ସ୍ପେଶାଲ

ଟ୍ରାଫିକ ପଲ୍ୟୁସନ ନେଉଛି ଜୀବନ, ବଢ଼ାଉଛି ହୃଦରୋଗ

ଆଜିକାଲି ଦୁନିଆରେ ବାୟୁ ପ୍ରଦୂଷଣ ଖୁବ ମାତ୍ରାରେ ବଢ଼ିଗଲାଣି ।  ଏହା ମଧ୍ୟରେ ଟ୍ରାଫିକ ପ୍ରଦୂଷଣ ସବୁଠୁ ଆଗରେ ରହିଛି । ଟ୍ରାଫିକ୍ ପ୍ରଦୂଷଣ ଆମ ଶରୀର ପାଇଁ ଖୁବ କ୍ଷତିକାରକ ଏବଂ ଏହା ବିଷାକ୍ତ ଉପାଦାନରେ ପରିପୂର୍ଣ୍ଣ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିପଦରେ ପକାଇପାରେ । ଏହା ପରେ କୌଣସି ଫରକ ପଡ଼େ ନାହିଁ କି ଆପଣ ନିୟମିତ ବ୍ୟାୟାମ କରୁଛନ୍ତି କିମ୍ବା ପ୍ରତିଦିନ ପ୍ରଚୁର ପରିମାଣର ପ୍ରୋଟିନ୍ ଖାଉଛନ୍ତି ।

ଶେଷରେ ଏହି ବିଷାକ୍ତ ବାୟୁକୁ ନିଶ୍ୱାସରେ ନେବା ପାଇଁ ପଡିଥାଏ ଯାହାଦ୍ୱାରା ଫୁସଫୁସ ଏବଂ ହୃଦ୍ ରୋଗ ପାଇଁ ଜନସ୍ୱାସ୍ଥ୍ୟ ଚିନ୍ତା ପାଲଟିଛି । ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ହୃଦ୍‌ରୋଗ ଏବଂ ଥୋରେସିକ୍ ସର୍ଜରୀ ଡ. ଅମଜଦ ଶୈଖ ଇଣ୍ଡିଆ ଟୁଡ଼େକୁ କହିଛନ୍ତି, ଟ୍ରାଫିକ ପ୍ରଦୂଷଣ ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ପାଇଁ ଏକ ଭୟଙ୍କର ବିପଦ ଯାହା ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ କିନ୍ତୁ ଆଗକୁ ଯାଇ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ହେବ ।

ସେ ଆହୁରି ମଧ୍ୟ ସୁଦୂରପ୍ରସାରୀ ପରିଣାମ ଉପରେ ପ୍ରାୟତଃ କେହି ଧ୍ୟାନ ଦେଇନଥାନ୍ତି । ଯାନବାହାନ ଦ୍ୱାରା ନିର୍ଗତ ହେଉଥିବା ଧୂଆଁ ବିଷାକ୍ତ ପଦାର୍ଥର ଏକ କକଟେଲ ମୁକ୍ତ କରିଥାଏ, ଯେପରିକି ପାର୍ଟିକୁଲେଟ ମିଟର ଏବଂ ନାଇଟ୍ରୋଜେନ୍ ଅକ୍ସାଇଡ୍ ସାମିଲ ରହିଛି । ହୃଦ୍‌ରୋଗ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ୱାଶିଂଟନ୍ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ନଭେମ୍ବର ୨୦୨୩ ରେ ଏକ ଅଧ୍ୟୟନ ପ୍ରକାଶ କରିଥିଲେ ଯେ ଟ୍ରାଫିକରେ ଅଟକି ରହିବା କେବଳ ଷ୍ଟ୍ରେସ ସହିତ ଜଡିତ ନୁହେଁ, ବରଂ ଆପଣଙ୍କ ବ୍ଲଡପ୍ରେସରକୁ ମଧ୍ୟ ବଢାଇପାରେ ।

ଅଧ୍ୟୟନରୁ ଜଣାପଡିଛି ଯେ ଟ୍ରାଫିକରୁ ବାୟୁ ପ୍ରଦୂଷଣ ବ୍ଲଡ଼ପ୍ରେସରକୁ ବଢ଼ାଇପାରେ ଯାହା ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବ । ଏହି ସ୍ପାଇକ୍ ଏକ ହାଇ-ସୋଡିୟମ୍ ଡାଏଟର ପ୍ରଭାବ ସହିତ ସମାନ, ଯାହା ହୃଦଘାତରେ ସହାୟକ ହୋଇପାରେ । ଏହାକୁ ରୋକିବା ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟକୁ ପ୍ରୋତ୍ସାହିତ କରିବା ଏବଂ ସହରାଞ୍ଚଳରେ ଅଧିକ ପରିମାଣରେ ବୃକ୍ଷରୋପଣ କରିବା ଏବଂ ଏହି ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଜନସ୍ୱାସ୍ଥ୍ୟ ପଦକ୍ଷେପ ହୃଦ୍‌ରୋଗ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବା ପାଇଁ ସ୍ୱଚ୍ଛ ବାୟୁ ନୀତି ପ୍ରଚାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ଧୀର କହିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

7 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

8 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

9 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

11 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

12 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

12 hours ago