ଆପଣ ଜାଣିଛନ୍ତି କି, ଏଠାରେ ପ୍ରେମ ଏବଂ ସମ୍ମାନ ଜଣାଇବା ପାଇଁ ପରସ୍ପରକୁ ଫୋପାଡ଼ନ୍ତି ଛେପ

ଦୁନିଆରେ ସମସ୍ତଙ୍କୁ ପରସ୍ପର ସହ ପ୍ରେମ ଯୋଡ଼ି ରଖିଛି । ତେବେ ପ୍ରେମର ଅନେକ ରୁପ ଥିବା  ସହ ଏହାକୁ ପରିପ୍ରକାଶ କରିବାର ଅନେକ ଭିନ୍ନ ଉପାୟ ରହିଛି । ପ୍ରେମିକପ୍ରେମିକା ପରସ୍ପର ମଧ୍ୟରେପ୍ରେମ ଆଦାନପ୍ରଦାନର ବିଭିନ୍ନ ରାସ୍ତା ଆପାଣାଇଥାନ୍ତି ।ତେବେ ଆପଣ କେବେ ଶୁଣିଛନ୍ତି ଛେପ ଫୋପାଡ଼ି ପ୍ରେମ ଏବଂ ସମ୍ମାନ ଦେବା । ଆଜ୍ଞା ହଁ କେନିଆର ତଞ୍ଜାନିଆରେ ସସାଇ ସମ୍ପ୍ରଦାୟର ଲୋକ ଛେପ ଫୋପାଡ଼ି ପରସ୍ପର ପ୍ରତି ପ୍ରେମ ପ୍ରକାଶ କରିଥାନ୍ତି ।

masai-women-kenya

ସାଧାରଣତଃ କାହାକୁ ଛେପ ଫୋପାଡ଼ିବା ମାନେ ତାଙ୍କୁ ତିରଷ୍କାର କିମ୍ବା ତାଙ୍କ ପ୍ରତି କ୍ରୋଧଭାବ ପ୍ରକାଶ କରିବା । କିନ୍ତୁ କେନିଆରେ ଏହି ସମ୍ପ୍ରଦାୟରେ ଛେପ ଫୋପାଡ଼ିବା ମାନେ ସମ୍ମାନ ଏବଂ ଭଲ ପାଇବା ଦେବା । ଏଠାରେ ଲୋକମାନେ ହାତ ମିଶାଇବା ପୂର୍ବରୁ ପରସ୍ପରଙ୍କର ହାତକୁ ଛେପ ଫୋପାଡ଼ିଥାନ୍ତି । ଏପରି ଛେପ ଫୋପାଡ଼ିବା ଦ୍ୱାରା ତାଙ୍କର ସମ୍ମାନ ବଢ଼ିଥାଏ ବୋଲି ଭାବିଥାନ୍ତି ସେଠାକାର ଜନଜାତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା କି ନବଜାତ ଶିଶୁ ଏବଂ ବିବାହିତ ଦମ୍ପତି ଆଦିଙ୍କୁ ଶୁଭେତ୍ସା ଏବଂ ଆର୍ଶୀବାଦ ହେବା ପାଇଁ ହାତରେ ଛେପ ଫୋପାଡ଼ିଥାନ୍ତି । ଶିଶୁଙ୍କ ହାତରେ ଛେପ ଫୋପାଡ଼ିବା ଦ୍ୱାରା ତାଙ୍କର ଭାଗ୍ୟଭଲ ହେବା ସହ ଆୟୁଷ ବୃଦ୍ଧି ହୋଇଥାଏ ବୋଲି କହିଥାନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରେମ ଏବଂ ସମ୍ମାନ ଦେବା ପାଇଁ ଏହା ଦୁନିଆର ସବୁଠାରୁ ନିଆରା ନିୟମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.