ଦେଖନ୍ତୁ ଭିଡିଓ: ଛୁଆ ଉପରେ ଭୁଶୁଡ଼ି ପଡ଼ୁଥିଲା କାନ୍ଥ, ଏହି ସମୟରେ ମା’ ଯାହା କଲା, ପୂରା ଦୁନିଆ କରୁଛି ପ୍ରଶଂସା

ଦୁନିଆରେ ଜଣେ ମା’ ତା’ ସନ୍ତାନକୁ ଯେତିକି ଭଲ ପାଇଥାଏ, ହୁଏତ ଆଉ କେହି ସେତିକି କରି ପାରିବେ ନାହିଁ। ସେ ମା’ ହିଁ ଥାଏ, ଯିଏ ନିଜ ସନ୍ତାନ ଉପରକୁ ଆସୁଥିବା କୌଣସି ବି ବିପଦକୁ ନିଜ ଉପରକୁ ନେଇ ଯାଇଥାଏ। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଭିଡିଓ ଖୁବ ଭାଇରାଇ ହେଉଛି, ଯେଉଁଥିରେ ଦେଖାଯାଉଛି କି, ଜଣେ ମା’ ନିଜ ସନ୍ତାନକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛି।

ଭିଡିଓକୁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଲେଣି ଏବଂ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରାଯାଉଛି। ଏହି ଭିଡିଓକୁ ଅଲଗା ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି। ମାତ୍ର କିଛି ହିଁ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମା’ ନିଜ ଛୁଆକୁ ଧରି ଏକ କାନ୍ଥ ପାଖରେ ବସିଛି। ସେ ଛୁଆ ସହିତ କଥା ହେଉଛି। ଏହାରି ଭିତରେ ତାଙ୍କୁ ଅନୁଭବ ହେଉଛି କି, କାନ୍ଥ ତଳ ଆଡ଼କୁ ଭୁଶୁଡ଼ି ପଡ଼ୁଛି। ଏହାର କିଛି କ୍ଷଣ ମଧ୍ୟରେ ସତକୁ ସତ କାନ୍ଥ ଭୁଶୁଡ଼ି ଯାଉଛି। ଏମିତି ସ୍ଥିତିରେ ମା’ ନିଜ ଛୁଆକୁ ବଞ୍ଚାଇବା ପାଇଁ ତା’ ଉପରକୁ ଆସି ଯାଉଛି ଏବଂ ଇଟାଗୁଡ଼ିକୁ ନିଜ ପିଠି ଉପରେ ପଡ଼ିବାକୁ ଦେଉଛି।

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ମଧ୍ୟ ସେୟାର କରିଛନ୍ତି। ୧୧ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଭିଡିଓ ସେୟାର କରି ଆଇଏଫ୍‌ଏସ୍‌ ଲେଖିଛନ୍ତି, ‘ଦୁନିଆକୁ ମା’ର ଆବଶ୍ୟକତା ରହିଛି’। ଜଣେ ୟୁଜର କହିଛନ୍ତି, ‘ସେ ତ ସୁପର ଓ୍ଵିମେନ୍‌’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.