ବିଶ୍ୱରେ ଏହି ସବୁ ଦେଶ ମାନଙ୍କରେ ଗଚ୍ଛିତ ରହିଛି ପ୍ରଚୁର ସୁନା, ଜାଣନ୍ତୁ ଭାରତର ସ୍ଥାନ କେଉଁଠି
![GOLD](https://knewsodisha.com/wp-content/uploads/2020/02/GOLD_UP.jpg)
ସୁନା ଏକ ଏମିତି ଧାତୁ ଯାହାର ଭଣ୍ଡାର ପାଖାପାଖି ଅନେକ ଦେଶ ମାନଙ୍କରେ ରହିଛି । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ଗତ ବର୍ଷର ରିପୋର୍ଟ ଜାରି କରିଛି । ଯେଉଁଥିରେ ଟପ୍ ୧୦ଟି ଦେଶର ସୂଚୀ ରହିଛି । ଏହି ସୂଚୀରେ ଆମେରିକା,ଇଟାଲି ଏବଂ ଜର୍ମାନୀ ପରି ବିକସିତ ଏବଂ ଶକ୍ତଶାଳୀ ଦେଶ ସମେତ ଭାରତର ନାଁ ମଧ୍ୟ ସାମିଲ୍ ରହିଛି । ଏହି ସଂଖ୍ୟା ଦୁନିଆରେ ଥିବା ସମସ୍ତ ସେଣ୍ଟ୍ରାଲ୍ ବ୍ୟାଙ୍କ ପାଖରେ ଗଚ୍ଛିତ ଥିବା ସୁନାର ଭଣ୍ଡାର ଆଧାର ଉପରେ ପ୍ରସ୍ତୁତ କରାଯାଇଛି।
ଆମେରିକା:
ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ରିପୋର୍ଟ ଅନୁସାରେ ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ପୁରା ବିଶ୍ୱରେ ସବୁଠାରୁ ଅଧିକ ସୁନା ରଖୁଥିବା ଦେଶ ଆମେରିକା ଅଟେ । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ଆମେରିକା ପାଖରେ ୮,୧୩୩.୫ ଟନ୍ ସୁନା ରହିଛି । ଏହା ତାର ସମୁଦାୟ ବିଦେଶୀ ମୁଦ୍ରାର ୭୬.୯ପ୍ରତିଶତ ଅଟେ ।
ଜର୍ମାନୀ:
ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଛି । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ଜର୍ମାନୀ ପାଖରେ ୩,୩୬୬.୮ ଟନ୍ ସୁନା ରହିଛି । ଏହା ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରର ୭୩ ପ୍ରତିଶତ ଭାଗିଦାରୀ । ୟୁରୋପିୟ ଦେଶମାନଙ୍କରେ ଜର୍ମାନୀ ପାଖରେ ସବୁଠାରୁ ଅଧିକ ସୁନା ଅଛି।
ଇଟାଲି:
ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ୩ୟ ସ୍ଥାନରେ ଇଟାଲି ରହିଛି । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ଇଟାଲି ପାଖରେ ୨,୪୫୧.୮ ଟନ୍ ସୁନା ଗଚ୍ଛିତ ରହିଛି । ଯାହା ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରର ୬୮.୪ପ୍ରତିଶତ ଅଟେ । ଇଟାଲି ୟୁରୋପିୟ ଦେଶମାନଙ୍କରେ ଜର୍ମାନୀ ପରେ ଦ୍ୱିତୀୟ ବଡ ଦେଶ, ଯାହା ପାଖରେ ଏତେ ସୁନା ଗଚ୍ଛିତ ରହିଛି ।
ପ୍ରାନ୍ସ:
ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ୪ର୍ଥ ସ୍ଥାନରେ ପ୍ରାନ୍ସ ରହିଛି । ଏହାସୁନା ରଖିବାରେ ୟୁରୋପର ୩ୟ ସବୁଠାରୁ ବଡ ଦେଶ ।ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ଫ୍ରାନ୍ସ ପାଖରେ ୨,୪୩୬ଟନ୍ ସୁନା ରହିଛି । ଯାହା ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରର ୬୨.୯ ପ୍ରତିଶତ ଅଟେ ।
ଋଷ:
କ୍ଷେତ୍ରଫଳ ମାମଲରରେ ଦୁନିଆର ସବୁଠାରୁ ବଡ ଦେଶ ଋଷ ସଂଘଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ପଞ୍ଚମ ସ୍ଥାନରେ ରହିଛି । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ଅନୁସାରେ ଋଷ ପାଖରେ ୨୨୪୧.୯ ଟନ୍ ସୁନା ରହିଛି । ଯାହା ଏହାର ବିଦେଶୀ ମୁଦ୍ରା ଭଣ୍ଡାରର ୨୦.୨ ପ୍ରତିଶତ ଅଟେ ।
ଚୀନ୍:
ସୁନା ରିଜର୍ଭ ରଖିବାରେ ଷଷ୍ଠ ସ୍ଥାନରେ ରହିଛି ଚୀନ୍ ରହିଛି । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ଚୀନ୍ ପାଖରେ ୧୯୪୮.୩ ଟନ୍ ସୁନା ମହଜୁଦ୍ ରହିଛି । ଯାହା ଏହାର ବିଦେଶୀ ମୁଦ୍ରା ଭଣ୍ଡାରର ୨.୯ପ୍ରତିଶତ ।
ସ୍ୱିଜରଲ୍ୟାଣ୍ଡ:
ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ସପ୍ତମ ସ୍ଥାନରେ ରହିଛି ସ୍ୱିଜରଲ୍ୟାଣ୍ଡ । ଓ୍ୱାଲ୍ଡ କାଉନସିଲ୍ ଅନୁସାରେ ଏହି ଦେଶ ପାଖରେ ୧,୦୪୦ ଟନ୍ ସୁନା ରହିଛି । ଏହା ତାହାର ବିଦେଶୀ ମୁଦ୍ରା ଭଣ୍ଡାରର ଛଅ ପ୍ରତିଶତ ଅଟେ।
ଜାପାନ:
ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ଅଷ୍ଟମ ସ୍ଥାନରେ ରହିଛ ଜାପାନ । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ଜାପାନର ଅଫିସିଆଲ୍ ଗୋଲ୍ଡ ହୋଲ୍ଡିଂଗ୍ ୭୬୫.୨ ଟନ୍ । ଯାହା ବିଦେଶୀ ମୁଦ୍ରା ଭଣ୍ଡାରର ୨.୮ ପ୍ରତିଶତ ଅଟେ ।
ଭାରତ:
ଗୋଟେ ସମୟରେ ଭାରତକୁ ସୁନାର ଚଢେଇ କୁହାଯାଉଥିଲା । ବର୍ତ୍ତମାନ ସମୟରେ ଭାରତ ପାଖଷର ୬୧୮ ପ୍ରତିଶତ ସୁନା ରହିଛି । ଏହା ସହିତ ସବୁଠାରୁ ଅଧିକ ଗୋଲ୍ଡ ରିଜର୍ଭ ରଖିବା ମାମଲାରେ ନବମ ସ୍ଥାନରେ ରହିଛି । ଏହା ତାହାର ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରର ସାତ ପ୍ରତିଶତ ଅଟେ ।
ନେଦରଲ୍ୟାଣ୍ଡ:
ନେଦରଲ୍ୟାଣ୍ଡ ଗୋଲ୍ଡ ରିଜର୍ଭ ରଖୁଥିବା ମାମଲାରେ ଦଶମ ସ୍ଥାନରେ ରହିଛି । ଓ୍ୱାଲ୍ଡ ଗୋଲ୍ଡ କାଉନସିଲ୍ ମୁତାବକ ନେଦରଲ୍ୟାଣ୍ଡ ପାଖରେ ୬୧୩ ଟନ୍ ସୁନା ଗଚ୍ଛିତ ରହିଛି । ଏହା ତାହାର ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରର ୬୮ ପ୍ରତିଶତ ଅଟେ ।