Categories: ସ୍ପେଶାଲ

ଆଜି ବିଶ୍ୱ ଏଡ୍‌ସ ଦିବସ, ଜାଣନ୍ତୁ ଏହି ରୋଗ ଠାରୁ କିପରି କରିବେ ନିଜ ଶିଶୁର ସୁରକ୍ଷା

ଆଜି ‘ଵିଶ୍ଵ ଏଡ୍‌ସ ଦିବସ’ । ୧୯୮୮ ମସିହା ପରଠୁ ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏକତ୍ରିତ ଭାବେ ଏଚଆଇଭି ଭାଇରସ ବିରୋଧରେ ସର୍ବସାଧାରଣରେ ଜାଗରଣ ସୃଷ୍ଟି କରିବା, ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସହାୟତା କରିବା ଓ ପୂର୍ବରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ହେଉଛି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ହୁଏତ ଆପଣମାନେ ଜାଣି ନ ଥିବେ ଏଡ୍ସ ଦିବସ ହିଁ ପ୍ରଥମ ସ୍ୱାସ୍ଥ୍ୟ ସମ୍ପର୍କିତ ଦିବସ ଯାହାକୁ ପ୍ରଥମେ ବିଶ୍ୱ ସ୍ତରରେ ପାଳନ କରାଯାଇଥିଲା । କିନ୍ତୁ ଆଜି ବି ଏଡ୍‌ସ ଓ ଏଚଆଇଭିକୁ ନେଇ ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ରହିଛି । ଲୋକେ ଏ ଦୁଇଟିର ଅର୍ଥ ସମାନ ବୋଲି ଭାବିଥାନ୍ତି । କିନ୍ତୁ ବାସ୍ତବରେ ତାହା ଠିକ ନୁହେଁ । ଜଣେ ବ୍ୟକ୍ତି ଏଚଆଇଭି ଭାଇରସରେ ଆକ୍ରାନ୍ତ ହେବାର ମାନେ ନୁହେଁ କି ସେ ଜଣେ ଏଡ୍‌ସ ରୋଗୀ । ଏହି ଭାବନାକୁ ପ୍ରଥମେ ମନରୁ ହଟାଇବା ଉଚିତ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକାଠି ରହିବା, ଖାଇବା କି ଛୁଇଁବା ଦ୍ୱାରା ଏହି ରୋଗ ବ୍ୟାପି ନଥାଏ । ସଚେତନତା ଅଭାବରୁ ଏହି ରୋଗରେ ପ୍ରତି ବର୍ଷ ଅନେକ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ପରିତାପର ବିଷୟ ହେଉଛି ଛୋଟ ଶିଶୁମାନେ ମଧ୍ୟ ଏହା ଦାଉରୁ ରକ୍ଷା ପାଇପାରୁ ନାହାନ୍ତି । ନିରୀହ ନିଷ୍ପାପ ଶିଶୁମାନେ ବି ଏଭଳି ଏକ ମାରାତ୍ମକ ରୋଗର ଶିକାର ହେଉଛନ୍ତି । ମାତା ପିତାଙ୍କ ଠାରୁ ହେଉ ବା ଅନ୍ୟ କୌଣସି କାରଣ ଯୋଗୁଁ ହେଉ ଗର୍ଭାବସ୍ଥାରୁ ହିଁ ଶିଶୁଙ୍କୁ ଏହି ରୋଗ ନିଜର ବଶ କରି ଦେଉଛି । ଏକ ସୂଚନା ଅନୁଯାୟୀ, ଆଫ୍ରିକା ମହାଦେଶରେ ପ୍ରତିଦିନ ପ୍ରାୟ ୫୦୦ ଶିଶୁ ଏଚଆଇଭି ଭାଇରସକୁ ନିଜ ସହ ନେଇ ହିଁ ଜନ୍ମ ହୋଇଥାନ୍ତି ।

କିନ୍ତୁ ଏହି ମାମଲାରେ ବିଶେଷଜ୍ଞ ମାନେ ମତ ଦେଇଛନ୍ତିଯେ ଯଦି ଆରମ୍ଭରୁ ଏ ଦିଗ ପ୍ରତି ଧ୍ୟାନ ଦିଆଯାଏ ତେବେ ଶିଶୁଙ୍କ ଶରୀରରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଜୀବାଣୁକୁ ନିଷ୍କ୍ରିୟ କରାଯାଇ ପାରିବ । ସେମାନଙ୍କ ମତ ଅନୁଯାୟୀ ଯଦି ଜନ୍ମର ତୁରନ୍ତ ପରେ ଏଚଆଇଭି ସଂକ୍ରମିତ ଶିଶୁଙ୍କ ଚିକିତ୍ସା କରାଯାଏ ତେବେ ସଂକ୍ରମଣ ହେବାର ଭୟ ୨୦୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ । ସୁଦୂର ବୋତସ୍ୱାନାରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ଜନ୍ମର ଅଳ୍ପ କିଛି ଘଣ୍ଟା ଭିତରେ ଯଦି ଚିକିତ୍ସା ଆରମ୍ଭ କରିଦିଆଯାଏ । ତେବେ ଶିଶୁଙ୍କ ଶରୀରର ଏଚଆଇଭି ଜୀବାଣୁ କ୍ଷତି ଘଟିବାର ଆଶଙ୍କା ଖୁବ କମିଯାଇଥାଏ । ଚିକିତ୍ସାରେ ବ୍ୟବହୃତ ହେଉଥିବା ମେଡ଼ିସିନ ଭାଇରସର ପ୍ରଭାବକୁ କମାଇ ଦିଏ ବା ଧିମା କରିଦିଏ । ଯାହା ଦ୍ୱାରା ଶିଶୁ ଏଚଆଇଭି ଆକ୍ରାନ୍ତ ହୋଇଥିଲେ ମଧ୍ୟ ଲମ୍ବା ସମୟ ପର୍ଯ୍ୟନ୍ତ ଏଡ୍ସ ଦାଉରୁ ମୁକୁଳି ଏକ ସୁସ୍ଥ ଜୀବନ ଅତିବାହିତ କରିପାରିଥାଏ ।

କିନ୍ତୁ ଅନ୍ୟ ପକ୍ଷରେ ଏଥିନେଇ ଚିକିତ୍ସକମାନଙ୍କ ଆଗରେ ଏକ ବିରାଟ ଚ୍ୟାଲେଞ୍ଜ ମଧ୍ୟ ଅଛି । ଏଚଆଇଭି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗୀ (ଶିଶୁ) ମାନଙ୍କୁ ହେଭି ଡୋଜର ମେଡ଼ିସିନ ଦିଆଯାଏ । କିନ୍ତୁ ଅଧିକାଂଶ ଶିଶୁଙ୍କ ଶରୀର ଏହି ହେଭି ଡୋଜକୁ ଗ୍ରହଣ କରିବା ପାଇଁ ସକ୍ଷମ ହୋଇନଥାଏ । କିନ୍ତୁ ସବୁ ପରେବି ବେଳହୁଁ ସତର୍କ ହୋଇ ପଦକ୍ଷେପ ନିଆଯାଏ ତେବେ ଏହି ଦୂରାରୋଗ୍ୟରୁ ନିଷ୍ପାପ ଶିଶୁମାନଙ୍କୁ ଆମେ ଏକ ସୁସ୍ଥ ଜୀବନ ନିଶ୍ଚିତ ରୂପେ ଦେଇ ପାରିବା ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

16 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

30 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

45 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

56 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago