ଆଜି ବିଶ୍ବ ଏଡସ୍ ଦିବସ, ସଚେତନ ରହିଲେ ରୋକିପାରିବା ରୋଗ

ଆଜି ବିଶ୍ବ AIDS ଦିବସ । ଏବର୍ଷର ଥିମ୍ ରହିଛି ”Take the rights path: my health my right.” ଏହି ଥିମ୍ କହୁଛି ବିଶ୍ବ ଏଡସ୍ ମୁକ୍ତ ହୋଇ ପାରିବ । ଯଦି ସମସ୍ତଙ୍କ ଅଧିକାର ସୁରକ୍ଷିତ ରହେ । ୨୦୩୦ ସୁଦ୍ଧା AIDS ଆଉ ବିପଦ ହୋଇ ରହିବ ନାହିଁ । ଏଥିପାଇଁ HIV ସହ ବଞ୍ଚିଥିବା ବ୍ୟକ୍ତିଙ୍କୁ ସମ୍ମାନ ଓ ସୁରକ୍ଷା ମିଳିବା ସହ ସେମାନଙ୍କ ମାନବାଧିକାର ପୂର୍ଣ୍ଣ ହେବା ଆବଶ୍ୟକ। ଭେଦଭାବପୂର୍ଣ୍ଣ ଓ ହାନୀକାରକ ନିୟମ ହଟିଲେ ଏବଂ ସାମାଜିକ କଳଙ୍କ ଓ ବାଛବିଚାରକୁ ପ୍ରଭାବୀ ଢଙ୍ଗରେ ରୋକାଯାଇ ପାରିବେ ଏହା ସମ୍ଭବ ହୋଇପାରିବ । ଗତ ବର୍ଷ ବହୁ ଲୋକଙ୍କ ଜୀବନ ନେଇଛି AIDS । ୨୦୨୩ ମସିହାରେ ବିଶ୍ବବ୍ୟାପୀ ପ୍ରାୟ ୪ କୋଟି ଲୋକ HIV ସଂକ୍ରମିତ ଥିଲେ । କେବଳ ଏହି ବର୍ଷ ୧୩ ଲକ୍ଷ ଲୋକ HIV ସଂକ୍ରମିତ ହୋଇଥିଲେ । ୬ଲକ୍ଷ ୩୦ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ।

ଏହା ଏକ ବିପଦ ଜନକ ରୋଗ ହୋଇଥିବା ବେଳେ ଲୋକଙ୍କୁ ସତେତନତା ସୃଷ୍ଟି କରିବା ଆବଶ୍ୟକ । ଏହି ସଂକ୍ରମଣର ପ୍ରଭାବରେ ଆସିବା ପୂର୍ବରୁ, ଯଦି ଶରୀରରେ ଏହାର ସୁରକ୍ଷା ଥାଏ, ତେବେ ଅନେକ ଲୋକ ଏହି ରୋଗର ପ୍ରଭାବରୁ ରକ୍ଷା ପାଇପାରିବେ । ବିଶେଷକରି ଅସୁରକ୍ଷିତ ଏବଂ ଅଧିକ ଲୋକଙ୍କ ସହିତ ଯୌନ ସମ୍ପର୍କ କାରଣରୁ ଏଡସ୍‌ ହୋଇଥାଏ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ, ଜଣେ ଏଚ୍.ଆଇ.ଭି ସଂକ୍ରମିତ ପୁରୁଷ କିମ୍ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା, ସଂକ୍ରମିତ ବ୍ୟକ୍ତିଙ୍କଠାରୁ ରକ୍ତ ଗ୍ରହଣ, ସଂକ୍ରମିତ ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ଛୁଞ୍ଚିକୁ ପୁନଃବ୍ୟବହାର କରିବା ଦ୍ବାରା ଏହା ସଂକ୍ରମିତ ହୋଇଥାଏ । ଏହା ବ୍ୟତୀତ, ଏହି ସଂକ୍ରମଣ ପ୍ଲେସେଣ୍ଟା ମାଧ୍ୟମରେ ଏଚ୍.ଆଇ.ଭି ସଂକ୍ରମଣରେ ପୀଡିତ ଗର୍ଭବତୀ ମହିଳାଙ୍କ ଗର୍ଭରେ ବଢୁଥିବା ଶିଶୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ଲୋକମାନେ ସାଧାରଣତଃ HIV ସଂକ୍ରମିତ ବ୍ୟକ୍ତିଙ୍କୁ ଚୁମ୍ବନ କରିବା, ସେମାନେ ବ୍ୟବହାର କରିଥିବା ସାମଗ୍ରୀ ବ୍ୟବହାର କରିବା, ସେମାନଙ୍କ ସହିତ ଏକାଠି ଗୋଟିଏ ପରିବେଶରେ ରହିବା, ସେମାନଙ୍କ ପୋଷାକ ବ୍ୟବହାର କରିବା କାରଣରୁ ହୋଇଥାଏ ବୋଲି ଭାବିଥାନ୍ତି, ଯାହା ସଠିକ୍ ନୁହେଁ । ଏଚ୍.ଆଇ.ଭି ଜୀବାଣୁ ବାୟୁ ମାଧ୍ୟମରେ ବିସ୍ତାର ହୁଏ ନାହିଁ କିମ୍ବା ସଂକ୍ରମିତ ବ୍ୟକ୍ତି କାଶ, ଛିଙ୍କ କିମ୍ବା ଛେପ ମାଧ୍ୟମରେ ବ୍ୟାପେ ନାହିଁ । ଏହା ବ୍ୟତୀତ ଏଚଆଇଭି ପଜିଟିଭ ବ୍ୟକ୍ତିଙ୍କ ସହ ସୁଇମିଂ ପୁଲରେ ଗାଧୋଇବା କିମ୍ବା ସେମାନଙ୍କ ସହ ମିଳାମିଶା କରିବା ଦ୍ବାରା ଆସିନଥାଏ । ତେଣୁ ଏସବୁ ଭୁଲ୍ ଭାବନାରୁ ଦୂରେଇ ରହି ରୋଗୀଙ୍କ ସୁରକ୍ଷା ପ୍ରତି ସଚେତନତା ଏବଂ ସେମାନଙ୍କ ପ୍ରତି ଦାୟିତ୍ବବାନ ହୋଇପାରିଲେ ଏହିପରି ଏକ ଗୋଗକୁ ମାତ୍ ଦେଇହେବ ।

 

You might also like