ଆଜି ଫ୍ରେଣ୍ଟସିପ ଡେ, ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ

ଆଜି ବନ୍ଧୁତ୍ୱ ଦିବସ । ବନ୍ଧୁଙ୍କ ଲାଗି ଦିନଟିଏ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବରେ ଫ୍ରେଣ୍ଡସିପ ଡେ’ ବା ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ। ବହୁ ବର୍ଷ ତଳୁ ବନ୍ଧୁତ୍ୱର ଏହି ପବିତ୍ର ଦିବସ ପାଳନ ଚାଲିଆସିଛି। ଯୁବପିଢିଙ୍କ ପାଇଁ ବହୁତ ଖାସ୍ ଦିନ ହୋଇଥିବାରୁ ଯୁବବର୍ଗ ଏହାକୁ ଆନନ୍ଦରେ ପାଳନ କରିଥାନ୍ତି। କିଏ ସାଙ୍ଗକୁଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ ବ୍ୟାଣ୍ଡ ପିନ୍ଧାଇ । ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ । ସେ ହେଉଛି ବନ୍ଧୁ। ରାଗ,ରୁଷା, ଅଭିମାନ ସବୁ କିଛିଥାଏ । ହେଲେ ସେ ସମ୍ପର୍କ ନିଆରା । ଇତିହାସରେ ଏମିତି ଅନେକ ବନ୍ଧୁତ୍ବର ନିଦର୍ଶନ ରହିଛି।

୧୯୫୮ ମସିହାରେ ଜାତିସଙ୍ଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହଦିନଠାରୁ ସେଲିବ୍ରେସନ୍ ହେଉଛି ଫ୍ରେଣ୍ଡ୍ ସିପ୍ ଡେ । ଯେତେବେଳେ ବନ୍ଧୁତାର ଚର୍ଚ୍ଚା ହୁଏ ମନେପଡେ କୃଷ୍ଣ-ସୁଦାମାଙ୍କ କାହାଣୀ । ପୁରାଣରେ କୃଷ୍ଣ ସୁଦାମାଙ୍କ କାହାଣୀ ଅନେକ ଶିକ୍ଷା ଦେଇଯାଇଛି । ସୁଦାମା କୃଷ୍ଣଙ୍କର ପିଲା ଦିନର ବନ୍ଧୁ ଥିଲେ ।

ହେଲେ ଉଭୟଙ୍କ ମଧ୍ୟରେ ଧନୀ ଗରୀବର ପାର୍ଥକ୍ୟ ରହିଥିଲା । ହେଲେ କୃଷ୍ଣ ନିଜ ବନ୍ଧୁଙ୍କ ଦୁଃଖ ବୁଝିବା ସହ ତାଙ୍କୁ ସହଯୋଗ କରି ନିଜର ବନ୍ଧୁତ୍ବ ଦେଖାଇଥିଲେ । ଜଣେ ବନ୍ଧୁର ଅନ୍ୟ ବନ୍ଧୁ ପ୍ରତି କର୍ତ୍ତବ୍ୟ ଏହାର ଏକ ଜ୍ଜ୍ବଳନ୍ତ ଉଦାହରଣ ହୋଇଥିଲା । ସେହିପରି ପୁରାଣରେ ପ୍ରଭୁ ରାମ ଏବଂ ସୁଗ୍ରୀବ, କୃଷ୍ଣ-ଅର୍ଜୁନ, କର୍ଣ୍ଣ-ଦୁର୍ଯ୍ୟୋଧନ ଅନେକ ଉଦାହରଣ ରହିଛି ।

ଆବଶ୍ୟକ ରହିଥିବା ବେଳେ ବନ୍ଧୁଙ୍କ ସହଯୋଗ କରି ଏହି ସବୁ ଇତିହାସ ରଚିଛନ୍ତି । ପୁରାଣରେ ଅନେକ ଉଦାହଣ ରହିଛି ଯାହା ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ । ଆଜିର ଯୁବପିଢୀ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ପିନ୍ଧାଇ, କେକ୍ କାଟି ନାଚ ଗୀତରେ ସେଲିବ୍ରେଟ୍ କରୁଛନ୍ତି ବନ୍ଧୁତ୍ବ ଦିବସ ।

ବେଳେ ବେଳେ ସମୟ ଓ ପରିସ୍ଥିତି ପଡି ବନ୍ଧୁତା ବିଭିନ୍ନ କାରଣରୁ ଶେଷ ହୋଇଯାଏ । କେତେବେଳେ ସାଙ୍ଗମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତି ଓ ଦୂରତା ହେତୁରୁ ପରସ୍ପରକୁ ଭୁଲିଯିବାକୁ ବାଧ୍ୟ ହୁଅନ୍ତି । ପୂର୍ବ କାଳରେ ଯେତେବେଳ ପର୍ଯ୍ୟନ୍ତ ଦୁଇ ଜଣ ମଣିଷ ପରସ୍ପର ସହ ଦେଖା ହେଉଥିଲେ, ସେପର୍ଯ୍ୟନ୍ତ ବନ୍ଧୁତା ତିଷ୍ଠି ରହୁଥିଲା, ତଥାପି ବର୍ତ୍ତମାନ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭୌଗୋଳିକ ଦୂରତା କମାଇ ବନ୍ଧୁତାକୁ ରକ୍ଷା କରିପାରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.