ସ୍ପେଶାଲ

ଆଜି ବିଶ୍ୱ ହୃଦୟ ଦିବସ, ନିଅନ୍ତୁ ଶରୀରର ସବୁଠୁ କୋମଳ ଅଙ୍ଗର ଯତ୍ନ

ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ । ସାରା ବିଶ୍ୱରେ ବର୍ଷକୁ ହାରାହାରି ୧ କୋଟି ୮୬ ଲକ୍ଷ ଜଣଙ୍କ ଜୀବନ ନେଉଛି। ତେଣୁ ସୁସ୍ଥ ହୃଦୟ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ପାଳିିତ ହେଉଛି ବିଶ୍ୱ ହୃଦୟ ଦିବସ। ଧୁମପାନ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ବାୟୁ ପ୍ରଦୂଷଣ ଆଦି ହୃଦ୍‌ଜନିତ ରୋଗର କାରଣ। ବ୍ୟାୟାମ ନ କରିବା କିମ୍ବା ସଠିକ ସମୟରେ ଚିକିତ୍ସା ନ କଲେ ହୃଦ୍‌ ଜନିତ ସମସ୍ୟା ଗୁରୁତର ହୋଇପଡେ। ୩୫ ବର୍ଷରୁ ଅଧିକ ବୟସ୍କଙ୍କ ଖରାପ ଖାଦ୍ୟଭ୍ୟାସ ସହ ଅନେକ ଅଧିକ ଶାରୀରିକ ଭାବେ ସକ୍ରିୟ ନରହିବାରୁ ହୃଦ୍‌ ରୋଗ ଆଶଙ୍କା ବଢୁଛି।

ଗତ ୫ ବର୍ଷ ମଧ୍ୟରେ ହୃଦ୍‌ରୋଗ ଜନିତ ସମସ୍ୟା ବଢିଛି। ସେଥିରୁ ଅଧିକାଂଶ ୩୦ରୁ ୫୦ ବର୍ଷ ବୟସ୍କ ମଧ୍ୟରେ ପୁରୁଷ ଓ ମହିଳା ଅଛନ୍ତି। ଏବେ କୋଭିଡ୍‌ ସମୟରେ ପରିସ୍ଥିତି ଆହୁରି ଜଟିଳ ହୋଇ ପଡିଛି। ହୃଦ୍‌ରୋଗୀଙ୍କ ସଂଖ୍ୟା ବଢୁଛି। କୁହାଯାଉଛି କୋଭିଡ୍‌ ଯୋଗୁଁ ଲୋକଙ୍କ ଚଳପ୍ରଚଳ କମିଛି। ସକ୍ରିୟତା କମିବାରୁ ବଢୁଛି ହୃଦ୍‌ରୋଗ। ଏଭଳି ସମୟରେ ବିଶ୍ୱ ହୃଦୟ ଦିବସର ମହତ୍ୱ ବଢିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ୱାର୍ଲଡ ହାର୍ଟ ଫେଡେରେସନ ଏହି ଦିବସ ପାଳନ କରିବାକୁ ୧୯୯୯ରେ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଏହା ସେପ୍ଟେମ୍ବର ମାସ ଶେଷ ରବିବାର ପାଳିତ ହେଉଥିଲା। ପ୍ରଥମ ଥର ୨୦୨୦ ସେପ୍ଟେମ୍ବର ୨୪ରେ ପାଳିତ ହୋଇଥିଲା। କିନ୍ତୁ ୨୦୧୧ରୁ ଏହା ସେପ୍ଟେମ୍ବର ୨୯ରେ ପାଳିତ ହୋଇ ଆସୁଛି।

ଚଳିତ ବର୍ଷ ୱାର୍ଲଡ ହାର୍ଟ ଡେର ଥିମ ରହିଛି – ୟୁଜ୍‌ ହାର୍ଟ ଟୁ ହାର୍ଟ କନେକ୍ଟ-। (ହୃଦୟ ସହିତ ହୃଦୟର ସଂଯୋଗ) । ପ୍ରଥମତଃ ଲୋକେ ଘରେ ରହିବାରୁ ଶାରୀରିକ କାର୍ଯ୍ୟାଭ୍ୟାସ ଏକ ପ୍ରକାର ବନ୍ଦ ହୋଇଯାଇଛି । ବିଶେଷକରି ଛୁଆମାନଙ୍କ ଓଜନ ବୃଦ୍ଧି ପାଇଛି । ସାଧାରଣ ଲୋକ ମଧ୍ୟ ବିପଜ୍ଜନକ ଜୋନ୍‌କୁ ଚାଲି ଆସିଲେଣି । ଦ୍ବିତୀୟତଃ କରୋନା ଯୋଗୁଁ ହୃଦରୋଗୀଙ୍କ ଚିକିତ୍ସା ବ୍ୟାହତ ହେଲା । ଏଥିଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଗଲା । ସବୁ ଡାକ୍ତରଖାନାରେ ଅଣକୋଭିଡ୍‌ ଚିକିତ୍ସା ବନ୍ଦ କିମ୍ବା ଲକ୍‌ଡାଉନ୍‌ ଯୋଗୁଁ ହୃଦରୋଗୀ ଭୟଭୀତ ହୋଇ ଡାକ୍ତରଖାନା ଯାଇପାରିଲେ ନାହିଁ । ଏହାଛଡ଼ା ବେଳେବେଳେ ରୋଗୀଙ୍କ ହୃଦ୍‌ରୋଗ ଅସ୍ତ୍ରୋପଚାର ବେଳେ କୋଭିଡ୍‌ ଚିହ୍ନଟ ଯୋଗୁଁ ଅସ୍ତ୍ରୋପଚାର ବିଳମ୍ବିତ ହୋଇଛି । ତୃତୀୟତଃ କୋଭିଡ୍‌ ଆକ୍ରାନ୍ତଙ୍କ ହୃଦ୍‌ରୋଗ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । କୋଭିଡ୍‌ ସମୟରେ ସାମାଜିକ ଦୂରତ୍ବର ସ୍ଲୋଗାନ ଦିଆଯାଉଥିଲା। ମାତ୍ର ହୃଦ୍‌ରୋଗ ଦିବସରେ ବ୍ୟବସ୍ଥା ସହିତ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଉଛି ।

 

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

7 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

15 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

31 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago