ଏହି ମନ୍ଦିରରେ ପୂଜା କରିବା ପାଇଁ ନାରୀ ବେଶରେ ସଜ୍ଜିତ ହୁଅନ୍ତି ପୁରୁଷ, କରନ୍ତି ନିଜର ଷୋହଳ ଶୃଙ୍ଗାର ! ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ଭାରତରେ ପ୍ରତ୍ୟେକ ସମ୍ପ୍ରଦାୟର ଅଲଗା ଅଲଗା ପ୍ରଥା, ପରମ୍ପରା ରହିଛି। କିଛି ପରମ୍ପରା ବହୁତ ଅଜବ ହୋଇଥିବା ବେଳେ ଆଉ କିଛି ପରମ୍ପରା ବିଷୟରେ ଜାଣିଲେ ଆପଣ ବି ହସି ହସି ବେଦମ ହେବେ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ନିଆରା ପରମ୍ପରା ବିଷୟରେ କହିବୁ।

temple2

କେରଳର କୋଲମ ଜିଲ୍ଲାରେ ରହିଛି କୋଟ୍ଟନକୁଲଙ୍ଗରା ଶ୍ରୀଦେବୀ ମନ୍ଦିର। ଏଠି ପୂଜା ପାଉଥିବା ଦେବୀ ମା’ଙ୍କ ପାଖରେ କାହିଁ କେଉଁ କାଳରୁ ଏକ ଅଦ୍ଭୁତ ପ୍ରଥା ରହିଆସିଛି। ତାହା ହେଉଛି, ଏହି ମନ୍ଦିରକୁ ପ୍ରବେଶ କରିବା ପାଇଁ ପୁରୁଷଙ୍କୁ ନାରୀ ବେଶ ଧାରଣ କରିବାକୁ ପଡିଥାଏ। ପ୍ରତ୍ୟେକ ବର୍ଷ ଏଠାରେ ଏକ ଖାସ ଉତ୍ସବର ଆୟୋଜନ କରାଯାଇଥାଏ, ଯାହାର ନାଁ ‘ଚାମ୍ୟାବିଲକୁ’। ଏହି ଉତ୍ସବରେ ଯୋଗଦେବା ପାଇଁ ପୁରୁଷମାନେ ମହିଳାଙ୍କ ପରି ଶାଢି ପିନ୍ଧି ଷୋହଳ ଶୃଙ୍ଗାର କରିଥାନ୍ତି। ଏହାପରେ ମନ୍ଦିର ଭିତରକୁ ପ୍ରବେଶ କରି ଦେବୀ ମା’ଙ୍କ ପୂଜାର୍ଚ୍ଚନା କରନ୍ତି।

temple

ଷୋହଳ ଶୃଙ୍ଗାର କରି ପୁରୁଷମାନେ ଭଲ ଚାକିରି, ନିଜ ପରିବାରର ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥାନ୍ତି। ଏଠି ଏଭଳି ସ୍ୱତନ୍ତ୍ର ଧରଣର ପୂଜା ଯୋଗୁ ‘ଚାମ୍ୟାବିଲକୁ’ ଉତ୍ସବ ଆଜି ସାରା ବିଶ୍ୱରେ ପ୍ରସିଦ୍ଧ। କୁହାଯାଏ, ଏଠି ମା’ ନିଜେ ହିଁ ପ୍ରକଟ ହୋଇଛନ୍ତି। ଅନେକ ବର୍ଷ ପୂର୍ବେ ଏହି ଜାଗାରେ କିଛି ମେଷପାଳକ ମହିଳାଙ୍କ ଭଳି କପଡ଼ା ପିନ୍ଧି ପଥର ଉପରେ ଫୁଲ ଚଢ଼ାଉଥିଲେ। ଏହାପରେ ପଥରରୁ ଦିବ୍ୟ ଶକ୍ତି ବାହାରିବାକୁ ଲାଗିଲା। ପରେ ଏହାକୁ ଏକ ମନ୍ଦିରର ରୂପ ଦିଆଗଲା। ଏହି ପରମ୍ପରା ହଜାର ବର୍ଷର ପୁରୁଣା।

temple5

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ, କିଛି ଲୋକ ଏହି ପଥରକୁ ମାରି ନଡ଼ିଆ ଭାଙ୍ଗୁଥିଲେ, ତ ଏହି ସମୟରେ ପଥରରୁ ରକ୍ତ ବୋହିବାକୁ ଲାଗିଲା। ପରେ ଲୋକେ ଏହାକୁ ପୂଜା କରିବାକୁ ଲାଗିଲେ। ଶୁଣିବାକୁ ମିଳେ, ମନ୍ଦିରରେ ପୂଜା ପାଉଥିବା ମା’ଙ୍କ ପ୍ରତିମା ପ୍ରତ୍ୟେକ ବର୍ଷ ଆକାରରେ ଅଳ୍ପ ଅଳ୍ପ ଇଞ୍ଚ ବଢିବାରେ ଲାଗିଛି।

Leave A Reply

Your email address will not be published.