ଓଡ଼ିଶାର କାଶ୍ମୀରରେ ବଣଭୋଜି, ଦାରିଙ୍ଗବାଡ଼ିରେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼

ଓଡ଼ିଶାର କାଶ୍ମୀର ତଥା ଓଡ଼ିଶାର ଭୂସ୍ବର୍ଗ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିକୁ ନୂଆ ବର୍ଷ ଉପଲକ୍ଷେ ବଢ଼ୁଛି ପର୍ଯ୍ୟଟକଙ୍କ ଭିଡ଼ । ଜମୁଛି ବଣଭୋଜିର ଆସର । ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଭିତରୁ ଦାରିଙ୍ଗବାଡ଼ି ଅନ୍ୟତମ ଏହାକୁ ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର ମଧ୍ୟ କୁହାଯାଏ ।  ଶୀତ ଆସିଲେ ସମସ୍ତଙ୍କୁ ମନେପଡ଼େ ଦାରିଙ୍ଗବାଡ଼ି କଥା । ଏଠାକାର ଗହନ ବନ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । କୁହାଯାଏ ଏଠାକାର ସକାଳର କାକର ବିନ୍ଦୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରିଥାଏ ।

ଶୀତ ଋତୁର ମଜା ନେବାପାଇଁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଶୀତର ମଜା ନେବା ସହ ବଣଭୋଜି କରି ମଜା ନେଇଥାନ୍ତି ପର୍ଯ୍ୟଟକ । ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ଭରି ରହିଛି । ସିମନ ବାଡ଼ି ନିକଟସ୍ଥ କିରୀକୁଟିର ଲଭର୍ସ ପଏଣ୍ଟ , ଏମୁ ଗାର୍ଡେନ ଠାରୁ ଆରମ୍ଭ କରି ହିଲ ଭିଉ ପାର୍କ , କଫି ବଗିଚା ଓ ଦାରିଙ୍ଗବାଡ଼ି ର ମିଦୁ ବାନ୍ଦା ଜଳ ପ୍ରପାତ ଭଳି ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହା ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରେ । ଏହା ଭିତରୁ ଦାରିଙ୍ଗବାଡ଼ିର ଡୁଲୁରୀ ପିକନିକ ସ୍ପଷ୍ଟ ଅନ୍ୟତମ ଏଠାରେ ଶୀତ ଦିନରେ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି ।

ଶୀତ ଦିନରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସିବାକୁ ବେଶ ପସନ୍ଦ କରନ୍ତି । ତେବେ ଦାରିଙ୍ଗବାଡ଼ିର ମିଦୁ ବାନ୍ଦା ଜଳପ୍ରପାତରେ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଠାରେ ବଣଭୋଜି କରିବା ସହ ଜଳ ପ୍ରପାତର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି ଏଠାରେ ।