍ରମୀ ହୋଇଥାଏ। ଏଥିପାଇଁ ସେ ଯେକୌଣସି କାମକୁ କରିବାର ସାହସ ଓ ଧୈର୍ଯ୍ୟ ରଖିଥାଏ। ସେଥିରେ ସଫଳତା ପାଇଥାଏ । କୁଣ୍ଡଳୀରେ ମଙ୍ଗଳ ଗ୍ରହ ଦୁର୍ବଳ ଥିଲେ ସାହସ ଓ ଆତ୍ମବିଶ୍ୱାସୀ ହେବାରେ ଅଭାବ ଦେଖାଯାଏ। ଏଥିରୁ ବର୍ତ୍ତିବା ପାଇଁ ଆପଣ ସୁନ୍ଦରାକାଣ୍ଡ ଅଥବା ହନୁମାନ ଚାଳିଶା ପଢ଼ିପାରିବେ। ମଙ୍ଗଳଙ୍କ ସହ ହନୁମାନଙ୍କ ପୂଜା ଏହିଦିନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ।