ଆଜି ବିଶ୍ୱ ରେଡ଼କ୍ରସ ଦିବସ, ମାନବ ସେବା ଓ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ସ୍ଥାପନ ହୋଇଥିଲା ଏହି ସଂସ୍ଥା

ମାନବୀୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୮୬୩ ମସିହାରେ “ରେଡ କ୍ରସ ସଂଗଠନ” ସ୍ଥାପନ କରା ଯାଇଥିଲା । ଏହି ସଂଗଠନ ବିଶ୍ଵବ୍ୟାପୀ ସ୍ଵୟଂସେବା ବା ବିଭିନ୍ନ ଭଲୁଣ୍ଟିୟର କାମ ମାନ କରିବାରେ ଜଣାଯାଇଥାଏ । ଏହା ଏକ ଆନ୍ତର୍ଜାତୀୟ ସଂଗଠନ ହୋଇଥିବା ବେଳେ ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭା ଠାରେ ଅବସ୍ଥିତ । କହି ରଖିବା ଉଚିତ ହେବକି, ଜନ ସେବା କ୍ଷେତ୍ରରେ ଅନନ୍ୟ ପ୍ରଦର୍ଶନ ପାଇଁ ଏହି ସଂସ୍ଥାକୁ ୧୯୧୭, ୧୯୪୪ ଓ ୧୯୬୩ ମସିହାରେ ନୋବେଲ ଶାନ୍ତି ପୁରସ୍କାର ମିଳିଛି । ମେ ୮ ତାରିଖରେ ଏହାର ପାଳନ ପଛରେ ବି ଏକ ବିଶେଷ କାରଣ ରହିଛି ।

red cross

ଏହାର ସ୍ଥାପନା କରିଥିବା ହେନେରୀ ଦ୍ୟୁଡ଼େଣ୍ଟଙ୍କ ଜନ୍ମ ମେ ମାସ ୮ ତାରିଖରେ ହିଁ ହୋଇଥିଲା । ତେଣୁ କରି ହିଁ ତାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଏହି ଦିନକୁ ରେଡ କ୍ରସ ଦିବସ ରୂପେ ପାଳନ କରାଯାଇ ଆସୁଛି | ଯୁଦ୍ଧ ଓ ଶାନ୍ତି ସମୟରେ ବିଶ୍ଵର ବିଭିନ୍ନ ସରକାରଙ୍କ ଭିତରେ ସମନ୍ଵୟ ରକ୍ଷା କରିବାକୁ ଏହା ପ୍ରୟାସ କରିଥାଏ । ଯୁଦ୍ଧ ସମୟରେ ଆହତ ଶ୍ରମିକ ମାନଙ୍କ ଚିକିତ୍ସା କରିବା ଓ ସେମାନଙ୍କ ସାହାଯ୍ୟ କରିବା ହେଉଛି ଏହି ସଂସ୍ଥାର ମୂଳ ଉଦ୍ଦେଶ୍ୟ । କହିବାକୁ ଗଲେ ଏହାର ମୁଖ୍ୟ କାମ ହେଉଛି ମାନବ ସେବା | ବ୍ଲଡ଼ ବ୍ୟାଙ୍କରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଓ ସମାଜ ସେବା କ୍ଷେତ୍ରରେ ବି ଏହା ବିଶେଷ ଭୂମିକା ନିଭେଇ ଥାଏ । ଧଳା ପଟି ଉପରେ ଲାଲ ରଙ୍ଗର କ୍ରସ ଚିହ୍ନ ହେଉଛି ଏହି ସଂସ୍ଥାର ପ୍ରତୀକ ।

ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ ପାଖାପାଖି ୨୧୦ ଗୋଟି ଦେଶ ଏହି ସଂସ୍ଥା ସହ ଜଡିତ ଅଛନ୍ତି | ଭାରତରେ ୧୯୨୦ ମସିହା ପାର୍ଲିଆମେଣ୍ଟାରୀ ଏକ ଆକ୍ଟ ଅନୁଯାୟୀ ଏହାର ସ୍ଥାପନ କରାଯାଇଥିଲା । ଆମ ଦେଶ ଭାରତରେ ଏହି ସଂସ୍ଥାର ୭୦୦ ରୁ ଅଧିକ ଶାଖା ରହିଛି । ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ରେଡ କ୍ରସ ସୋସାଇଟିର ଦାବି ଅନୁଯାୟୀ, ୧୯୪୮  ମସିହାରୁ ପ୍ରତି ବର୍ଷ ମେ ମାସ ୮ ତାରିଖକୁ ରେଡ଼ କ୍ରସ ଦିବସ ଭାବେ ପାଳନ କରାଯାଇ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.