ସ୍ପେଶାଲ

କାଲି ପଡ଼ୁଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏସବୁ ରାଶି ଉପରେ ପଡ଼ୁଛି କୁ-ପ୍ରଭାବ, ଜଗି ରଖି ଚଳନ୍ତୁ

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧୯ ତାରିଖ, ଶୁକ୍ରବାର ପଡ଼ୁଛି। ଚଳିତଥର ଚନ୍ଦ୍ର ଗ୍ରହଣ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ଦିନ ଲାଗୁଛି। ଏହା ଆଂଶିକ ଚନ୍ଦ୍ର ଗ୍ରହଣ। ଭାରତର ପୂର୍ବ ଭାଗରେ ଏହା ଆଂଶିକ ନଜର ଆସିବ। ଏହି କାରଣରୁ ଦେଶରେ ଏହା ପାଳନୀୟ ନୁହେଁ। କିନ୍ତୁ ଧାର୍ମିକ ଦୃଷ୍ଟିରୁ ଏହି ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି। ଏହି ଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। କିଛି ରାଶି ଉପରେ ଗ୍ରହଣର ଶୁଭ ପ୍ରଭାବ ପଡ଼ିବ ତ ଆଉ କିଛି ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ। ତେବେ ଅଶୁଭ ପ୍ରଭାବ ପଡ଼ୁଥିବା ରାଶିର ଲୋକ ନିହାତି ଭାବେ ସତର୍କ ରହିବା ଜରୁରୀ। ଆସନ୍ତୁ ଜାଣିବା ଆସନ୍ତାକାଲି ପଡ଼ୁଥିବା ଚନ୍ଦ୍ର ଗ୍ରହଣ କେଉଁ ରାଶି ଉପରେ କୁ-ପ୍ରଭାବ ପକାଉଛି…

ବୃଷ:

ଏହି ଚନ୍ଦ୍ର ଗ୍ରହଣ ବୃଷ ରାଶି ଉପରେ ଲାଗିବ। ଏଣୁ ବୃଷ ରାଶିର ଲୋକ ସତର୍କ ରହିବା ଆବଶ୍ୟକ। ଏ ଅବସରରେ ବୃଷ ରାଶିର ବ୍ୟକ୍ତି ମାନସିକ ଅବସାଦଗ୍ରସ୍ତ ରହିପାରନ୍ତି।

କନ୍ୟା:

ଚନ୍ଦ୍ର ଗ୍ରହଣର ପ୍ରଭାବ କନ୍ୟା ରାଶି ଉପରେ ମଧ୍ୟ ପଡ଼ିବ। ଏହି ରାଶିର ଲୋକ ଗ୍ରହଣ ବେଳେ ବାପା-ମା’ଙ୍କ ସହ କଥା ହେବା ବେଳେ ନିଜ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଏହି ସମୟରେ ଟଙ୍କା ସହ ଜଡ଼ିତ କୌଣସି ନେଣ ଦେଣ କରନ୍ତୁ ନାହିଁ।

ତୁଳା:

ଚଳିତ ଥର ତୁଳା ରାଶିର ଅଷ୍ଟମ ଘରେ ଚନ୍ଦ୍ର ଗ୍ରହଣ ଲାଗୁ ହେବାକୁ ଯାଉଛି। ଏ ଅସରରେ ତୁଳା ରାଶିର ବ୍ୟକ୍ତି ନିଜ ଶରୀର ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ। ଗ୍ରହଣ ପ୍ରଭାବରେ କୌଣସି ପୁରୁଣା ରୋଗ ସମସ୍ୟା ସୃଷ୍ଟି କରିପାରେ।

ବିଛା:

ଚନ୍ଦ୍ର ଗ୍ରହଣ ବେଳେ ବିଛା ରାଶିର ଲୋକଙ୍କୁ ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏ ଅବସରରେ ଆପଣ ବାଦ ବିବାଦରେ ପଶନ୍ତୁ ନାହିଁ। ବ୍ୟବସାୟୀମାନେ କାହାଠୁ ଟଙ୍କା ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ।

ଧନୁ:

ଧନୁ ରାଶିର ବ୍ୟକ୍ତି ଚନ୍ଦ୍ର ଗ୍ରହଣ ବେଳେ ବିରୋଧୀ ଓ ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଏଥରକ ଚନ୍ଦ୍ର ଗ୍ରହଣ ଧନୁ ରାଶିର ଷଷ୍ଠ ଘରେ ଅର୍ଥାତ୍‌ ଶତ୍ରୁ ଘରେ ଲାଗୁଛି।

ମକର:

ମକା ରାଶିର ଛାତ୍ରଙ୍କ ମନ ଏହି ସମୟରେ ପାଠ ଠାରୁ ଦୂରେଇ ଯିବ। କର୍ମଚାରୀମାନେ ଅଫିସରେ ଚିନ୍ତାଗ୍ରସ୍ତ ରହିବେ। ଏଣୁ ଗ୍ରହଣ ସମୟରେ ଟିକେ ସାବଧାନ ରୁହନ୍ତୁ।

ମୀନ:

ମୀନ ରାଶିର ବ୍ୟକ୍ତିଙ୍କ ତୃତୀୟ ଘରେ ଗ୍ରହଣ ଲାଗିବ। ଏହାର ପ୍ରଭାବରେ ଆପଣଙ୍କ ଆତ୍ମ ବିଶ୍ୱାସ କମିଯିବ। ଏଥିସହ ଆପଣଙ୍କ ପାରିବାରିକ ଜୀବନରେ ବି ସମସ୍ୟା ଉପୁଜିପାରେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago