ଓ୍ଵାଃ କ୍ୟା ଡ୍ୟାନ୍ସ ହେ…ଗୀତ ଗାଇ ନାଚି ସାଧାରଣ ଜନତାଙ୍କୁ ବାର୍ତ୍ତା ଦେଉଛନ୍ତି ଟ୍ରାଫିକ ପୋଲିସ, ଟ୍ୱିଟରରେ ଭାଇରଲ ହେଉଛି ଭିଡିଓ

ବର୍ତ୍ତମାନ ସମୟରେ ଟ୍ୱିଟରରେ ଏକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟିରେ ଆପଣ ମାନେ ଦେଖିପାରିବେ କେମିତି ଜଣେ ଟ୍ରାଫିକ ପୋଲିସ ଖୁବ ମଜାଳିଆ ଅନ୍ଦାଜରେ ନାଚି ନାଚି ଜଣେ ସାଧାରଣ ଲୋକ ସହ କଥା ହେଉଛନ୍ତି । ଖାଲି କଥା ହେଉନାହାନ୍ତି ସାଧାରଣ ଜନତାଙ୍କ ମଧ୍ୟରେ କିଛି ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି । ଘଟଣାଟି ଇନ୍ଦୋରର ହୋଇଥିବା ବେଳେ ଡ୍ୟାନ୍ସ କରୁଥିବା ସେହି ଟ୍ରାଫିକ ପୋଲିସ ଜଣଙ୍କ ନାଁ ରଣଜିତ ସିଂହ ବୋଲି ଜଣାଯାଇଛି | ଯେଉଁମାନେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଓ ପ୍ରତ୍ୟକଟି ଅପଡେଟ ଫଲୋ କରନ୍ତି ସେମାନେ ନିଶ୍ଚିତ ରୂପେ ଏହି ଟ୍ରାଫିକ ପୋଲିସ ଜଣଙ୍କୁ ଚିହିଁଥିବେ ଆଉ ତାଙ୍କୁ ଡ୍ୟାନ୍ସିଙ୍ଗ କପ ଭାବରେ ମଧ୍ୟ ଜାଣିଥିବେ । ଅନେକ ସମୟରେ ତାଙ୍କ ଭିଡିଓ ଗୁଡିକ ୟୁ ଟ୍ୟୁବ ସମେତ ଅନ୍ୟାନ ପ୍ଲାଟ୍ଫର୍ମ ମାନଙ୍କରେ ବି ଖୁବ ଭାଇରାଲ ହୋଇଥାଏ ।

 

 

 

ମୁନ ୱାକ ହେଉ ଅବା ଡ୍ୟାନ୍ସର କୌଣସି ସ୍ଟେପ ହେଉ ଏହି ଟ୍ରାଫିକ ପୋଲିସ ଜଣଙ୍କ ନିଜ ଡ୍ୟୁଟିକୁ ଖୁବ ଉତ୍ସାହର ସହିତ ଉପଭୋଗ କରିଥାନ୍ତି । ଲାଗେ ଯେମିତି ସେ ମଜା ନେଇ ନେଇ ନିଜ ଡ୍ୟୁଟି କରୁଛନ୍ତି । ତାଙ୍କର ଏହି ଅନ୍ଦାଜକୁ ଯିଏ ବି ଦେଖନ୍ତି ତାରିଫ ନକରି ରହିପାରନ୍ତି ନାହିଁ । ସତରେ ଏହି ଟ୍ରାଫିକ ପୋଲିସ ଜଣଙ୍କର କାମ କରିବା ଶୈଳୀ ସମସ୍ତଙ୍କ ଠାରୁ କିଛିଟା ନିଆରା ଆଉ ଭିନ୍ନ । ତାଙ୍କ ଅନ୍ଦାଜକୁ ତାରିଫ ନକରି ରହିହେବ ନାହିଁ । ଏହା ପଛରେ ତାଙ୍କର ଯାହା ବି ଉଦ୍ଦେଶ୍ୟ ଥାଉ ପଛକେ ତାଙ୍କ କାମ କରିବା ଶୈଳୀକୁ ପ୍ରଶଂସା ନକରି ରହିହେବ ନାହିଁ ।

 

Leave A Reply

Your email address will not be published.