ସ୍ପେଶାଲ

ଆଜି ସଙ୍କଷ୍ଟି ଚତୁର୍ଥୀ: ଦୂବର ଏହି ଚମତ୍କାରୀ ଉପାୟରେ କରନ୍ତୁ ଭଗବାନଙ୍କ ଗଣେଶଙ୍କ ପୂଜା; ପୂରଣ ହେବ ସବୁ ମନୋକାମନା

ଆଜି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଆଜିର ଦିନକୁ ଏକଦନ୍ତ ସଙ୍କଷ୍ଟି ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ବିଘ୍ନ ବିନାଶକ ଗଣେଶଙ୍କ କୃପା ପାଇବା ପାଇଁ ଖାସ୍‌ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ସଙ୍କଷ୍ଟି ଚତୁର୍ଥୀ ବ୍ରତ ରଖି ଗଣପତିଙ୍କ ଉପାସନା କରନ୍ତି। ବ୍ରତଧାରୀମାନେ ଏହି ଦିନ ଭଗବାନଙ୍କୁ ତାଙ୍କ ପ୍ରିୟ ଜିନିଷ ଅର୍ପଣ କରି ଥାଆନ୍ତି। ବିଶ୍ୱାସ ରହିଛି ଯେ ଗଣେଶଙ୍କୁ ତାଙ୍କ ପ୍ରିୟ ଜିନିଷ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କ ସବୁ ବାଧାବିଘ୍ନ ଦୂର ହୋଇଥାଏ ଏବଂ ଭଗବାନ ପ୍ରସନ୍ନ ହୋଇ ଭକ୍ତମାନଙ୍କର ସମସ୍ତ ମନୋକାମନା ପୂରଣ କରି ଥାଆନ୍ତି।

ସଙ୍କଷ୍ଟି ଚତୁର୍ଥୀ ପୂଜାରେ ଦୂବ ବିଶେଷ ରୂପେ ବ୍ୟବହାର ହୋଇଥାଏ। ବିନା ଦୂବରେ ଭଗବାନ ଗଣେଶଙ୍କ ପୂଜା ଅଧୁରା ରହିଥାଏ। ଏଥି ସହିତ ଦୂବକୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଯେପରି ଗୃହ ପ୍ରବେଶ, ମୁଣ୍ଡନ, ବିବାହ ଆଦିରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ବୁଧବାର ଏବଂ ଚତୁର୍ଥୀ ପୂଜାରେ ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରାଯାଏ। ଏହି ଦିନ ଦୂବର କିଛି ଉପାୟ ବହୁତ ଚମତ୍କାରୀ ପ୍ରମାଣିତ ହୋଇଥାଏ। ଆସନ୍ତୁ ଜାଣିବା ଏହି ଉପାୟ।

ସଙ୍କଷ୍ଟି ଚତୁର୍ଥୀ ଦିନ ଦୂବର ଚମତ୍କାରୀ ଉପାୟ

-ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ରହୁନାହିଁ, ତା’ ହେଲେ ଗଣେଶ କିମ୍ବା ମା’ ଲକ୍ଷ୍ମୀଙ୍କୁ ଆପଣ ଗଣେଶ ଚତୁର୍ଥୀ କିମ୍ବା କୌଣସି ଶୁଭ ମୁହୂର୍ତ୍ତରେ ୫ଟି ଦୂବରେ ୧୧ଟି ଗଣ୍ଠି ପକାଇ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଶୀଘ୍ର ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।

-ମନର ଇଚ୍ଛା ପୂରଣ ପାଇଁ ଦୂବକୁ ଗାଈ କ୍ଷୀରରେ ମିଶାଇ ଏହାର ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମଥାରେ ତିଳକ ରୂପେ ଲଗାନ୍ତୁ। ଏମିତି କରିବା ଦ୍ୱାରା ମନୋକାମନା ଜଲ୍‌ଦି ପୂରଣ ହେବ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୃହ କ୍ଳେଶରୁ ମୁକ୍ତି ପାଇବା ପାଇଁ ଗାଈକୁ ସବୁଜ ଦୂବ ଘାସ ଖୁଆନ୍ତୁ। ଏହା କରିବା ଦ୍ୱାରା ପ୍ରେମର ଭାବନା ବଢ଼ିଥାଏ।

-ଧନ ପ୍ରାପ୍ତି ପାଇଁ ଭଗବାନ ଗଣେଶଙ୍କୁ ଚତୁର୍ଥୀ କିମ୍ବା ବୁଧବାର ଦିନ ୧୧ କିମ୍ବା ୧୨ଟି ଦୂବ ଅର୍ପଣ କରନ୍ତୁ।

-ମାନ୍ୟତା ରହିଛି, ଗଣେଶଙ୍କ ପୂଜାରେ ଦୂବ ବ୍ୟବହାର କରିବା ଦ୍ୱାରା କୁବେରଙ୍କ ପରି ଧନ ପ୍ରାପ୍ତ ହୋଇଥାଏ।

-ବୁଧବାର କିମ୍ବା ଚତୁର୍ଥୀ ଦିନ ଗଣେଶ ମନ୍ଦିରରେ ୧୧ଟି ଦୂବ ଗଣ୍ଠି ଚଢ଼ାଇବା ଦ୍ୱାରା ଗଣପତି ପ୍ରସନ୍ନ ହୁଅନ୍ତି ଏବଂ ବୁଧ ଦୋଷ ଦୂର ହୋଇଥାଏ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

20 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

39 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

47 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago