ତିନିଦିନିଆ ଗଣପର୍ବ ରଜର ଆଜି ଶେଷଦିନ
ଆଜି ଶେଷ ରଜ । ତିନିଦିନିଆ ଗଣପର୍ବ ରଜରେ ମଜିଛନ୍ତି ସଭିଏଁ । ଝିଅବୋହୂମାନେ ଦୋଳି ଖେଳ ସାଙ୍ଗକୁ ପୁଚିରେ ମସଗୁଲ । ଗାଁ ଗାଁରେ ତାସ, ଲୁଡୁ ଓ କବାଡ଼ି ପ୍ରତିଯୋଗିତା । ଶେଷ ରଜରେ ପୁରପଲ୍ଲୀର ପରିବେଶ ପୂରା ରଙ୍ଗିନ । ଘରେ ଘରେ କୁଣିଆଙ୍କ ଭିଡ଼। ନାନା ରକମର ପିଠା, ମିଠା ସାଙ୍ଗକୁ ଭୋଜିଭାତର ଆସର । ସେହିପରି ବିଭିନ୍ନ ସ୍ଥାନରେ ତିନିଦିନ ଧରି ରଜ ଉତ୍ସବ ପାଳନ ହେଉଛି । ନାନା ସାଂସ୍କୃତିକ କାର୍ୟ୍ୟକ୍ରମରେ ମଞ୍ଚ ଦୁଲୁକୁଛି, ଦର୍ଶକଙ୍କ ମନମୋହୁଛି । ଏଥର ପାଗ ଅନୁକୂଳ ଯୋଗୁଁ ରଜ ମଉଜ ଏବେ ବେଶ ଜମୁଛି ।