ସ୍ପେଶାଲ

ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ଆଜି ଏହିପରି ଭାବେ କରନ୍ତୁ ଘରେ ପୂଜା

ଆଜି ପବିତ୍ର ସୁଦଶା ବ୍ରତ। ହିନ୍ଦୁ ଧର୍ମରେ ୧୨ ମାସରେ ୧୩ ପର୍ବ ମଧ୍ୟରୁ ଏହା ଅନ୍ୟତମ। ଏହିଦିନକୁ ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ଉତ୍କଳୀୟ ସଂସ୍କୃତିରେ ଏହାର ବେଶ ଗୁରୁତ୍ୱ ରହିଛି। ଖାସ୍‌ କରି ଏହି ଦିନ ସଧବା ନାରୀ ମାନେ ବ୍ରତ ରଖିଥାନ୍ତି। ରୀତିନୀତି ଅନୁଯାୟୀ ପୂଜା କର୍ମ ସମ୍ପନ୍ନ କରିଥାନ୍ତି। ନାରୀ ମାନେ ଏହାକୁ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି।

ମାତା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ବ୍ରତ ହେଉଛି ସୁଦଶା ବ୍ରତ। ସେହିପରି ଆପଣ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କର ୭ଟି ବାର ମଧ୍ୟରୁ ଗୁରୁବାର ସବୁଠୁ ପ୍ରିୟ ବାର । କିନ୍ତୁ ଯେଉଁ ମାସର ଶୁକ୍ଳପକ୍ଷ ଦଶମି ତିଥି ଗୁରୁବାର ପଡ଼ିଥାଏ, ସେହିଦିନ ସୁଦଶା ବ୍ରତ ପାଳନ କରାଯାଏ । ଏହାର ବିଶେଷତ୍ୱ ରହିଛି ଯେ, ନବବିବାହିତା ନାରୀ ଏହିଦିନ ନିଜ ପାଇଁ ପ୍ରଥମ ବ୍ରତ କରିଥାନ୍ତି। ପ୍ରଥମେ ଧଳା ବ୍ରତକୁ ହଳଦୀ ପାଣିରେ ବୁଡ଼ାଇ ପରେ ସେଥିରେ ୧୦ଟ ଗଣ୍ଠି ପକାଯାଇଥାଏ। ଏହାର ପ୍ରତ୍ୟେକ ଗଣ୍ଠିରେ ଲକ୍ଷ୍ମୀଙ୍କ ବିଭିନ୍ନ ନାମ ଉଚ୍ଚାରଣ କରାଯାଏ । ତେବେ ଜାଣି ନିଅନ୍ତୁ ୧୦ଟି ଗଣ୍ଠିର ନାମ –

୧. ଲକ୍ଷ୍ମୀ ନାରାୟଣୀ
୨. କମଳଲୋଚନୀ
୩. ପଦ୍ମାସନୀ
୪.ଦୁଃଖ ନାଶିନୀ
୫. ସର୍ବସୁଲକ୍ଷଣୀ

୬. କଷ୍ଟ ନାଶିନୀ
୭. ସୁଖ ଦାୟିନୀ
୮. ଦାରିଦ୍ର୍ୟ ଭଞ୍ଜନୀ
୯.ଧନ ପୁତ୍ର ବାଞ୍ଛିନୀ
୧୦. ଶ୍ରୀ ମହାଲକ୍ଷ୍ମୀ

pc: twitter

ତେବେ ସୁଦଶା ଶବ୍ଦ ସହିତ ଦଶଟି ଶବ୍ଦ ଯୋଡ଼ି ହୋଇଅଛି। ତେଣୁ ଏଥିନିମିତ୍ତ ୧୦ ପାଖୁଡା ପଦ୍ମ, ଦଶ ବର୍ଣ୍ଣ ମୁରୁଜ, ଦଶ ମୁଖି ଦୀପ, ଦଶ ମୁଠି ଚାଉଳ, ଦଶ ମେଞ୍ଚା କଦଳୀ, ଦଶ ଗୋଟି ମଣ୍ଡା ଆଦି ପୂଜା କର୍ମରେ ଲାଗି କରାଯାଏ। ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାନ୍ତି ।ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।

ଏହାର ପୂର୍ବ ଦିନରୁ ଘର ଧୋଇ ଚିତା ପକାଯାଇଥାଏ । ଏହାଛଡା ଘରେ ଯେପରି କଳହ ବା ବିଶୃଙ୍ଖଳା ଦେଖାଯିବ ନାହିଁ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ନାରୀ ମାନେ ଏହିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସମସ୍ତ ନିତ୍ୟ କାମ ସାରି ମାଆଙ୍କ ପୂଜାରେ ଧ୍ୟାନ ଦେଇଥାନ୍ତି। ସବୁଠୁ ବଡ଼ କଥା ହେଉଛି ଏହିଦିନ ଘରକୁ ଅନ୍ଧାର କରିବା ଉଚିତ୍‌ ନୁହେଁ। ତେବେ ଏହିଦିନ ମାଆଙ୍କୁ ଛେନା ଓ ପିଠା ଆଦିର ଭୋଗ କରାଯାଇ ବହି ପଢ଼ି ପୂଜା ସମ୍ପନ୍ନ କରାଯାଏ।

 

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

7 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

10 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

14 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

27 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

44 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago