ଘଟଗାଁରେ ପାଳିତ ହୋଇଛି ବିପଦା ତାରିଣୀ ବ୍ରତ

ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ତାରିଣୀ ମହିମାଙ୍କର ତାରିଣୀ ବ୍ରତ ଯାହାକି ରଥଯାତ୍ରା ସହିତ । ରଥ ଯାତ୍ରାରୁ ବାହୁଡା ମଧ୍ୟ୍ଯରେ ଶ୍ରୀ ଜଗନ୍ନାଥ ଙ୍କର ଚାଲିଥିବା ସମସ୍ତ ରୀତିନୀତି ମଧ୍ୟରୁ ଏହି ବ୍ରତ ହେଉଛି ଅନ୍ୟତମ। ଏହି ବ୍ରତକୁ ମା ତାରିଣୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ପାଳନ କରାଯାଏ। ପୁରାଣ ଅନୁଯାୟୀ ସମସ୍ତ ବିପଦରୁ ମୁକ୍ତି ପାଇଁ ଏହି ବ୍ରତକୁ ପାଳନ କରାଯାଏ। ପରମ୍ପରା ଅନୁଯାୟୀ ରଥଯାତ୍ରା ବାହୁଡା ମଧ୍ୟରେ ଶ୍ରୀଜିଉ ମାଉସୀ ମାଆ ମନ୍ଦିରରେ ଥିବା ସମୟରେ ମଙ୍ଗଳବାରରେ ଏହି ବ୍ରତକୁ ପାଳନ କରାଯାଏ। ଆଜି ହେଉଛି ମଙ୍ଗଳବାର । ତେଣୁ ଆଜି ମଧ୍ୟ ବିଭିନ୍ନ ଶକ୍ତି ପିଠରେ ମହିଳା ମାନେ ତାରିଣୀ ବ୍ରତ କୁ ପାଳନ କରାଯାଉଛି। ଏହି ତାରିଣୀ ବ୍ରତ ଅବସରରେ ଘଟଗାଁ ମା ତାରିଣୀ ପିଠରେ ହଜାର ହଜାର ସଂଖ୍ଯାରେ ମହିଳା ମାନେ ବ୍ରତ ପାଳନ କରି ନିଜ ପରିବାର ପାଇଁ ମଙ୍ଗଳ କାମନା କରିଛନ୍ତି। ତେବେ ଏହି ବ୍ରତକୁ ବିପଦା ତାରିଣୀ ବ୍ରତ ବୋଲି ମଧ୍ୟ କୁହାଯାଇଏ।

କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବି ହେଉଛନ୍ତି ମା ତାରିଣୀ। ଆଜି ମଧ୍ୟ ଏଠାରେ ତାରିଣୀ ବ୍ରତ ପାଳିତ ହେଉଛି। ପ୍ରତ୍ୟକ ବର୍ଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ମଙ୍ଗଳବାରରେ ଏହି ବ୍ରତ ପାଳନ କରାଯାଇଥାଏ। ଏହି ଅବସରରେ ତାରିଣୀ ମନ୍ଦିରରେ ହଜାର ହଜାର ସଂଖ୍ଯାରେ ମହଳା ଆଜି ହାତରେ ଭୋଗ ଡାଲା ଓ ତାରିଣୀ ବ୍ରତ ଧରି ପୂଜା ଅର୍ଚ୍ଚନା କରିବା ପାଇଁ ଆସିଛନ୍ତି । ନିଜ ପରିବାରର ମଙ୍ଗଳ କାମନା ଓ ବିପଦ ମୁକ୍ତ କରିବା ପାଇଁ ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ମହିଳା ମାନେ ମାଙ୍କୁ ସ୍ମରଣ କରି ବ୍ରତ ରେ ୧୩ ଟି ଗଣ୍ଠି ପକାଇ ପରିବାରର ଶୁଭ କାମନାମନାସି ଥାନ୍ତି ।

ତେବେ ଜଗନ୍ନାଥଙ୍କ ରଥଯାତ୍ରା ସହିତ ଏହି ତାରିଣୀ ବ୍ରତର ମହମା ଜଡିତ ରହିଛିମନାସି ଥାନ୍ତି । ରଥ ଯାତ୍ରାରେ ତିନି ଠାକୁର ୯ଦିନ ପାଇଁ ମାଉସୀ ମା ଘରକୁ ଯାଇଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମାଆଙ୍କର ଏହି ପୂଜା କରାଯାଏ। ତାରିଣୀ ପିଠରେ ଏହି ବ୍ରତକୁ ମହା ଆଡମ୍ବରରେ ପାଳନ କରାଯାଏ। ଏହି ତାରିଣୀ ବ୍ରତ ଅବସରରେ ଘଟଗାଁ ମା ତାରିଣୀଙ୍କୁ ସୁନା ବେଶ କରାଯିବା ସହ ମା ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମାଙ୍କ ସ୍ନାନ ମାଜଣା ଓ ଯଥା ରିତୀ ନୀତିରେ ପୂଜା କରାଯିବା ସହ ମାଙ୍କ ନିକଟରେ ବ୍ରତ ପାଳନ କରାଯାଏ

ତେବେ ତାରିଣୀ ପିଠରେ ମାଙ୍କ ସୁନା ବେଶ ଦର୍ଶନ କରିବା ସହ ବ୍ରତ ପାଳନ ପାଇଁ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ଭିଡ ଲାଗି ରହିଛ । ଭିଡ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ଯାରିକେଟ ବ୍ଯବସ୍ଥା କରାଯିବା ସହ ବ୍ଯାପକ ସୁରକ୍ଷା କର୍ମୀ ଓ ପାଲିସ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.