ଶାନ୍ତିରେ ଶୋଇବା ପାଇଁ ମୃତ ମଣିଷର ଖପୁରୀକୁ କରି ଦିଅନ୍ତି ତକିଆ, ‘ହେଡ୍‌ ହଣ୍ଟିଙ୍ଗ୍‌’ ପାଇଁ ବିଶ୍ୱରେ ଖ୍ୟାତ ଏହି ଜନଜାତି

ପଶ୍ଚିମ ଆଫ୍ରିକାରେ ରହୁଥିବା କେତେକ ଜନଜାତିଙ୍କ ନୀତି ନିୟମ ବହୁତ ଅଜବ ପ୍ରକାରର। ନ୍ୟୁ ଗିନି ଦ୍ୱୀପରେ ରହୁଥିବା ଅସ୍ମତ୍‌ ଜନଜାତି ନିଜର କ୍ରୁର ପ୍ରଥାକୁ ନେଇ ସାରା ବିଶ୍ୱରେ ଖ୍ୟାତ। ଏହି ଜନଜାତି ନ୍ୟୁ ଗିନି ଦ୍ୱୀପର ପଶ୍ଚିମ ଭାଗର ଦକ୍ଷିଣ ଆଡ଼କୁ ଏବଂ ସମୁଦ୍ର ନିକଟସ୍ଥ ମେଁଗ୍ରୋବ୍‌ ଜଙ୍ଗଲରେ ରୁହନ୍ତି। ଏହି ଲୋକଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ନରଭକ୍ଷୀ ମଧ୍ୟ କୁହାଯାଇଥାଏ।

ଅସ୍ମତ୍‌ ଜନଜାତିଙ୍କ ସଂଖ୍ୟା ପାଖାପାଖି ୬୫,୦୦୦ ହେବ। ଏମାନଙ୍କୁ ‘ହେଡ୍‌ ହଣ୍ଟର’ ବୋଲି ବି କୁହାଯାଇଥାଏ। ଏମାନଙ୍କ ଉପରେ ଲେଖା ଯାଇଥିବା ଅନେକ ପୁସ୍ତକରେ ଦାବି କରାଯାଇଛି କି, ଏହି ଜନଜାତିର ଲୋକେ ମଣିଷ ଏବଂ ଜୀବଜନ୍ତୁଙ୍କ ମୁଣ୍ଡକୁ ଶିକାର କରିଥାଆନ୍ତି। ଏମାନଙ୍କର ବିଶ୍ୱାସ ରହିଛି ଯେ ଏମାନେ ବାଉଁଶରୁ ଉତ୍ପନ୍ନ ହୋଇଛନ୍ତି। ଆଉ ଏଥିପାଇଁ ବାଉଁଶକୁ ହିଁ ଏମାନେ ପବିତ୍ର ମାନି ଥାଆନ୍ତି। ପ୍ରାଚୀନ କାଳରେ ଏମାନେ ବାଉଁଶରେ ବିଭିନ୍ନ ପ୍ରକାରର ଅଦ୍ଭୁତ ଜିନିଷ ତିଆରି କରୁଥିଲେ। ଅସ୍ମତ୍‌ଙ୍କୁ ପାଷାଣ ଯୁଗର ସବୁଠାରୁ ଭଲ ବାଉଁଶ କଟାଳି ବୋଲି କୁହାଯାଇଥାଏ ଏବଂ ତାଙ୍କ ଦ୍ୱାରା ଅନେକ ଖୋଦିତ ବସ୍ତୁ ଦୁନିଆର ବିଭିନ୍ନ ସଂଗ୍ରହାଳୟରେ ଏବେ ବି ସାଇତି ରହିଛି।

ଅସ୍ମତ୍‌ ଜନଜାତିଙ୍କର ସବୁଠାରୁ କ୍ରୁର ପ୍ରଥା ଭିତରେ ଗୋଟିଏ ହେଉଛି ହେଡ୍‌ ହଣ୍ଟିଙ୍ଗ୍‌ ଓ ଅନ୍ୟଟି ନରଭକ୍ଷଣ। ଏମାନେ କେବଳ ଖପୁରୀ ଶିକାର କରି ନ ଥାଆନ୍ତି, ବରଂ ଏହାର ପୂଜା ମଧ୍ୟ କରି ଥାଆନ୍ତି। ଏହି ଖପୁରୀଗୁଡ଼ିକୁ ସେମାନେ ଘରର ଏକ ସମ୍ମାନଜନକ ସ୍ଥାନରେ ରଖିଥାଆନ୍ତି। ଏମାନେ ତକିଆ ବଦଳରେ ମଣିଷ ଖପୁରୀକୁ ନିଜ ମୁଣ୍ଡ ତଳେ ରଖି ଶୋଇ ଥାଆନ୍ତି। ଏହି ଜନଜାତି ମଣିଷ ଓ ଜୀବଜନ୍ତୁଙ୍କ ଖପୁରୀରୁ ମସ୍ତିଷ୍କ ବାହାର କରି ଖାଇ ଦେଇଥାଆନ୍ତି। ଏମାନେ ନିଜ ଛୁଆର ନାମକରଣ ପାଇଁ ମଧ୍ୟ ଖପୁରୀ ଶିକାର କରିଥାଆନ୍ତି। ବିଶ୍ୱାସ ଥାଏ ଯେ ଯଦି କୌଣସି ବ୍ୟକ୍ତିକୁ ମାରି ଖିଆଯାଏ, ତ ତା’ର ଶକ୍ତି ନିଜ ଭିତରକୁ ଚାଲି ଆସିଥାଏ।

ବହୁତ ପୁରୁଣା ପ୍ରଥା ମୁତାବକ, ଅସ୍ମତ୍‌ ଜନଜାତିର ଲୋକେ ନିଜ ପିଲାର ନାମ କୌଣସି ମୃତକ କିମ୍ବା ମାରିଥିବା ଶତ୍ରୁର ନାମ ଅନୁସାରେ ରଖିଥାଆନ୍ତି। ଏହି ଚକ୍କରରେ ଅନେକ ବାର ୧୦-୧୦ ବର୍ଷ ଧରି ପିଲାର ପ୍ରକୃତ ନାମକରଣ ହୋଇପାରି ନ ଥାଏ। ଯେତେବେଳେ କୌଣସି ଶିକାର ମିଳିଥାଏ, ତ ତାକୁ ମାରି ତା’ ଖପୁରୀକୁ ଅଣାଯାଇଥାଏ ଏବଂ ପୁଣି ମାରିଥିବା ବ୍ୟକ୍ତିର ନାମ ଅନୁସାରେ ଛୁଆର ନାଁ ଦିଆଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.