ସ୍ପେଶାଲ

ଦୁନିଆର ସବୁଠାରୁ ଖତରନାକ୍‌ ଆଇଲ୍ୟାଣ୍ଡ, କେଉଁଠି ସାପ ଦ୍ୱୀପ ତ ଆଉ କେଉଁଠି ରହିଛି ମୃତ୍ୟୁର ଟାପୁ

ଦୁୁନିଆରେ ବହୁତ ଆଇଲ୍ୟାଣ୍ଡ ରହିଛି, ଯାହା ଦେଖିବାକୁ ଭାରି ସୁନ୍ଦର ଲାଗିଥାଏ । ଆଇଲ୍ୟାଣ୍ଡ ଗୁଡିକ ବି ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ପ୍ରକୃତିର ଅଦ୍ଭୁତ ସୁନ୍ଦରତାକୁ ଦେଖିବା ପାଇଁ ସବୁବେଳେ ଲୋକମାନେ ଏଠାକୁ ଯାଆନ୍ତି । ଛୁଟି ସମୟରେ ଏକ ଭଲ ଦ୍ୱୀପକୁ ଯାଇ ଛୁଟିର ମଜା ନେଇଥାନ୍ତି। କିନ୍ତୁ ଏପରି କିଛି ଦ୍ୱୀପ ଅଛି ଯାହା ଦୂରରୁ ବହୁତ ସୁନ୍ଦର ହେଲେ ପାଖକୁ ଗଲେ ସେଠାରୁ ଫେରି ଆସିବା ଅସମ୍ଭବ। ଆସନ୍ତୁ ଜାଣିବା ଏହି ବିପଦପୂର୍ଣ୍ଣ ଦ୍ୱୀପ ବିଷୟରେ…

ଇଲଦା ବା କ୍ୱିମାଡ଼ା ଆଇଲ୍ୟାଣ୍ଡ, ବ୍ରାଜିଲ : ଏହି ଆଇଲ୍ୟାଣ୍ଡ ବ୍ରାଜିଲରେ ଅବସ୍ଥିତ। କ୍ୱିମାଡ଼ା ଦ୍ୱୀପର ଅନ୍ୟ ନାମ ସାପ ଦ୍ୱୀପ। ଏହାର ନାମରୁ ଜଣାପଡୁଛି ଯେ ଏହା କେତେ ଖତରନାକ । ଏଠାରେ ୪୦୦୦ରୁ ଅଧିକ ପ୍ରତିଶତ ବିଷାକ୍ତ ସାପ ଦେଖାଯାଇଥାନ୍ତି। ଏହି ଦ୍ୱୀପରେ ସୁନେଲି ଲାନ୍ସହେଡ୍ ପ୍ରଜାତିର ସାପ ଦେଖାଯାଆନ୍ତି, ଯାହା ଦୁନିଆର ସବୁଠୁ ବିଷାକ୍ତ ସାପ ମଧ୍ୟରୁ ଜଣେ। ଏହି ଦ୍ୱୀପକୁ ଥରେ ଯିଏ ଯାଇଛି ସେ ଆଉ ଫେରି ନାହିଁ। ଏଥିପାଇଁ ସାପ ଦ୍ୱୀପକୁ ଯିବାକୁ ବ୍ୟାନ୍ କରାଯାଇଛି।

ସବା ଆଇଲ୍ୟାଣ୍ଡ : ସବା ଦ୍ୱୀପ ନେଦରଲାଣ୍ଡରେ ଅବସ୍ଥିତ। ଏହି ଦ୍ୱୀପରେ ଅଧିକ ସମୁଦ୍ର ବାତ୍ୟା ଆସିଥାଏ। ଏହି ବାତ୍ୟାରେ ଦ୍ୱୀପ ପାଖରେ ଥିବା ସବୁ ଜାହାଜ ବୁଡ଼ି ଯାଇଛି। ୧୩ କି.ମି ବ୍ୟାପି ଥିବା ଏହି ଦ୍ୱୀପର ସୁନ୍ଦରତା ଦେଖିବା ପାଇଁ ବହୁ ଲୋକ ଆସନ୍ତି। ଦୁନିଆର ସବୁଠୁ ବିପଦପୂର୍ଣ୍ଣ ଦ୍ୱୀପ ମଧ୍ୟରୁ ଏହି ଆଇଲ୍ୟାଣ୍ଡ ଅନ୍ୟତମ ।

ପୋଭେଗେଲିଆ ଆଇଲ୍ୟାଣ୍ଡ : ଏହି ଦ୍ୱୀପ ଇଟାଲିରେ ଅବସ୍ଥିତ। ଏହି ଦ୍ୱୀପକୁ ‘ମୃତ୍ୟୁର ଦ୍ୱୀପ’ମଧ୍ୟ କୁହାଯାଏ। ଏପରି କୁହାଯାଏ କି ଏହି ଦ୍ୱୀପକୁ ଗଲେ କେହି ଫେରି ଆସନ୍ତି ନାହିଁ। ସୂଚନା ଅନୁସାରେ, ବହୁ ବର୍ଷ ପୂର୍ବରୁ ଏଠାରେ ଏକ ଲକ୍ଷ ୬୦ ହଜାର ରୋଗୀ ଲୋକଙ୍କୁ ଜିଅନ୍ତା ଜଳା ହୋଇଥିଲା। ସେବେଠାରୁ ଏହାକୁ ‘ଭୂତ ଦ୍ୱୀପ’ ମଧ୍ୟ କୁହାଯାଏ।

ରିୟୁନିୟନ ଆଇଲ୍ୟାଣ୍ଡ : ଏହି ଦ୍ୱୀପ ଆଫ୍ରିକାରେ ଅବସ୍ଥିତ। ଏହା ଅତି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳି। ଏହି ସ୍ଥାନକୁ ଯିବା ବହୁତ ବିପଦପୂର୍ଣ୍ଣ । ଏଠାରେ ବିପଜ୍ଜନକ ର୍ଶାକ ଅଛନ୍ତି, ଯାହା କିଛି କ୍ଷଣ ଭିତରେ ମାରି ଦେଇପାରନ୍ତି। ଏଠାରେ ପହଁରିବା ପାଇଁ ସୀମିତ ସ୍ଥାନ ଅଛି। ଏହାକୁ ମଧ୍ୟ ବିପଦ ।

ନର୍ଥ ସେଣ୍ଟିନାଲ୍ ଆଇଲ୍ୟାଣ୍ଡ : ଭାରତର ଆଣ୍ଡାମାନ ନିକୋବର ଠାରେ ଥିବା ଉତ୍ତର ସେଣ୍ଟିନାଲ୍ ଦ୍ୱୀପ ବହୁତ ସୁନ୍ଦର। ଏହା ୬୦ ବର୍ଗ ଫୁଟର ଏହି ଦ୍ୱୀପ ବହୁତ ବିପଦଜ୍ଜନକ । ଏଠାରେ ବସବାସ କରୁଥିବା ଲୋକଙ୍କ ସହ ବାହାର ଲୋକଙ୍କର କୌଣସି ସଂପର୍କ ନାହିଁ । ସେଠାରେ ଥିବା ଲୋକମାନେ ବାହାର ଲୋକଙ୍କୁ ଦେଖିଲେ ମାରି ଦିଅନ୍ତି । ଉତ୍ତର ସେଣ୍ଟିନାଲ୍ ଦ୍ୱୀପକୁ ଥରେ ଗଲେ ଫେରି ଆସି ହୁଏ ନାହିଁ। ଏଥିପାଇଁ ସରକାର ଉତ୍ତର ସେଣ୍ଟିନାଲ୍ ଦ୍ୱୀପ ବ୍ୟାନ୍ କରିଛନ୍ତି ।

Pritiparna

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

54 mins ago