NASA ଓ SpaceXର ଗୁରୁତ୍ୱପୂର୍ଣ୍ଣ ଲଞ୍ଚ୍‌; ଆଷ୍ଟ୍ରୋଏଡ୍‌କୁ ଆକ୍ରମଣ କରିବ ମହାକାଶଯାନ, ପୃଥିବୀକୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଉତ୍‌କ୍ଷେପଣ

ଆମେରିକୀୟ ସ୍ପେସ୍‌ ଏଜେନ୍ସି National Aeronautics and Space Administration (NASA) ଏବଂ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ କମ୍ପାନୀ ସ୍ପେସ୍‌ଏକ୍ସ (SpaceX) ବୁଧବାର ଅର୍ଥାତ୍‌ ୨୪ ନଭେମ୍ବରରେ ଏକ ମହାକାଶଯାନ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହା ସୁଦୂର ମହାକାଶରେ ଚକ୍କର ଲଗାଉଥିବା ଏକ ଗ୍ରହ ସହିତ ମୁହାଁମୁହିଁ ହେବ। ଏହି ପୂରା ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି, ଏଥିରେ ଗ୍ରହର ଦିଗ ବଦଳୁଛି କି ନାହିଁ, ତାହା ଯେପରି ଜାଣିହେବ। ଏହା ସହାୟତାରେ ପୃଥିବୀକୁ ଭବିଷ୍ୟତରେ ଗ୍ରହ ଆକ୍ରମଣରୁ ରକ୍ଷା କରିବାରେ ସଫଳତା ମଧ୍ୟ ମିଳି ପାରିବ। ନାସା ଏବଂ ସ୍ପେସ୍‌ଏକ୍ସର ଯୋଜନା ମୁତାବକ, ଏହି ମହାକାଶଯାନକୁ ୨୪ ନଭେମ୍ବରରେ ଲଞ୍ଚ୍‌ କରାଯିବ। ଯଦି କୌଣସି ସମସ୍ୟା ଆସେ, ତ ସ୍ପେସ୍‌ ଏଜେନ୍ସିଙ୍କ ପାଖରେ ୨୦୨୨ ଫେବୃୟାରୀ ପର୍ଯ୍ୟନ୍ତ ସମୟ ରହିଛି।

ନାସାର Double Asteroid Reduction Test (DART) ମିଶନ ଏହା ଜାଣିବାକୁ ଚାହେଁ କି, ଏହି ପ୍ରକାର ପ୍ରୟାସରେ ଗ୍ରହର ଦିଗ ବଦଳି ପାରୁଛି କି ନାହିଁ। ତେବେ ଏହି ମହାକାଶଯାନ ଲଞ୍ଚ୍‌ ଦ୍ୱାରା ଏହା ମଧ୍ୟ ପତ୍ତା ଲଗାଯାଇ ପାରିବ ଯେ କୌଣସି ମହାକାଶଯାନ ଗ୍ରହ ଆଡ଼କୁ ଗତି କରି ଏହା ସହିତ ଧକ୍କା ହୋଇ ପାରୁଛି କି ନାହିଁ। େଓ୍ଵଲ୍ସର ନାଇଟନରେ National Near Earth Objects Information Centerର ନିର୍ଦ୍ଦେଶକ ଜେ ଟେଟ କହିଛନ୍ତି, ‘ଯଦି ଏହା କାମ କରେ, ତ ବହୁତ ବଡ଼ କଥା ହେବ। କାହିଁକିନା, ଏହାଦ୍ୱାରା ଏହା ପ୍ରମାଣିତ ହୋଇ ପାରିବ କି, ଆମ ପାଖରେ ନିଜକୁ ବଞ୍ଚାଇବାର ଟେକ୍ନିକ୍‌ କ୍ଷମତା ଉପଲବ୍ଧ ରହିଛି’।

କ’ଣ ଏହି ଡାର୍ଟ ସ୍ପେସ୍‌କାଫ୍ଟ

୬୧୦ କିଲୋଗ୍ରାମ ଓଜନ ବିଶିଷ୍ଟ ଡାର୍ଟ ମହାକାଶଯାନ ବୁଧବାର କାଲିଫର୍ନିଆର ଭ୍ୟାଣ୍ଡେନନର୍ଗ ସ୍ପେସ୍‌ ଫୋର୍ସ ବେସ୍‌ରୁ ସ୍ପେସ୍‌ଏକ୍ସ ଫାଲ୍‌କନ ୯ ରକେଟ୍‌ରୁ ଉଡ଼ାଣ କରିବ। ବ୍ରିଟେନ ସମୟାନୁସାରେ ସକାଳ ୬ଟା ୨୧ରୁ ଏହା ଉଡ଼ାଣ ଭରିବ। ଏହାର ଲକ୍ଷ୍ୟ ରହିବ ଡିଡିମୋସ୍‌ ସିଷ୍ଟମ, ଯାହାକି ଏକ ଯୁଗଳ ଗ୍ରହ। ଯଦିଓ ଆଜି ପର୍ଯ୍ୟନ୍ତ ପୃଥିବୀକୁ ଏହାଦ୍ୱାରା କୌଣସି କ୍ଷତି ହୋଇ ନାହିଁ। ଏହି ଆଷ୍ଟ୍ରୋଏଡ୍‌ଗୁଡ଼ିକ ମଧ୍ୟରେ ୧୬୩ ମିଟରର ‘ମୁନଲେଟ୍‌’ ଆଷ୍ଟ୍ରୋଏଡ୍‌ ରହିଛି, ଯାହାକୁ ‘ଡିଫୋରଫୋସ୍‌’ କୁହାଯାଇଥାଏ। ଏହା ଡିଡିମୋସ୍‌ ନାମକ ବଡ଼ ୭୮୦ ମିଟର ଆଷ୍ଟ୍ରୋଏଡ ଚାରିପାଖେ ଘୂର୍ଣ୍ଣନ କରିଥାଏ। ସୂର୍ଯ୍ୟଙ୍କ ଚାରିପଟେ ବୁଲି ବୁଲି ଏହି ଆଷ୍ଟ୍ରୋଏଡ୍‌ଗୁଡ଼ିକ କେବେ କେବେ ପୃଥିବୀର ବହୁତ ନିକଟତର ହୋଇ ଯାଆନ୍ତି। ନାସା ଓ ସ୍ପେସ୍‌ଏକ୍ସର ଯୋଜନା ହେଉଛି, ମହାକାଶଯାନକୁ ଡିଫୋରଫୋସ୍‌ ସହିତ ଧକ୍କା କରେଇବା। ଯେତେବେଳେ ଏହା ଧକ୍କା ହେବ, ସେତେବେଳେ ଏହି ଗ୍ରହ ପୃଥିବୀଠାରୁ ୬.୮ ମିଲିୟନ ମାଇଲ୍‌ ଦୂରରେ ଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.