ସ୍ପେଶାଲ

ଆଜି “ବିଶ୍ୱ ତମାଖୁ ବର୍ଜନ ଦିବସ”, ଗୁଟଖା ସେବନରେ ଦେଶରେ ଦ୍ଵିତୀୟ ସ୍ଥାନରେ ଅଛି ଓଡିଶା

ଆଜି ବିଶ୍ବ ତମାଖୁ ନିରୋଧ ଦିବସ । ପ୍ରତିବର୍ଷ ମେ ୩୧କୁ ବିଶ୍ବ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚଳିତ ବର୍ଷ ସ୍ଲୋଗାନ ରହିଛି “ଯୁବପିଢୀଙ୍କୁ ତମାଖୁ ଶିଳ୍ପରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ତମାଖୁ ସେବନରୁ ନିବୃତ ରଖିବା”। ଆମର ଭବିଷ୍ୟତ ବଂଶଧରଙ୍କୁ ମରଣ ମୁହଁରୁ ବଞ୍ଚାଇବାକୁ ହେଲେ ଆମକୁ ଆଜିର ଯୁବପିଢିଙ୍କୁ ଏ ବିଷୟରେ ସଚେତନ କରାଇବାକୁ ହେବ। ୨୦୦୦ ମସିହା ପରବର୍ତ୍ତୀ ସମୟରେ ଆମ ଦେଶରେ ବିଭିନ୍ନ ପ୍ରକାରର ଗୁଟ୍‌ଖା ବ୍ରାଣ୍ଡର ପ୍ରବେଶ ଏବଂ ଏହାର ବହୁଳ ପ୍ରଚାର ଓ ବ୍ୟବହାର ଆଜି କର୍କଟ ରୋଗୀଙ୍କ ସଂଖ୍ୟାର ଅନ୍ୟତମ କାରଣ ବୋଲି କହିଲେ ଭୁଲ୍‍ ହେବ ନାହିଁ । ତେଣୁ ଆଜିର ସ୍କୁଲ୍‍ ଓ କଲେଜ୍‍ର ଛାତ୍ରଛାତ୍ରୀମାନେ ଯଦି ବିଭିନ୍ନ ପ୍ରକାର ଆକର୍ଷଣୀୟ ମନେ ହେଉଥିବା ଗୁଟ୍‌ଖା ମାୟାରୁ ନିଜକୁ ଦୂରରେ ନ ରଖନ୍ତି ସେମାନଙ୍କ ଭବିଷ୍ୟତ ନିଶ୍ଚିତ ଭାବରେ ସାଂଘାତିକ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ୧୯୮୭ରୁ ପ୍ରତିବର୍ଷ ମେ ୩୧ ତାରିଖରେ ପାଳନ କରାଯାଉଛି “ବିଶ୍ୱ ତମାଖୁ ବର୍ଜନ ଦିବସ” । ଇଂରାଜୀରେ କୁହାଯାଏ “ୱାର୍ଲଡ ନୋ ଟବାକୋ ଡେ” । ଏହି ଦିନରେ ଚବିଶ ଘଂଟା ପର୍ଯ୍ୟନ୍ତ ପାନ, ବିଡି, ଗୁଟଖା, ଖଇନି ଆଦି କୌଣସି ପ୍ରକାରର ତମାଖୁ ସେବନ ନକରିବା ପାଇଁ ଉତ୍ସାହିତ କରାଯାଏ । ତମାଖୁର କ୍ଷତିକାରକ ଦିଗ ଗୁଡିକ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ତଥା ଏବାବଦରେ ସଚେତନତା ସୃଷ୍ଟି, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପ୍ରତି ବର୍ଷ ତମାଖୁ ସେବନ କାରଣରୁ ବିଶ୍ୱରେ ପ୍ରାୟ ସତୁରୀ ଲକ୍ଷ ମଣିଷଙ୍କ ଅକାଳ ମୃତ୍ୟୁ ଘଟୁଛି । ସେମାନଙ୍କ ମଧ୍ୟରୁ ପ୍ରାୟ ନଅ ଲକ୍ଷ ତମାଖୁ ସେବନ ନକରି ସୁଦ୍ଧା ପ୍ରାଣ ହରାଉଛନ୍ତି, ଏବଂ ସେମାନଙ୍କ ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୂମପାନ । ମଣିଷ ଯଦି ସମ୍ପୂର୍ଣ୍ଣ ଭାବେ ତମାଖୁ ବର୍ଜନ କରିବ ତେବେ କର୍କଟ ରୋଗୀଙ୍କ ସଂଖ୍ୟା ୩୦% ହ୍ରାସ ପାଇବ ।

ପ୍ରତିବର୍ଷ ସାରା ଦେଶରେ ୧୦ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛି । ସେମାନଙ୍କ ମଧ୍ୟରୁ ୫ରୁ ୬ ଲକ୍ଷ ତମାଖୁ ସେବନ ଜନିତ ରୋଗୀ ବୋଲି ଜଣାପଡିଛି । ସେହିଭଳି ରାଜ୍ୟରେ ପ୍ରତିବର୍ଷ ଚିହ୍ନଟ ହେଉଥିବା ରୋଗୀଙ୍କ ମଧ୍ୟରୁ ୨୦ରୁ ୩୦ ହଜାର ହେଉଛନ୍ତି ତମାଖୁ ସେବନ ଜନିତ ରୋଗୀ । ତେଣୁ ପ୍ରତ୍ୟେକ ପରିବାର ଏନେଇ ସଚେତନ ହେବା ଜରୁରୀ ହୋଇପଡିଛି । ଉଦ୍‌ବେଗଜନକ କଥା ହେଲା, ମୁଖ ଗହ୍ବର କର୍କଟ ବା ଓରାଲ୍‌ କ୍ୟାନସର୍‌ରେ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ଏହି ଅଲୋଡା ରେକର୍ଡ ସାଉଁଟିବାରେ ଓଡ଼ିଶା ବି ପଛରେ ପଡିନି। ରାଜ୍ୟରେ ବର୍ଷକୁ ୧ ଲକ୍ଷ ୨୦ ହଜାର ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ମୁତାବକ, ସମଗ୍ର ଦେଶରେ ମୁଖ ଗହ୍ବର କର୍କଟ ‌ରୋଗୀଙ୍କ ମଧ୍ୟରେ ଓଡ଼ିଶାର ହାର ଜାତୀୟ ହାର ସହିତ ପ୍ରାୟ ସମାନ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସାଳୟକୁ ଆସୁଥିବା ମୋଟ ରୋଗୀଙ୍କ ମଧ୍ୟରୁ ୪୦ ପ୍ରତିଶତ ରୋଗୀ କେବଳ ତମାଖୁ ସେବନ ଜନିତ କାରଣରୁ ପୀଡ଼ିତ ହୋଇଥିବା ବେଳେ ତନ୍ମଧ୍ୟରୁ ୫ରୁ ୧୦ ପ୍ରତିଶତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଓଡ଼ିଶାରେ ୪୫.୬ ପ୍ରତିଶତ ଲୋକ ତମାଖୁ (ଗୁଟ୍‌କା) ସେବନ କରୁଛନ୍ତି । ଗୁଟ୍‌କା ବ୍ୟବହାରରେ ଓଡ଼ିଶା ଭାରତରେ ଦ୍ବିତୀୟ ସ୍ଥାନରେ ରହିଛି। ଅବଶ୍ୟ ଧୂମପାନରେ ଓଡ଼ିଶାର ହାର୍‌ କମ (୭ ପ୍ରତିଶତ) ରହିଛି।

୧୫ ପ୍ରତିଶତ ପୁରୁଷ ଓ ୨୫ ପ୍ରତିଶତ ମହିଳାଙ୍କ ଭିତରେ ଦେଖା ଦେଉଥିବା କର୍କଟ ରୋଗ କେବଳ ତମାଖୁଜନିତ ବୋଲି ଜଣାପଡିଛି ।ଓଡ଼ିଶାରେ ତମାଖୁଜନିତ ମୁଖ ଗହ୍ବର କର୍କଟ ‌‌ରୋଗୀଙ୍କ ସଂଖ୍ୟା ଅଧିକ। ପ୍ରାୟ ୧୭ରୁ ୧୮ ବର୍ଷ ବୟସର ଯୁବପିଢି ତମାଖୁ କବଳରେ ପଡୁଛନ୍ତି। ତମାଖୁଜନିତ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ଏହି କାର୍ଯ୍ୟକ୍ରମ ଜରିଆରେ ତାକୁ ନିୟନ୍ତ୍ରଣ କରାଯିବାକୁ ଉଦ୍ୟମ ଜାରି ରହିଛି ।

ତମାଖୁ ସେବନ ଦ୍ୱାରା ନିଜର ମୂଲ୍ୟବାନ ଜୀବନ ବିପଦ ଆଡ଼କୁ ଚାଲି ଯାଉଥିବା ଜାଣିଥିଲେ ମଧ୍ୟ ଅଭ୍ୟାସରେ ପରିବର୍ତନ ଆଣିପାରୁ ନାହାନ୍ତି । ନିଜର ମାନସିକତା ଓ ତମାଖୁ ଉପରେ ଥିବା ନିର୍ଭରଶୀଳତା ସେମାନଙ୍କୁ ତମାଖୁ ସେବନ କରିବାକୁ ବାଧ୍ୟ କରୁଛି । ଫଳରେ ତମାଖୁ ସେବନକାରୀ କର୍କଟ ଭଳି ରୋଗରେ ପୀଡ଼ିତ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକାରଣରେ ମୃତ୍ୟୁବରଣ କରୁଛନ୍ତି ।ଜଣେ ତମାଖୁ ସେବନ କରିବା ଦ୍ୱାରା ତାର ମାନସିକତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ଓ ଅଭ୍ୟାସରେ ପରିଣତ ହେବା ପରେ ଏହାକୁ ସହଜରେ ଛାଡ଼ିବା କଷ୍ଟକର ହୋଇ ପଡ଼ିଥାଏ । ତମାଖୁ ଉପରେ ସେ ଏତେ ନିର୍ଭରଶୀଳ ହୋଇପଡେ଼ ଯେ, ପରିଣାମ ଯାହା ହେଉନା କାହିଁକି ଅଭ୍ୟାସ ଛାଡ଼ିବା କଷ୍ଟକର ହୋଇପଡେ଼ । କେବଳ ଦୃଢ ମନୋବଳ ଓ ଇଛାଶକ୍ତି ଦ୍ୱାରା ହିଁ ଜଣେ ତମାଖୁ ସେବନ ଠାରୁ ଦୂରେଇ ରହିପାରିବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି ।

KNews Bureau

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

6 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

12 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

16 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

18 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago