ସ୍ପେଶାଲ

ଏଠାରେ ପୁରୁଷ ମାନେ ଶାଢ଼ି ପିନ୍ଧି କରନ୍ତି ଦେବୀ ମାଆଙ୍କୁ ପୂଜା

ସଂସ୍କୃତି ଓ ପରମ୍ପରାର ଦେଶ ହେଉଛି ଆମ ଦେଶ ଭାରତ। ଏଠାରେ ରହିଛି ୧୨ ମାସକୁ ୧୩ ପର୍ବ। ଆଉ ପ୍ରତିଟି ପର୍ବ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ଅଛି। ଏଠାରେ ଭିନ୍ନ ଭିନ୍ନ ସଂସ୍କୃତିର ଲୋକ ବାସ କରନ୍ତି। ପ୍ରତ୍ୟେକ ନିଜ ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଏଠାରେ ପ୍ରତିଟି ସ୍ଥାନରେ ପର୍ବ ପର୍ବାଣିକୁ ନେଇ ମଧ୍ୟ ଅନେକ ନିୟମ ରହିଛି। ଯାହା ଅନ୍ୟମାନଙ୍କୁ ଅଶ୍ଚର୍ଯ୍ୟ କରିଥାଏ।

ଆମ ଭାରତରେ ଭଗବାନଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପର୍ବପର୍ବାଣି ରହିଛି। ଏଥିରେ କିିଛି ପରମ୍ପରା ଏମିତି ଅଛି ଯାହାକୁ ଶୁଣିଲା ମାତ୍ରେ ଆଶ୍ଚର୍ଯ୍ୟ ଲାଗେ। ଆଜି ଆମେ ଏମିିତି ଏକ ପରମ୍ପରା ସମ୍ପର୍କରେ କହିବୁ ଯାହାକୁ ହୁଏତ ଆପଣ ପୂର୍ବରୁ କେବେ ଶୁଣିନଥିବେ । ଏଠାରେ ପୁୁରୁଷ ମାନେ ମନ୍ଦିରକୁ ଶାଢ଼ି ପିନ୍ଧି ଯାଇଥାନ୍ତି। ସ୍ଥାନଟି ହେଉଛି ପଶ୍ଚିମବଙ୍ଗର। ପଶ୍ଚିମବଙ୍ଗର ହୁଗୁଳୀ ଜିଲ୍ଲାରେ ଚନ୍ଦନନଗରରେ ପାଳନ କରାଯାଏ ଏହି ପରମ୍ପରା। କାହୁଁ ପୁରାତନ କାଳରୁ ଏହି ପ୍ରଥା ଚାଲି ଆସୁଛି।

ଏଠାରେ ପୁରୁଷ ମାନେ ଶାଢ଼ି ପିନ୍ଧି ଦେବୀମାଆଙ୍କ ପୂଜା କରିଥାନ୍ତି। ପ୍ରତିବର୍ଷ ଚନ୍ଦନ ନଗରରରେ ଏହି ପରମ୍ପରା ପାଳନ କରାଯାଏ। ଏଥିରେ ମାଆ ଜଗଧାତ୍ରୀଙ୍କର ପୂଜା ହୁଏ। ଏହି ପୂଜାରେ ଘରର ମହିଳା ନୁହେଁ ବରଂ ପ ୁରୁଷ ମାନେ ଶାଢ଼ି ପିନ୍ଧି ମାତାଙ୍କର ପୂଜା କରିଥାନ୍ତି। ଏହି ପରମ୍ପରା ଦୀର୍ଘ ୨୨୯ ବର୍ଷ ଧରି ଚାଲିଆସୁଛି। ଏହି ପାରମ୍ପରିକ ପୂଜାରେ ପୁରୁଷମାନେ ଶାଢ଼ି ପିନ୍ଧି ମାଆ ଜଗଧାତ୍ରୀଙ୍କୁ ସିନ୍ଦୁର ପାନ ଦେଇ ପୂଜାର୍ଚ୍ଚନା କରିଥାନ୍ତି।

ବଙ୍ଗଳା ସଂସ୍କୃତିରେ ପ୍ରାୟତଃ ମହିଳା ମାନେ ପୂୂଜା କରିଥାନ୍ତି। କିନ୍ତୁ ମାଆ ଜଗଧାତ୍ରୀଙ୍କ ପୂଜା ସମୟରେ ୧୩ ଜଣ ପୁରୁଷ ଆସି ଶାଢ଼ି ପିନ୍ଧିପୂଜା କରିଥାନ୍ତି। ଏହି ଭିନ୍ନ ଧରଣର ପୂଜା ସମ୍ପର୍କରେ ପୁଜକ କମିଟି କୁହନ୍ତି ଯେ ଏହା ବହୁ ପୁରାତନ ପରମ୍ପରା। ୨୨୯ ବର୍ଷ ପୂର୍ବରୁ ଯେବେ ଇଂରେଜ ଶାସନ ଚାଲିଥିଲା ସେହି ସମୟରେ ମହିଳା ମାନେ ଡରରେ ଘର ବାହାରକୁ ଯାଉନଥିଲେ । ସେହି ସମୟରୁ ପୁରୁଷ ମାନେ ଘର ବାହାରକୁ ଆସି ମାଆଙ୍କର ପୂଜା କରିଥାନ୍ତି। ପରେ ଏହା ଏକ ପରମ୍ପରା ହୋଇଗଲା। ମାନେ ସେବେଠାରୁ ପୁରୁଷ ମାନେ ଶାଢ଼ି ପିନ୍ଧି ଦେବୀ ମାଆଙ୍କ ବରଣ କରିଥାନ୍ତି। ତେବେ ପୂର୍ବ ପରମ୍ପରା ଅନୁଯାୟୀ ଏଠାରେ ମାଆଙ୍କର ପୂଜା ସହ ବିସର୍ଜନ ସମୟରେ ପୁରୁଷ ମାନେ ଶାଢ଼ି ପିନ୍ଧି ବରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତି।

D Sonali

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

10 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

25 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

35 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

46 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago