ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୬ତମ ଶ୍ରାଦ୍ଧ ବାର୍ଷିକୀ, ୧୯୪୮ ମସିହା ଆଜିର ଦିନରେ ଗୁଳି ମାଡରେ ଟଳିପଡିଥିଲେ ବାପୁ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୬ ତମ ଶ୍ରାଦ୍ଧ ବାର୍ଷିକୀ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା ।

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୬ ତମ ଶ୍ରାଦ୍ଧ ବାର୍ଷିକୀ । ମହାତ୍ମା ଗାନ୍ଧୀ ଥିଲେ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ଆରାଧକ। ତାଙ୍କ ପାଇଁ ସତ୍ୟ ହିଁ ଭଗବାନ ଥିଲା ।  ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟରେ ଲୋକାର୍ପିତ ହେବାକୁ ଯାଉଛି ମହାତ୍ମା ଗାନ୍ଧୀ ସଂଗ୍ରହାଳୟ । ୧୯୨୧ମସିହା ରୁ ୧୯୪୬ ମଧ୍ୟରେ ମହାତ୍ମା ଗାନ୍ଧୀ ଓଡ଼ିଶାର ୮ଟି ସ୍ଥାନକୁ ଯାଇଥିଲେ । ସେହି ସ୍ଥାନ ଗୁଡ଼ିକ ଗ୍ୟାଲେରୀରେ ସ୍ଥାନ ପାଇଛି । ୧୯୨୧ ରେ କାଠ ଯୋଡ଼ି ନଦୀ ଶଯ୍ୟାରେ ପ୍ରଥମ ଗସ୍ତ। ସେଠାରେ ହୋଇଥିବା ସାଧାରଣ ସଭାରେ ପଣ୍ଡିତ ଗୋପବନ୍ଧୁ ଦାସ, କସ୍ତୁରବା ଗାନ୍ଧୀ ଉପସ୍ଥିତ ଥିଲେ। ୧୯୨୫ରେ ହୋଇଥିବା ଦ୍ଵିତୀୟ ଗସ୍ତରେ ଉତ୍କଳ ଟ୍ୟାନେରୀ ଯାଇଥିଲେ । ୧୯୨୭ରେ ତୃତୀୟ ଗସ୍ତ । ସେହି ସମୟରେ ବୋଲଗଡ଼ ବଙ୍ଗଳାରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

ସେହିପରି ୧୯୨୮ରେ ସମ୍ବଲପୁର ରେ ଏକ ସାଧାରଣ ସଭାରେ ଗାନ୍ଧିଜୀଙ୍କ ସାଧାରଣ ସଭା ଚତୁର୍ଥ ଗସ୍ତ ରେ ସ୍ଥାନ ପାଇଛି । ୧୯୩୪ମସିହାରେ ପଞ୍ଚମ ଗସ୍ତ ରେ ଜଗନ୍ନାଥ ମନ୍ଦିରରୁ ପଦଯାତ୍ରା ସ୍ଥାନ ପାଇଛି । ଷଷ୍ଠ ଗସ୍ତର ଚିତ୍ର ରହିଛି ପଦଯାତ୍ରା ସମୟରେ ବାରିକ ପୂର୍ କ୍ରସିଂ ସମୟର । ୧୯୩୮ରେ ସପ୍ତମ ଗସ୍ତ । ଏହି ସମୟରେ ଡେଲାଙ୍ଗରେ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍ଘାଟନ ସ୍ଥାନ ପାଇଛି । ସେହିପରି ଅଷ୍ଟମ ଗସ୍ତ ରେ ୧୯୪୬ରେ ବ୍ରହ୍ମପୁର ରେଳ ଷ୍ଟେସନ ରେ ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ଚିତ୍ର ସ୍ଥାନ ପାଇଛି ।

gudse

ତେବେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶ ୩୦ ଜାନୁଆରୀକୁ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀ ଭାବରେ ପାଳନ କରିଥାଏ । ଅପରପକ୍ଷେ ବାପୁଙ୍କ ତିରୋଧାନ ଦିବସକୁ ପ୍ରତିବର୍ଷ ଶହୀଦ ଦିବସ ଭାବରେ ମଧ୍ୟ ପାଳନ କରାଯାଏ  ।୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡ଼ିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ନାଥୁରାମ ଗଡ଼ସେଙ୍କ ଗୁଳିରେ ଜୀବନ ଚାଲି ଯାଇଥିଲା । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ବାପୁଙ୍କର । ପଏଣ୍ଟ ବ୍ଲାଙ୍କରୁ ଗାନ୍ଧୀଜୀଙ୍କୁ ଗୁଳି କରିଥିଲେ ନାଥୁରାମ । ତିନିଟି ଗୁଳି ବାଜିଥିଲା ବାପୁଙ୍କ ଦେହରେ । ଆଉ ସେଇଠି ହିଁ ଘଟିଥିଲା ତାଙ୍କର ଦେହାନ୍ତ ।

ସମୟ ଥିଲା ଅପରାହ୍ନ ୫ଟା । ସବୁ ଦିନ ପରି ଲୋକେ ରୁଣ୍ଡ ହୋଇଥିଲେ ଦିଲ୍ଲୀ ବିରଲା ହାଉସରେ । କାରଣ ପ୍ରାର୍ଥନା ସଭାରେ ଯୋଗ ଦେବେ ଗାନ୍ଧିଜୀ । କିଛି ସାମ୍ବାଦିକ ମଧ୍ୟ ଅପେକ୍ଷା କରିଥିଲେ ତାଙ୍କୁ ଭେଟିବା ପାଇଁ । ଠିକ୍ ୫ଟା ୧୨ ମିନିଟରେ ବାପୁ ପ୍ରାର୍ଥନା ସଭା ସ୍ଥଳରେ ପହଞ୍ଚିଲେ । ଠିକ୍ ସେତିକି ବେଳେ ଜଣେ ଖାକି ପୋଷାକ ପିନ୍ଧିଥିବା ଯୁବକ ବାପୁଙ୍କ ସାମନାକୁ ଚାଲି ଆସିଲା ।

ସେତେବେଳ ବାପୁଙ୍କୁ ସାହାରା ଦେଉଥିବା ମନୁ ବେନ୍ ତାଙ୍କୁ ପଛକୁ ଚାଲିଯିବା ପାଇଁ କହୁଥିଲେ । ହେଲେ ଯୁବକ ଜଣକ ତାଙ୍କୁ ଠେଲି ଦେଇ ବନ୍ଧୁକ ବାହାର କରିଥିଲେ ଆଉ ଅତି ପାଖରୁ ବାପୁଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ଚଳାଇଥିଲେ । ଲହୁ ଲୁହାଣ ହୋଇ ସେଇଠି ଟଳି ପଡ଼ିଲେ ଜାତିର ପିତା । କେହି କିଛି ବୁଝିବା ପୂର୍ବରୁ ଦେଶକୁ ନୂଆ ଜୀବନ ଦେଇଥିବା ମହାତ୍ମା ଗାନ୍ଧୀଙ୍କ ଶରୀରରେ ଆଉ ପ୍ରାଣ ନଥିଲା । ମହାତ୍ମା ଗାନ୍ଧୀଙ୍କୁ ସେତେବେଳେ ୭୮ ବର୍ଷ ହୋଇଥିଲା ।