ଭୁଲ ଜାଗାରେ ପାର୍କିଂ କରି ସ୍କୁଟି ସହିତ କ୍ରେନରେ ଓହଳି ଥାନାକୁ ଗଲେ ଚାଳକ, ଦେଖନ୍ତୁ ଭିଡିଓ

ଭାରତର ଅନେକ ସହରରେ ଏକ ସୁରକ୍ଷିତ ସ୍ଥାନରେ ଗାଡି ପାର୍କିଂ ଏକ ବଡ ସମସ୍ୟା । ଅନେକ ଥର ଲୋମାନେ ନିଜ ଗାଡି ବା ବାଇକକୁ ପାର୍କ କରିବା ପାଇଁ ସଠିକ୍ ସ୍ଥାନ ପାଇନଥାନ୍ତି । ଏଭଳି କ୍ଷେତ୍ରରେ ଅନେକ ଲୋକ ନିଜ ଗାଡିକୁ ରାସ୍ତା କଡରେ ପାର୍କ୍ କରିଦିଅନ୍ତି । କିନ୍ତୁ ନୋ ପାର୍କିଂରେ ଥିବା ଯୋଗୁଁ ଟ୍ରାଫିକ ପୋଲିସ ଗାଡିକୁ ଉଠାଇ ନେଇଥାଏ । ବେଳେ ବେଳେ ଆପଣ ମଧ୍ୟ ଏମିତି ସମସ୍ୟାର ସାମ୍ନା କରିଥିବ ନିଶ୍ଚିତ । ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେତେବେଳେ ଏକ ସ୍କୁଟରକୁ ନୋ ପାର୍କିଂ ଜୋନରୁ ଉଠାଇଥିବା ପୋଲିସ ଗାଡି ସହିତ ମାଲିକକୁ ମଧ୍ୟ ନେଇଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

 

View this post on Instagram

 

A post shared by Hum Nagpurkar (@humnagpurkar)

ଏହି ଭିଡିଓ ନାଗପୁରର ବୋଲି କୁହାଯାଉଛି । ଏହାକୁ humnagpurkar ନାମକ ଏକ ଇନଷ୍ଟାଗ୍ରାମ ପେଜରୁ ପୋଷ୍ଟ କରାଯାଇଛି । ମହାରାଷ୍ଟ୍ରର ନାଗପୁର ସଦର ବାଜାରରେ ଅଞ୍ଜୁମନ କମ୍ପ୍ଲେକ୍ସ ପାଖରେ ନୋ ପାର୍କିଂ ଜୋନରେ ବ୍ୟକ୍ତି ଜଣକ ଗାଡି ରଖି ତା’ ଉପରେ ବସିଥିଲେ। ଇନଷ୍ଟାଗ୍ରାମ ଭିଡିଓରେ ନଜର ଆସୁଛି କି ଟ୍ରାଫିକ୍ ପୋଲିସ କ୍ରେନ୍ ଜରିଆରେ ଏକ ସ୍କୁଟରକୁ ନୋ-ପାର୍କିଂ ଜୋନରୁ ଉଠାଇନେଇଥିଲା।ଯେତେବେଳେ ପୋଲିସ ଏହି ସ୍କୁଟର ଉଠାଇବାକୁ ଆସିଲା ସେତେବେଳେ ସ୍କୁଟର ମାଲିକ ଗାଡି ଉପରେ ବସିପଡିଲେ । କେବଳ ଗାଡି ନୁହେଁ ବରଂ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ରେନ ସାହାଯ୍ୟରେ ଉଠାଇ ନେଇଥିଲା ପୋଲିସ। ଏହି ଦୃଶ୍ୟ ଦେଖି ସେଠାରେ ଲୋକ ଭିଡ ହୋଇଗଲେ । ଏହାକୁ ଏପର୍ଯ୍ୟନ୍ତ ୨.୮ ମିଲିଅନରୁ ଅଧିକ ଥର ଦେଖାଯାଇସାରିଲାଣି । ୮୩ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି।

ହି ଭିଡିଓକୁ ଦେଖିବା ପରେ ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ତେବେ ଭିଡିଓ ଦେଖିବା ପରେ ଆଉ ଏଭଳି ଭୁଲ୍‌ କରିବା ଆଗରୁ ନିଶ୍ଚିତ ଦୁଇଥର ଭାବିବେ ବୋଲି ୟୁଜର୍ସ କହୁଛନ୍ତି।

Also Read : ଜେଲରେ ଚାକିରି କରି ଏକାସାଙ୍ଗରେ କଏଦୀ ପ୍ରେମରେ ପଡିଗଲେ ଦୁଇ ଯୁବତୀ, ପରେ ଯୁବତୀଙ୍କ ନାମରେ ଆସିଲା ଏଭଳି ଅଭିଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.