ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ, ଏହି ବୀରପୁତ୍ରଙ୍କ ଅଦମ୍ୟ ସାହସ ଓ ବୀରତ୍ୱକୁ ମନେ ପକାଉଛି ଦେଶ

ଭୁବନେଶ୍ବର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ । ପୁରା ଦେଶ ଆଜି ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମକୁ ସ୍ମରଣ କରୁଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ ।

ଅନ୍ୟାୟ ବିରୋଧରେ ଲଢେଇ ହେଉ କି ଦେଶକୁ ଗୁଲାମୀର ଶିକୁଳିରୁ ମୁକ୍ତ କରିବା। ଏସବୁଥିରେ ଗୋଟିଏ ନାଁ ସର୍ବାଗ୍ରେ ଆସିଥାଏ, ସେ ହେଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ୧୮୯୭ ଜାନୁଆରି ୨୩ ତାରିଖରେ ଜନ୍ମିତ ନେତାଜୀଙ୍କ ଦେଶ ପ୍ରତି ବଳିଦାନ ଆଜି ବି ଇତିହାସରେ ଲିପିବଦ୍ଧ।
ଭାରତକୁ ସ୍ୱାଧୀନ କରିବାକୁ ଶସସ୍ତ୍ର ସଂଗ୍ରାମ ଏହି ଅଦମ୍ୟ ସାହସ ପାଇଁ ସବୁ ଦିନ ପାଇଁ ଅମର ହୋଇ ରହିଛନ୍ତି ନେତାଜୀ।

subhas chandra bose ୧୯୪୩ ଅକ୍ଟୋବର ୨୧ରେ ଗଠନ କରିଥିଲେ ଇଣ୍ଡିଆନ ନ୍ୟାସନାଲ ଆର୍ମୀ, ଭାରତ ହିନ୍ଦ ଫୌଜ। ରଙ୍ଗୁନ୍‌ ଦେଇ ୧୯୪୪ ମାର୍ଚ୍ଚ ୧୮ରେ ଭାରତ ମାଟିରେ ପ୍ରବେଶ କରିଥିଲା ତାଙ୍କ ଫୌଜ୍‌। ତାଙ୍କ ସେନା ଯୁଦ୍ଧା ହାରିଥିଲା କିନ୍ତୁ ଯେଉଁ ରକ୍ତ ବୋହିଥିଲା ସେଥିରୁ ଇଂରେଜ ବିରୋଧୀ ଲଢେଇକୁ ଅଧିକ ବଳ ଦେଇଥିଲା। ଆଜି ବି ତାଙ୍କ ଆହ୍ଵାନ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି … ସମସ୍ତଙ୍କ ରକ୍ତକୁ ତତେଇ ଦିଏ।

ଏହି ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକରେ । ପିତା ଜାନକୀନାଥ ବୋଷ, ମାତା ପ୍ରଭାବତୀ ଦେବୀ। ଜୀବନର ଗୁରୁତ୍ୱପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ କଟକର ମାଟିରେ । କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ନେତାଜୀଙ୍କ ଶୈଶବ ଓ କିଶୋର ବୟସ କଟିଛି। ୧୯୨୧ରେ ମହାତ୍ମା ଗନ୍ଧିଙ୍କୁ ଭେଟିଥିଲେ ସୁଭାଷ ବୋଷ। ସେବେଠୁ ସ୍ୱାଧୀନତା ଲଢେଇରେ ସାମିଲ ହୋଇଥିଲେ ବୋଷ । ପରବର୍ତ୍ତି ସମୟାରେ ମାହାତ୍ମାଙ୍କ ଅହିଂସା ଆନ୍ଦୋଳନ ପ୍ରସଙ୍ଗରେ ମତଭେଦ ହୋଇଥିଲା। ସ୍ୱାଧୀନତା ହାସଲ ପାଇଁ ନିଜସ୍ୱ ଉଦ୍ୟମ ଆରମ୍ଭ କରିଥିଲେ।

subhashchandraboseଭାରତର ସ୍ୱତନ୍ତ୍ରତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଂଗ୍ରାମୀଙ୍କ ମଧ୍ୟରେ ଜଣେ। ଏଥର ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ୨୩ ଜାନୁଆରିରେ ପରାକ୍ରମ ଦିବସ ଭାବେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମ ପାଇଁ ସେ ସର୍ବଦା ସ୍ମରଣୀୟ ।

 

Leave A Reply

Your email address will not be published.