କରଓ୍ଵା ଚୌଥ: ଜାଣନ୍ତୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ ଏବଂ ଚନ୍ଦ୍ରମା ଦର୍ଶନ କରିବାର ସମୟ

ଭାରତୀୟ ମହିଳାଙ୍କ ପାଇଁ କରଓ୍ଵା ଚୌଥ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ଖାସ୍‌କରି ଉତ୍ତର ଭାରତରେ କରଓ୍ଵା ଚୌଥର ମହତ୍ତ୍ୱ ବେଶ୍‌ ଅଧିକ ରହିଥାଏ। ଆଜି ଏହି ବ୍ରତ ପାଳନ କରାଯାଉଛି। ଏହି ବ୍ରତ କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ବିବାହିତା ମହିଳାମାନେ ଏହି ଦିନ ନିର୍ଜଳା ଉପବାସ କରିଥାଆନ୍ତି। ସ୍ୱାମୀଙ୍କ ଦୀର୍ଘାୟୁଷ,ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିବାହିତା ମହିଳାମାନେ ଏହି ବ୍ରତ ରଖନ୍ତି। ଏହି ବ୍ରତ ରଖିବା ସମୟରେ ପାଣି ମୁନ୍ଦେ ମଧ୍ୟ ପିଇବା ଅନୁଚିତ। ସ୍ୱାମୀ ଏବଂ ଚନ୍ଦ୍ରଙ୍କୁ ସନ୍ଧ୍ୟାରେ ବିଧିବଦ୍ଧ ପୂଜା କରିବା ପରେ ଏହି ବ୍ରତ ଖୋଲାଯାଇଥାଏ।

କୁହାଯାଏ କି, କରଓ୍ଵା ଚୌଥ ଦିନ ମହିଳାମାନେ ପୂରା ପ୍ରସ୍ତୁତି କରିଥାଆନ୍ତି। ଏମିତି ଯଦି ସେମାନେ ନିଜ ରାଶି ଅନୁସାରେ କପଡ଼ା ଚୟନ କରିବେ, ତା’ହେଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜଭୁତ୍‌ ହେବ। ଏହା ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ।

କରଓ୍ଵା ଚୌଥ ପୂଜା ବିଧି:

କରଓ୍ଵା ଚୌଥ ଦିନ ସକାଳୁ ଜଲଦି ସ୍ନାନ କରି ସଫା ପୋଷାକ ପରିଧାନ କରନ୍ତୁ। ନିଜେ ପ୍ରସ୍ତୁତ ହେବା ପରେ କରଓ୍ଵା ଚୌଥ ବ୍ରତ ସଂକଳ୍ପ ନିଅନ୍ତୁ। ବ୍ରତ ସଂକଳ୍ପ ନେବା ପରେ ମନ୍ତ୍ର ଜପ କରନ୍ତୁ।
ତା’ ପରେ ଢାଳରେ ଜଳ ଭରି କରଓ୍ଵା ଚୌଥ ବ୍ରତ କଥା ଶୁଣନ୍ତୁ। କରଓ୍ଵା ଚୌଥ ପୂଜା କରିବା ସମୟରେ ମା ପାର୍ବତୀଙ୍କୁ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ। ସୁନ୍ଦର ବସ୍ତ୍ର ଏବଂ ଶୃଙ୍ଗାର ଜିନିଷରେ ମା’ଙ୍କୁ ସଜାନ୍ତୁ। ତା’ ପରେ ମନ ଦେଇ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ଆରାଧନା କରନ୍ତୁ। ଚନ୍ଦ୍ର ଦେଖିବା ପରେ ପୂଜା କରନ୍ତୁ।

Karwa-Chauth

ବ୍ରତ ରଖିବା ଦିନ ପାଣି ମଧ୍ୟ ପିଇବା ଅନୁଚିତ। ପୂଜା କରି ସାରିବା ପରେ ସ୍ୱାମୀଙ୍କ ହାତରୁ ପାଣି ପିଅନ୍ତୁ। ପୂଜା ସରିବା ପରେ ଘର ବୟସ୍କଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ।

କରଓ୍ଵା ଚୌଥ ଶୁଭ ମୁହୂର୍ତ୍ତ:

କରଓ୍ଵା ଚୌଥର ଶୁଭ ମୁହୂର୍ତ୍ତ ୫ଟା ୪୩ ମିନିଟରୁ ଆରମ୍ଭ କରି ୬ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ରହିଛି। ପୂଜା କରିବାର ଅବଧି ୧ ଘଣ୍ଟା ୭ ମିନିଟ୍‌ ରହିଛି। ଚନ୍ଦ୍ର ଦର୍ଶନ କରିବାର ସମୟ ୮ଟା ୭ ମିନିଟ୍‌ ରହିଛି।

ଏହି ପର୍ବକୁ ବଲିଉଡ ସେଲିବ୍ରିଟ ଠାରୁ ଆରମ୍ଭ କରି ଟେଲି ଅଭିନେତ୍ରୀ ମାନେ ବହୁତ ଧୁମଧାମରେ ପାଳନ କରନ୍ତି। ସିରିଅଲ ହେଉ ଫିଲ୍ମରେ ଏହି ଉତ୍ସବକୁ ନେଇ ଅନେକ ସିନ୍‌ ମଧ୍ୟ ସୁଟ କରାଯାଇଛି।

Leave A Reply

Your email address will not be published.