ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ‘ଓଡିଆ ପରମ୍ପରାରେ ପାରମ୍ପରିକ ସଭ୍ୟତା’ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ଐତିହ,ସଂସ୍କୃତି ପରମ୍ପରାର ସହର ହେଉଛି ସୁବର୍ଣ୍ଣପୁର । ରାଜା ରାଜୁଡା ସମୟରୁ ସଂସ୍କୃତି ପରମ୍ପରା ସହିତ ଜଡିତ ଜିଲ୍ଲାବାସୀ । ହେଲେ ଆଧୁନିକତାର ଛାପ ଭିତରେ ସେସବୁ ଧିରେ ଧିରେ ହଜିଯାଉଥିବା ବେଳେ ଓଡିଆ ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଓଡିଆ ପରମ୍ପରାରେ ପାରମ୍ପରିକ ସଭ୍ୟତା ।
ବିଶେଷ କରି ରାଜା ରାଜୁଡା ସମୟରୁ ଦୈବୀ ଉପାସନାରେ କିଭଳି ଗାଁ ସଂସ୍କୃତି ଗାଁ ପରମ୍ପରାକୁ ବଞ୍ଚାଇ ରଖାଯାଇ ପାରିବ ସେନେଇ ଜିଲ୍ଲା ସ୍ତରରେ ପାଳନ କରାଯାଉଛି ଏଭଳି କାର୍ଯ୍ୟକ୍ରମ । ଚାଲିଛି ଶୋଡଷ ଉପଚାରରେ ପୂଜାବିଧି । ଶୋହଳ ସଂମ୍ପ୍ରଦାୟ ଦ୍ୱାରା ଷୋହଳ ଭରଣି ବାଦ୍ୟରେ ପ୍ରକମ୍ପିତ ହେଉଥିବାବେଳେ ଯନ୍ତ୍ର ଉପରେ ବରୁଆକୁ ଶୁଆଇ ଦେଇ ଦୈବୀଶକ୍ତି ଆର୍ବିଭୂତ କରାଯାଉଛି ।
ଶୁଦ୍ଧ ବ୍ରହ୍ମର ପ୍ରଭାବରେ ବରୁଆର ମନରେ ଏକାଗ୍ରତା ଜାଗ୍ରତ ହୁଏ । ଆଉ ବରୁଆ ବି ଦୈବୀଶକ୍ତ ପାଇଁ କଳା ଧଳା ଛତ୍ର ଧରି ଭୂୂତ ଭବିଷ୍ୟତର କଥାକହି ନୃତ୍ୟ କରିଥାଏ । ଏ ହେଉଛି ପ୍ରାଚୀନ ସୁବର୍ଣ୍ଣପୁରର ଲୋକ ସଂସ୍କୃତି ,ଲୋକ ପରମ୍ପରାର ଝଲକ । ଏହା କୌଣସୀ ମନ୍ଦିରର କିମ୍ବା ଦେବୀ ଉପାସନା ପୀଠର ଦୃଶ୍ୟ ନୁହେଁ । ଏ ହେଉଛି ସୋନପୁର ନୂତନ ଟାଉନ ହଳ ଠାରେ ଅନୁଷ୍ଠିତ ହେଉଥିବା ଓଡିଆ ପକ୍ଷ ପାଳନର ଦୃଶ୍ୟ ।
ଐତିହ୍ୟ ସଂମ୍ପର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଆ ପରମ୍ପରା ବେଶ ଗୁରୁତ୍ୱ ବହନ କରୁଥିବା ମାଆ ମାଟିର ଅସ୍ମିତାର ପରିଚୟ ଦେଇ ମହାବଳୀ ଯାତ୍ରାର ଝଲକ ଲୋକଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ ମହାରାଜା ସ୍କୁଲର ଛାତ୍ରମାନଙ୍କ ଦ୍ୱାର ପରିବେଷଣ ମହାବଳୀ ଯାତ୍ରା ବେଶ ପ୍ରଶଂସନୀୟ ।
ପୁରୁଣା ସଂସ୍କୃତିକୁ ଉଦଜିବିତ କରିବା ପାଇଁ ହାଇସ୍କୁଲର ଛାତ୍ର ମାନେ ଦେବୀ ଉପାସନାରେ ବରୁଆ ତତ୍ୱକୁ ନେଇ ଲୋକଙ୍କୁ ମନେ ପକାଇ ଦେଉଥିବାବେଳେ ଏଭଳି ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁ ପାରିଛି । ସେପଟେ ଓଡିଶାର ସଂସ୍କୃତି ଓ ଅର୍ଥନୈତିକ ବିକାଶ ଆମର ସଂକଳ୍ପ । ଆଗାମୀ ଦିନରେ ଲୋକ ସଂସ୍କୃତି, ଲୋକ ପରମ୍ପରାକୁ ଆହୁରି ଉଦଜିବିତ କରିବ ବୋଲିି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଐତିହ୍ୟ,ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ସହିତ ଓଡିଆ ଅସ୍ମିତାରେ ଓଡିଆ ପରମ୍ପରାରେ ପାରମ୍ପାରିକ ସଭ୍ୟତା ଲୋକଙ୍କ ମନକୁ ଆହୁରୀ ଅଧିକ ଖୋରାକ ଯୋଗାଇବ ନିଶ୍ଚୟ ।
ଆହୁରି ପଢନ୍ତୁ: ଅନୁଷ୍ଠିତ ହୋଇଯାଇଛି ବୟୋଜ୍ୟେଷ୍ଠ ପୂଜନ ସମାରୋହ, ଏମିତି ନିଆରା ପରମ୍ପରା କେବେ ଦେଖିନଥିବେ