ସ୍ପେଶାଲ

କରୋନା କାଳରେ ଘର ଲୋକ କରିଦେଉଛନ୍ତି ପର, ଶେଷବେଳେ ସାଥି ଦେଉଛନ୍ତି କିନ୍ନର

କରୋନା କାଳରେ ଆତ୍ମୀୟଙ୍କ ମୃତ୍ୟୁ ପରେ ଅନେକ କ୍ଷେତ୍ରରେ ସଂପର୍କୀୟ ଶେଷକୃତ୍ୟ ପାଇଁ ଆଗେଇ ଆସୁନାହାନ୍ତି । ନିଜ ପରିବାର ଲୋକ କରୋନାରେ ମୃତ୍ୟୁବରଣ କରିବା ପରେ ପରିବାର ଲୋକ ଦାହ କରିବାକୁ ମଧ୍ୟ ଆଗେଇ ଆସୁନାହାନ୍ତି। ଏଭଳି ସ୍ଥିତିରେ ଅନୁଗୁଳ ଜିଲ୍ଲା ଜରପଡ଼ାର କିନ୍ନର ଚିନ୍ମୟୀ ଦାସ ପାଲଟିଛନ୍ତି ଏକ ଅନନ୍ୟ ଉଦାହରଣ। କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ମୃତଦେହ ଦାହ କରି ଏବେ ଚର୍ଚ୍ଚାରେ ଅଛନ୍ତି ଚିନ୍ମୟୀ । ଜଣେ କିନ୍ନରଙ୍କ ଏଭଳି ଅନନ୍ୟ ସମାଜସେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିନ୍ମୟୀଙ୍କ ପ୍ରଶଂସା କରିଛନ୍ତି । କରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ତେବେ ସେ କଷ୍ଟକୁ ବଳିଯାଉଛି ଶବର ଶେଷ ଦର୍ଶନ କରି ହେଉ ନାହିଁ କି ଶେଷ ବିଦାୟ ଦେଇ ହେଉ ନାହିଁ ।

କିଏ ଇଚ୍ଛାରେ ତ ଆଉ କିଏ ଅନିଚ୍ଛା ଭିତରେ ଏଭଳି କରିବାକୁ ବାଧ୍ୟ ହେଉଛନ୍ତି । ଏମିତିକି ପୁଅ ନିଜ ବାପା ମାଆଙ୍କୁ ବି ଦେଇ ପାରୁନି ମୁଖାଗ୍ନି । ତେଣୁ ଅନେକ ଲୋକ ମାନସିକ ଦୁଃଶ୍ଚିନ୍ତାରେ ଦିନ କାଟୁଛନ୍ତି । ତେବେ ଏସବୁ ଭିତରେ କିଛି ଲୋକ ରକ୍ତ ସମ୍ପର୍କର ନହେଲେ ମଧ୍ୟ ଚିହ୍ନା ଅଚିହ୍ନାଙ୍କ ପାଇଁ ପାଲଟିଛନ୍ତି ଦେବଦୂତ । କୋଭିଡ୍‌ ମୃତକଙ୍କ ସତ୍କାର କରୁଛନ୍ତି, ମାନବିକତାର ପରିଚୟ ଦେଉଛନ୍ତି । ଏମାନଙ୍କ ଭିତରେ ନିଜକୁ ସାମିଲ କରି ନେଇଛନ୍ତି ଜଣେ କିନ୍ନର ଚିନ୍ମୟୀ ଦାସ। ଅନୁଗୁଳ ଜିଲ୍ଲା ଜରପଡ଼ା ଅଞ୍ଚଳର ଏହି କିନ୍ନର ନିଜ ଇଚ୍ଛାରେ ଏହି ମହତ୍‌ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅଞ୍ଚଳରେ ଯାହାର ଶବ ପାଖରେ କେହି ପହଞ୍ଚୁ ନାହାନ୍ତି ତା ପାଖରେ ପହଞ୍ଚି ଯାଉଛନ୍ତି ଚିନ୍ମୟୀ । ଏଯାଏ ପ୍ରାୟ ୨୦ରୁ ଅଧିକ ଶବଦାହ କରି ସାରିଲେଣି ସେ । ହେଲେ ଏବାବଦରେ ସେ କାହାଠାରୁ କିଛି ସାହାଯ୍ୟ ନିଅନ୍ତି ନାହିଁ ।

କେବଳ ଶବଦାହ ନୁହେଁ; ଜିଲ୍ଲାକୁ ଆସୁଥିବା କରୋନା ପଜିଟିଭ୍ ରୋଗୀଙ୍କୁ କିପରି ସବୁ ପ୍ରକାର ଚିକିତ୍ସା ସୁବିଧା ସହଜରେ ମିଳିପାରିବ ସେଥିପାଇଁ ସେ ଡାକ୍ତରୀ ବ୍ଯବସ୍ଥା ମଧ୍ୟ କରାଇ ଦେଉଛନ୍ତି । ଚିନ୍ମୟୀ କୁହନ୍ତି, ଏହି କରୋନା ସମୟରେ ବିପଦରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବା । ଅବଶ୍ୟ ଚିନ୍ମୟୀ ଘରୁ ବାହାରିବା ପୂର୍ବରୁ ନିଜେ ଶୃଙ୍ଖଳିତ ଭାବେ ସମସ୍ତ ପ୍ରତିଷେଧକ ବ୍ଯବସ୍ଥା ଗ୍ରହଣ କରିଥାନ୍ତି । ପିପିଇ କିଟ୍‌ ଠାରୁ ଆରମ୍ଭ କରି ମାସ୍କ ଓ ସାନିଟାଇଜର୍‌ ଆଦି ସାଙ୍ଗରେ ଧରି ଚାଲନ୍ତି । ସେଇଥି ପାଇଁ ତ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିନ୍ମୟୀଙ୍କ କାମକୁ ପ୍ରଶଂସା କରିଛନ୍ତି । ଏକ ଲେଡିଜ୍‌ କର୍ଣ୍ଣର କରି ନିଜ ପେଟ ପୋଷନ୍ତି ଚିନ୍ମୟୀ । ତେବେ ତାଙ୍କ ଜୀବନର ଏକ ଅକୁହା କଥା ବି ରହିଛି । ମହାବାତ୍ୟା ବେଳେ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ସେ ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

2 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

4 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

5 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago