ରାମ ନାମ ଜପ କଲେ ଦୂର ହୁଏ ସବୁ କଷ୍ଟ

ପବିତ୍ର ରାମନବମୀରେ ଧରାପୃଷ୍ଠକୁ ଆସିଲେ ପ୍ରଭୁ ରାମଚନ୍ଦ୍ର, ଅଧର୍ମର ବିନାଶ ପାଇଁ ନେଇଥିଲେ ସଂକଳ୍ପ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଦେଶସାରା ରାମନବମୀ ଭାବରେ ଧୂମଧାମରେ ପାଳନ କରିଥାନ୍ତି। ସନାତନ ଧର୍ମ ଅନୁସାରେ ରାମନବମୀ ଦିନ ତ୍ରେତୟା ଯୁଗରେ ମହାରାଜା ଦଶରଥଙ୍କ ଘରେ ବିଷ୍ଣୁଙ୍କ ଅବତାର ଭାବେ ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ । ଲଙ୍କାପତି ରାବଣର ଅତ୍ୟାଚାରକୁ କମ୍ କରିବା ପାଇଁ ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଭଗବାନ ରାମଙ୍କ ରୂପରେ ଅବତାର ନେଇଥିଲେ।

ରାମନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ଏହି ପର୍ବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥାଏ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଏହିକାରଣରୁ ରାମନବମୀ ଦିନ ଭଗବାନ ରାମଙ୍କର ବିଶେଷ ପୂଜାଅର୍ଚ୍ଚନା ହୋଇଥାଏ। ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ୯ ଦିନ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା। ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା । ଏହି କାରଣରୁ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ।

ପୁରାଣ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ତ୍ରେତୟା ଯୁଗ ଓ ଦ୍ୱାପର ଯୁଗର ସନ୍ଧିକାଳରେ ଜନ୍ନ ହୋଇଥିଲେ। ତେବେ କ୍ୟାଲେଣ୍ଡର ଅନୁଯାୟୀ ୫୧୧୪ ଖ୍ରୀଷ୍ଟ ପୂର୍ବ ରୁ ପ୍ରଭୁ ଧରାପୃଷ୍ଠକୁ ଆିଥିଲେ। ମାନେ ଏବେ କୁ ପ୍ରାୟ ୭୧୩୬ ବର୍ଷ ପୂର୍ବ ରାମଚନ୍ଦ୍ରଙ୍କର ଜନ୍ମ ହୋଇଥିଲା।

ଜନ୍ମ ସମୟରେ ପ୍ରଭୁଙ୍କର ପୁନର୍ବସୁ ନକ୍ଷ୍ୟତ୍ର ଥିଲା। ୫ଟି ଗ୍ରହ ନିଜ ଉଚ୍ଛ ସ୍ଥାନରେ ରହିଥିଲେ। ଏହି ପ୍ରକାରରେ ସୂର୍ଯ୍ୟ ମେଷରେ ୧୦ଡିଗ୍ରୀ, ମଙ୍ଗଳ ମକରରେ ୨୮ ଡିଗ୍ରୀ, ବୃହସ୍ପତି କର୍କଟରେ ୫ ଡିଗ୍ରୀ, ଶୁକ୍ର ମୀନରେ ୨୭ ଡିଗ୍ରୀ ଏବଂ ଶନି ତୁଳା ରାଶିରେ ୨୦ ଡିଗ୍ରୀ ରେ ଥିଲେ।

ରାମନବମୀ ଦିନ ଭଗବାନ ଶ୍ରୀରାମଙ୍କ ଉପାସନା କରାଯାଇଥାଏ। ଏହିଦିନ ରାମାୟଣ ପାଠ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିସହ ରାମ ମନ୍ଦିରରେ ଅତ୍ୟନ୍ତ ଆନଦ ଉଲ୍ଲାସର ସହ ଭଜନ କୀର୍ତ୍ତନ କରାଯିବା ପରେ ଭଗବାନ ନଗର ପରିକ୍ରମାରେ ବାହାରିଥାନ୍ତି। ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ। ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.