ଆଜି ନବରାତ୍ରୀର ନବମ ଦିନରେ ପୂଜା ପାଉଛନ୍ତି ମା ସିଦ୍ଧିଦାତ୍ରୀ

ବିଭିନ୍ନ ଶକ୍ତିପୀଠରେ ଆଜି ଦଶମୀ ପୂଜା ପାଳନ କରାଯାଉଥିବା ବେଳେ ମଣ୍ଡପରେ ନବମୀ ପୂଜା ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ନବମ ଶକ୍ତିର ନାମ ସିଦ୍ଧିଦାତ୍ରୀ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା ।

ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବ ଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା । ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି। ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.