ସ୍ପେଶାଲ

ପର୍ବତରୁ ଗାୟବ ହେଉଛନ୍ତି ପର୍ଯ୍ୟଟକ, କଣ ରହିଛି ରହସ୍ୟ !

ଗରମ ଦିନରେ ମିଳୁଥିବା ଛୁଟି ଦିନରେ ପର୍ବତ ଏବଂ ପାହାଡ଼ରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଛି । ତେବେ ବର୍ତ୍ତମାନ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ହିମାଚଳ ପ୍ରଦେଶ । ହିମାଚଳ ପ୍ରଦେଶରେ ଥିବା ପାର୍ବତୀ ଭେଲି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି । ଏଠାରେ ପର୍ଯ୍ୟଟକମାନେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଖୁବ ଉପଭୋଗ କରୁଛନ୍ତି । କିନ୍ତୁ ଏହି ପାର୍ବତୀ ଭେଲି ପର୍ଯ୍ୟଟକଙ୍କୁ ଗାୟବ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ବର୍ଷ ମଧ୍ୟ ଏହି ପାର୍ବତୀ ଉପତ୍ୟକାରୁ ଅନେକ ପର୍ଯ୍ୟଟକ ଗାୟବ ହୋଇଥିଲେ । ନିକଟରେ ହୋଇଥିବା ନୂଆବର୍ଷ ସେଲିବ୍ରେସନ ସମୟରେ ମଧ୍ୟ କିଛି ପର୍ଯ୍ୟଟକ ଗାୟବ ହୋଇଥିବା ନେଇ ଖବର ଆସିଥିଲା । ବର୍ତ୍ତମାନ ପ୍ରଶାସନ ପାଇଁ ଏହା ରହସ୍ୟମୟ ହୋଇରହିଛି । ଏପରି କଣ ହୋଇଛି ଯେ, ପାର୍ବତୀ ଭେଲିରୁ ପର୍ଯ୍ୟଟକମାନେ ଗାୟବ ହେଉଛନ୍ତି । ଏହାକୁ ନେଇ ପ୍ରଶାସନ ଚିନ୍ତାରେ ରହିଛି ।

ରିପୋର୍ଟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ଅର୍ଥାତ ୨୦୦୩-୨୩ ମଧ୍ୟରେ ପାର୍ବତୀ ଭେଲିରେ ୧୦୭୮ ଲୋକ ଗାୟବ ହୋଇଥିବା ଖବର ଆସିଛି, ଯେଉଁଥିରେ ୨୧ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ । ଏଥିରେ ୪୯୮ ଜଣଙ୍କ ଖବର ମିଳିଥିବାବେଳେ ନିଖୋଜ ଥିବା ଅନ୍ୟ ପର୍ଯ୍ୟଟକଙ୍କ କୌଣସି ଖବର ମିଳି ନଥିଲା । ପାର୍ବତୀ ଭେଲିରେ ହେଉଥିବା ମୃତ୍ୟୁ ସଂଖ୍ୟା ଲଗାତାର ବଢି ଚାଲିଛି ଏବଂ ପର୍ଯ୍ୟଟକମାନେ ନିଖୋଜ ହେଉଛନ୍ତି । ଗତ ବର୍ଷ ୨୦୨୨ରେ ୨୨୭ ଜଣ ପର୍ଯ୍ୟଟକ ଗାୟବ ହୋଇଥିଲେ ।

ଭେଲିରେ ଲୋକମାନଙ୍କ ଗାୟବ ହେବା ପରେ ଏହାକୁ ‘ଭେଲି ଅଫ ଡେଥ’ କୁହାଯାଉଛି । କିନ୍ତୁ ଏହା ପରେ ମଧ୍ୟ ଏହି ସ୍ଥାନକୁ ଲଗାତାର ପର୍ଯ୍ୟଟକ ଆସୁଛନ୍ତି ଏବଂ ଏଥିରେ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ସାଲିଲ ରହିଛନ୍ତି । ପର୍ଯ୍ୟଟକଙ୍କ ଗାୟବ ହେବାର ପ୍ରକୃତ ରହସ୍ୟ ଜଣା ପଡ଼ିନଥିଲେ ମଧ୍ୟ କିଛି ଲୋକ ଏହାକୁ ଡ୍ରଗ୍ସ ସହ ଯୋଡ଼ିଛନ୍ତି । ତେବେ ମଲାନା ନାମକ ଡ୍ରଗ୍ସ ପାଇଁ ଏହି ଅଞ୍ଚଳକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି ଏବଂ ଏହାର ବ୍ୟବସାୟ ବଢିଚାଲିଛି ।

ଡ୍ରଗ୍ସ ଭଳି ଅନେକ ଜିନିଷ କାରଣରୁ ନିଖୋଜ ଘଟଣା ବଢିବାରେ ଲାଗିଛି । ସରକାର ଏବଂ ପ୍ରଶାସନ ତରଫରୁ ଏହାକୁ ବନ୍ଦ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ଲୋକଙ୍କ ଗାୟବ ହେବାର ପ୍ରକୃତ କାରଣ ଜଣା ପଡ଼ି ନାହିଁ । ଏପରି ସ୍ଥିତିରେ ପର୍ଯ୍ୟଟକଙ୍କ ଗାୟବ ହେବାର ଏହି ଘଟଣାକୁ ରହସମୟ କୁହାଯାଉଛି ଏବଂ ଏହାକୁ ନେଇ ଭିନ୍ନ ଭିନ୍ନ କାରଣ କୁହାଯାଉଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago